ମନୋରଞ୍ଜନ

ଚତୁର୍ଥରେ ଦଶମ – Kalinga News

[ad_1]

ଭୁବନେଶ୍ବର: ସବୁ ଶ୍ରେଣୀର ଦର୍ଶକ, ବିଶେଷକରି ତରୁଣ ବୟସର ପିଲାଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇ ଏବେ ଚର୍ଚ୍ଚାରେ ରହିଛି ଓଡ଼ିଆ ଫିଲ୍ମ ‘ଦଶମ’। ଫିଲ୍ମଟି ଅନେକ ସି‌ନେମା ହଲ୍‌ରେ ଚତୁର୍ଥ ସପ୍ତାହ ପର୍ଯ୍ୟନ୍ତ ହାଉସ୍‌ଫୁଲ୍‌ ଚାଲିଛି। ଯୁବ ନିର୍ଦ୍ଦେଶକ ରାଜା ଡ଼ିଙ୍କର ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ଦୀପକ କୁମାର ଜେନା, ସହ-ପ୍ରଯୋଜନା କରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, କୌଶିକ ଦାସ ଏବଂ ରାମ ପଟ୍ଟନାୟକ। ଏଥିରେ ଶୈଳେନ୍ଦ୍ର ସାମନ୍ତରାୟ, ନୀଳାକ୍ଷୀ ପାତ୍ର, ଆକାଶ ହୋତା, ଫନି ପ୍ରକାଶ, ଅର୍ମାନ ମହାନ୍ତି, ବଣ୍ଟି, ଜ୍ୟୋତି, ସିମ୍ରନ, ସୁମନ ପଟ୍ଟନାୟକ, ସୁଶାନ୍ତ ଦାସ ମହାପାତ୍ର, ସନ୍ତୁ ଓ ରବି ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି। ଗୋଟିଏ ଉଲ୍ଲେଖନୀୟ କଥା ହେଉଛି, ଏ ଫିଲ୍ମର ସବୁ ପ୍ରମୁଖ କଳାକାର ସ୍କୁଲ୍ ଯିବା ବୟସର ନାବାଳକ ବା ନାବାଳିକା l ସ୍କୁଲ ବେଳର କିଛି ଖଟାମିଠା କଥାକୁ ନେଇ ତିଆରି ହୋଇଛି ‘ଦଶମ’।

ଏ ଫିଲ୍ମରେ ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତି ଶୀର୍ଷକ ଗୀତଟିକୁ ଗାଇଛନ୍ତି, ଯଦିଓ ସେ ନିଜେ ଏଥିରେ ଅଭିନୟ କରି ନାହାନ୍ତି। ଏଥିରେ ଏକା ସାଙ୍ଗରେ ୭ ଜଣ ସଙ୍ଗୀତ ନିର୍ଦ୍ଦେଶକ- ଗୌରବ ଆନନ୍ଦ, କ୍ରିତ ପ୍ରିୟୋ, ସନ୍ଦୀପ ପଣ୍ଡା, ଶୁଭ୍ରଜିତ ମହାନ୍ତି, ବିଜୟ ରଥ, ସୁବ୍ରତ ବେହେରା ଏବଂ ଅନୁରାଗ ପଟ୍ଟନାୟକ ଥିବା ବେଳେ ବାବୁସାନଙ୍କୁ ମିଶାଇ ଅନନ୍ୟା ଶ୍ରୀତମ ନନ୍ଦ, କୁଲଦୀପ ପଟ୍ଟନାୟକ, ବିରାଜ, ଗୌରବ ଆନନ୍ଦ, ଆଶ୍ରିତା, ସୌଜନ୍ୟ, ସୌରଭ, ଆଶୁତୋଷ, ସନ୍ଧ୍ୟାରାଣୀ, ସନ୍ଦୀପ ପଣ୍ଡା, ଶୈଳେନ୍ଦ୍ର ଏବଂ ସଞ୍ଜୀବ କୁମାର ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି। ଦଶମରେ ସମୁଦାୟ ୯ ଟି ଗୀତ ରହିଛି। ଫିଲ୍ମର ପ୍ରଚାର ପ୍ରସାର ଦାୟିତ୍ୱରେ ଅଛନ୍ତି ମିଡ଼ିଆ ପ୍ଲାନ୍‌ର କ୍ରିଏଟିଭ୍‌ ହେଡ୍‌ ପ୍ରଣୟ ଜେଠୀ l ‘ଦଶମ’ ଟିମ୍ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି l ରାଜ୍ୟର ବିଭିନ୍ନ ସରକାରୀ ସ୍କୁଲମାନଙ୍କରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରି ବିଜେତାମାନଙ୍କୁ ଉତ୍ସାହିତ କରିବା ସହିତ ତାଙ୍କ ନିକଟସ୍ଥ ହଲ୍‌ରେ ଏହି ଫିଲ୍ମ ଦେଖିବାକୁ ସୁଯୋଗ ଦିଆଯାଉଛି। ହଁ, ସୋସିଆଲ ମିଡ଼ିଆରେ ଏବେ ‘ଦଶମ’ର ଜୋର୍‌ ଚର୍ଚ୍ଚା ଚାଲିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button