ଦେଶ- ବିଦେଶ

ମା’, ପୁଅକୁ ହତ୍ୟା କରିବାପରେ ଆଗ୍ରା ବ୍ୟବସାୟୀଙ୍କ ଆତ୍ମହତ୍ୟା – Kalinga News

[ad_1]

ନୂଆଦିଲ୍ଲୀ : ଆଗ୍ରାର ଜଣେ ବ୍ୟବସାୟୀ ଏବଂ ତାଙ୍କ ମା’ ଓ ପୁଅଙ୍କ ମୃତଦେହ ସେମାନଙ୍କ ଘରୁ ମିଳିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ତରୁଣ ନାମକ ଜଣେ ବ୍ୟବସାୟୀ ତାଙ୍କ ମା’ ଏବଂ ପୁଅକୁ ହତ୍ୟା କରିବାପରେ ନିଜେ ଆତ୍ମହତ୍ୟା କରିଦେଇଛନ୍ତି। ପୁଲିସ ସେମାନଙ୍କ ଘରୁ ଏକ ମୋବାଇଲ ଫାନ ପାଇଛି। ଏହି ମୋବାଇଲ ଫୋନରେ ଥିବା ଏକ ଭିଡିଓରେ ତରୁଣ କହୁଛନ୍ତି, ସେ ଏକ ବିଜନେସ ଡିଲରେ ୧.୫ କୋଟି ଟଙ୍କାର କ୍ଷତି ସହିଛନ୍ତି। ତରୁଣ ଦାବି କରିଛନ୍ତି ସେ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିଛନ୍ତି ଏବଂ ଏବେ ସେ ତାଙ୍କ ନିଜ ଜୀବନ ନେବାକୁ ଯାଉଛନ୍ତି। ଭିଡିଓରେ ତରୁଣ କହିଛନ୍ତି, ସେ ଜାଣିଛନ୍ତି ଯେ ସେ ଭୁଲ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ତାଙ୍କ ପାଖରେ ଆଉ କିଛି ବାଟ ନଥିଲା। ଅନ୍ୟପକ୍ଷେ ତରୁଣଙ୍କ ପତ୍ନୀ ରଜନୀ ଖତୁ ଶ୍ୟାମ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଯାଇଥିବାରୁ ସେ ବଞ୍ଚି ଯାଇଛନ୍ତି। ସେ ୧୫ ବର୍ଷ ପୂର୍ବେ ତରୁଣଙ୍କୁ ବିବାହ କରିଥିଲେ। ଆଗ୍ରା ଡିସିପି ସୁରଜ କୁମାର ରାୟ କହିଛନ୍ତି, ତରୁଣଙ୍କ ମର ଶରୀର ପ୍ରଥମ ମହଲାରେ ଝୁଲନ୍ତା ଅବସ୍ଥାରେ ମିଳିଥିବାବେଳେ ତାଙ୍କ ମା’ ବ୍ରଜେଶ ଦେବୀ ଏବଂ ୧୨ ବର୍ଷୀୟ ପୂଅର ମୃତ ଦେହ ଅନ୍ୟ ଏକ ମହଲାରୁ ମିଳିଥିଲା। ଡିସିପି କହିଛନ୍ତି, ଗତ କିଛି ମାସ ପୂର୍ବେ ତରୁଣଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା। ତରୁଣଙ୍କ ବାପା ହେଉଛନ୍ତି ଜଣେ ଓକିଲ। ତାଙ୍କ ମୃତ୍ୟୁ ପରେ ପରିବାରରେ ଦୁଃଖ ଛାଇ ଯାଇଥିଲା।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button