ମନୋରଞ୍ଜନ

ଜ୍ବାଇଁଙ୍କଠାରୁ ଝିଅ ଅଲଗା ହେବା ପରେ ପ୍ରଥମ ଥର ଅଯୋଧ୍ୟାରେ ପହଞ୍ଚିଲେ ହେମାମାଳିନୀ – Kalinga News

[ad_1]

ମୁମ୍ବାଇ: ‌ଅଭିନେତ୍ରୀ ତଥା ରାଜନେତ୍ରୀ ହେମାମାଳିନୀ ଐତିହାସିକ ରାମ ମନ୍ଦିର ପ୍ରତିଷ୍ଠାର ପାଖାପାଖି ମାସେ ପରେ ଶୁକ୍ରବାର ଦିନ ଅଯୋଧ୍ୟାରେ ପହଞ୍ଚିଛନ୍ତି। ମନ୍ଦିରରେ ପ୍ରଭୁ ରାମଚନ୍ଦ୍ରଙ୍କ ଦର୍ଶନ ପରେ ସେ ମଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହୋଇଛନ୍ତି।

ହେମାମାଳିନୀ ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇ ସହ କଥା‌ ହୋଇ କହିଛନ୍ତି, ‘‘ଦର୍ଶନ ଭଲରେ ଭଲରେ ହୋଇଗଲା। ଏଠାରେ ସମସ୍ତ ବ୍ୟବସ୍ଥା ଭଲ ଭାବେ ହୋଇଛି। ମନ୍ଦିର ଯୋଗୁଁ ଅନେକ ଲୋକ ରୋଜଗାରର ପନ୍ଥା ପାଇଛନ୍ତି।’’

ଗତ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ନୂତନ ଭାବେ ନିର୍ମିତ ଶ୍ରୀମନ୍ଦିରର ସମର୍ପଣ ସମାରୋହ ଅନୁଷ୍ଠିତ ହୋଇଥିଲା, ଯାହାର ସମସ୍ତ ରୀତିନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କରାଯାଇଥିଲା।
ନିକଟରେ ହେମାମାଳିନୀଙ୍କ ଝିଅ ଇଶା ଦେଓଲ ତାଙ୍କ ସ୍ୱାମୀଙ୍କ ସହ ଛାଡପତ୍ର ଘୋଷଣା କରିଛନ୍ତି। ଯାହା ପରେ ଏହି କଥାକୁ ସବୁଆଡେ ଆଲୋଚନା କରାଯାଉଛି। ଇଶାଙ୍କ ଏପରି ଘୋଷଣା ପରେ ପ୍ରଥମ ଥର ପାଇଁ ମାଆ ହେମାମାଳିନୀଙ୍କୁ ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳିଛି।

ଧର୍ମେନ୍ଦ୍ର ଓ ହେମା ମାଲିନୀଙ୍କ ଝିଅ ତଥା ବଲିଉଡର ଅଭିନେତ୍ରୀ ଇଶା ଦେୱଲ ସ୍ବାମୀ ଭରତ ତଖତାନୀଙ୍କ ଠାରୁ ଅଲଗ‌ା ହେବାର ଘୋଷଣା କରି ଦେଇଛନ୍ତି। ଅନେକ ଦିନ ହେବ ଇଶା ଓ ଭରତଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇ ଯାଇଥିବାର ଖବର ସାମ୍ନାକୁ ଆସିଥିଲା। ତେବେ ଏହାକୁ କିଛି‌ଲୋକ ଗୁଜବ ବୋଲି କହୁଥିବା ବେଳେ ଇଶା ଏ ଖବରକୁ ସ୍ପଷ୍ଟ କରି ପୁନଃଚ୍ଛେଦ ପକାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button