ଦେଶ- ବିଦେଶ

କୋଟାରେ ନିଖୋଜ ଆଇଆଇଟି ଛାତ୍ରଙ୍କ ମୃତଦେହ ଉଦ୍ଧାର – Kalinga News

[ad_1]

କୋଟା : କୋଟାରେ ଗତ ସପ୍ତାହରୁ ନିଖୋଜ ହୋଇଯାଇଥିବା ଜଣେ ଛାତ୍ରଙ୍କର ମୃତଦେହ ଉଦ୍ଧାର ହୋଇଛି। ରାଜସ୍ଥାନ କର୍ତ୍ତୃପକ୍ଷ ଚମ୍ବଲ ଉପତ୍ୟକାରେ ଏକ ସପ୍ତାହ ଧରି ଖୋଜାଖୋଜି କରିବା ପରେ ଜଣେ ୧୬ ବର୍ଷୀୟ ଆଇଆଇଟି-ଜେଇଇ ଆଶାୟୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ମୃତ ଛାତ୍ରଙ୍କ ନାଁ ରଚିତ ସୋନ୍ଧିଆ । ସେ ମଧ୍ୟପ୍ରଦେଶ ବାସିନ୍ଦା । ସେ ପ୍ରସିଦ୍ଧ କୋଚିଂ ହବ୍ କୋଟାରେ ପାଠ ପଢୁଥିଲେ। ତେବେ ଗତ ଫେବ୍ରୁଆରି ୧୧ ତାରିଖରୁ ସୋନ୍ଧିଆ ନିଖୋଜ ଥିବା ବେଳେ ଶେଷଥର ସେ ଗରାଡିଆ ମହାଦେବ ମନ୍ଦିର ନିକଟ ଜଙ୍ଗଲ ଭିତରକୁ ପଶିଥିବା ଦେଖିବାକୁ ମିଳିଥିଲା। ପରୀକ୍ଷା ଦେବା ବାହାନାରେ ସେ ହଷ୍ଟେଲ ପରିସରରୁ ବାହାରିଥିଲେ। ପୁଅକୁ ଖୋଜିବା ପାଇଁ ସୋନ୍ଧିଆଙ୍କ ପିତାମାତା ଜନସାଧାରଣଙ୍କ ସହାୟତା ଲୋଡ଼ିଥିଲେ। ସେମାନେ ପୋଷ୍ଟର ମାରିଥିଲେ। ସନ୍ଧାନୀ କୁକୁର ଓ ଡ୍ରୋନ୍ ବ୍ୟବହାର କରି ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀର ଉଦ୍ୟମ ସତ୍ତ୍ୱେ ତାଙ୍କର ସନ୍ଧାନ ମିଳିବାକୁ ପ୍ରାୟ ୯ ଦିନ ଲାଗିଥିଲା। ଅଧିକାଂଶଙ୍କ ପାଇଁ ଅପହଞ୍ଚ ଚମ୍ବଲ ଉପତ୍ୟକାର ଦୁର୍ଗମ ଅଞ୍ଚଳରୁ ସୋନ୍ଧିଆଙ୍କ ମୃତଦେହ ମିଳିଥିବାରୁ ସେ ପାହାଡ଼ରୁ ତଳେ ଥିବା ଉପତ୍ୟକାକୁ ଖସି ପଡ଼ିଥାଇ ପାରନ୍ତି ବୋଲି କର୍ତ୍ତୃପକ୍ଷ ସନ୍ଦେହ କରୁଛନ୍ତି। ସେ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ତେବେ ଚଳିତ ବର୍ଷର ଏହା ପଞ୍ଚମ ମାମଲା। ଗତବର୍ଷ କୋଚିଂ ହବ୍ରେ ୨୬ ଜଣ ଆତ୍ମହତ୍ୟା କରିଥିଲେ ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button