ଖୁସୀ ଖବର : ପଇସା ନଥିଲେ ବି UPI ପେମେଣ୍ଟ କରି ପାରିବେ , ଜାଣି ନିଅନ୍ତୁ ପ୍ରସେସ୍

ଆକାଉଣ୍ଟ ରେ ଟଙ୍କା ନଥିଲେ ବି କରି ପାରିବେ ଆପଣ ମାନେ UPI ପେମେଣ୍ଟ । ସମୟ ବଦଳିବା ସହିତ ଭାରତ ରେ ଡିଜିଟାଲ ପେମେଣ୍ଟ ର ଧାରା ବହୁତ ଦୃତଗତି ରେ ବୃଦ୍ଧି ପାଉଛି । ଯଦି ଆପଣ ମାନେ UPI ମାଧ୍ୟମରେ ପେମେଣ୍ଟ କରନ୍ତି । ତେବେ ଏହି ଖବର ଆପଣ ମାନଙ୍କ ପାଇଁ ଉପଯୋଗୀ । ଏଣିକି ରେ ଆପଣ ମାନଙ୍କ ପାଖରେ ଟଙ୍କା ନଥିଲେ ବି ଆପଣ ମାନେ UPI ପେମେଣ୍ଟ କରି ପାରିବେ । ଦେଶର ଡିଜିଟାଲ ପେମେଣ୍ଟ କୁ ଉତ୍ସାହିତ କରିବା ଲାଗି RBI ଇୟୁଜର ମାନଙ୍କ ପାଇଁ କ୍ରେଡିଟ ଲାଇନ ସେବାକୁ ଅନୁମୋଦନ କରିଛି । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଆପଡେଟ ଜାଣିନେବା । ଇୟୁଜର ମାନେ UPI ମାଧ୍ୟମରେ କ୍ରେଡିଟ କାର୍ଡ ପରି ଆକାଉଣ୍ଟ ରେ ଟଙ୍କା ନଥିଲେ ମଧ୍ୟ ପେମେଣ୍ଟ କରି ପାରିବେ । ଏବଂ ପରେ ଏହାକୁ ପରିଶଦ କରି ପାରିବେ ।

UPI ଆରମ୍ଭ କରୁଛି ପେ ନାଓ ଅଫର ସୁବିଧା । ଏହା ଏକ ପ୍ରକାରର କ୍ରେଡିଟ ଲାଇନ ଜାହା ମାଧ୍ୟମ ରେ ଆପଣ ମାନେ ଆକାଉଣ୍ଟ ରେ ବିନା UPI ପେମେଣ୍ଟ କରି ପାରିବେ । ଯେତେ ବେଳେ ବ୍ୟଙ୍କ୍ ଆପଣ ମାନଙ୍କୁ ଏହି ସୁବିଧା ଦେବ । ସେତେ ବେଳେ ଆପଣ ମାନେ ଏହି ଫିଚର ବ୍ୟବହାର କରି ପାରିବେ । ଏହି ସୁବିଧା କ୍ରେଡିଟ ସ୍କୋର ଉପରେ ନିର୍ଭର ଶୀଳ । UPI ମାଧ୍ୟମ ରେ ଆପଣ ମାନଙ୍କର ସଞ୍ଚୟ ଏକାଉଣ୍ଟ ବ୍ୟତିତ ଆପଣ ବର୍ତମାନ କ୍ରେଡିଟ କାର୍ଡ ପ୍ରିପେଡ ୱାଲିଟ ଅଭର ଡ୍ରାଫ୍ଟ ଏକାଉଣ୍ଟ ଏବଂ ବର୍ତମାନ UPI କ୍ରେଡିଟ ଲିମିଟ ମଧ୍ୟ ସଂଯୋଗ କରି ପାରିବେ । ICIC ପରି ଅନେକ ବ୍ୟଙ୍କ ମଧ୍ୟ UPI ନାଓ ପେ ଲେଟର ସୁବିଧା ଆରମ୍ଭ କରିଛନ୍ତି ।

UPI ନାଓ ପେ ଲେଟର ରେ ଆପଣ 7500 ରୁ ଆପଣ ମାନେ 50000 ହଜାର ଟଙ୍କା ପର୍ଯ୍ୟନ୍ତ କ୍ରେଡିଟ ଲାଇନ ବ୍ୟବହାର କରି ପାରିବେ । ଗ୍ରାହାକ ଙ୍କୁ 45 ଦିନ ମଧ୍ୟରେ ଏହି ଟଙ୍କା ଦେବାକୁ ପଡିବ । ତେବେ ଆପଣ ମାନେ ଏହାକୁ ପେ କରିବାରେ ବିଫଳ ହୁଅନ୍ତି ତେବେ ଆପଣ ମାନଙ୍କ କ୍ରେଡିଟ ସ୍କୋର ଉପରେ ପ୍ରଭାବ ପଡିବ । ଏବଂ 42.8 ପ୍ରତିଶତ ସୁଧହାର ଦେବାକୁ ପଡିବ । ଏହି ଦେୟ ଉପରେ ଆପଣ ମାନଙ୍କୁ GST ଦେବାକୁ ପଡିବ । ତେବେ UPI ନାଓ ପେ ଲେଟର କେମିତି ବ୍ୟବହାର କରିବେ ଏହି ଫିଚର ବ୍ୟବହାର କରିବାକୁ ଆପଣ ମାନଙ୍କୁ ମୋବାଇଲ ବ୍ୟାଙ୍କିଂ କିମ୍ବା ନେଟ ବ୍ୟାଙ୍କିଂ ଖୋଲିବାକୁ ପଡିବ । ଏହା ପରେ ଆପଣ ମାନଙ୍କୁ ପୂର୍ବ ଅନୁମୋଦିତ ଆପୃଭ ଲୋନ ଋଣ ବିଭାଗ କୁ ଯିବାକୁ ପଡିବ । ଏହା ପରେ ଜାଇ ଆପଣ ମାନେ ଏହି ସୁବିଧା ବ୍ୟବହାର କରି ପାରିବେ ।