ଖୁବ ଧୁମଧାମରେ ଇଶାଙ୍କ ବିବାହ କରିଥିଲେ ହେମା, ଭାଙ୍ଗିଗଲା ୧୧ବର୍ଷର ବୈବାହିକ ଜୀବନ – Kalinga News
[ad_1]
ନୂଆଦିଲ୍ଲୀ: ଧର୍ମେନ୍ଦ୍ର ଓ ହେମା ମାଲିନୀଙ୍କ ଝିଅ ତଥା ବଲିଉଡର ଅଭିନେତ୍ରୀ ଇଶା ଦେୱଲ ସ୍ବାମୀ ଭରତ ତଖତାନୀଙ୍କ ଠାରୁ ଅଲଗା ହେବାର ଘୋଷଣା କରି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅନେକ ଦିନ ହେବ ଇଶା ଓ ଭରତଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇ ଯାଇଥିବାର ଖବର ସାମ୍ନାକୁ ଆସିଥିଲା। ତେବେ ଏହାକୁ କିଛିଲୋକ ଗୁଜବ ବୋଲି କହୁଥିବା ବେଳେ ଇଶା ଏ ଖବରକୁ ସ୍ପଷ୍ଟ କରି ପୁନଃଚ୍ଛେଦ ପକାଇଛନ୍ତି।
ତେବେ ୧୧ବର୍ଷର ବୈବାହିକ ଜୀବନକୁ ଭାଙ୍ଗି ଦେବା ଘଟଣାକୁ ନେଇ ଇଶା କହିଛନ୍ତି, ‘ଏହି ନିଷ୍ପତ୍ତି ଆମ ଦୁଇ ସ୍ବାମୀ-ସ୍ତ୍ରୀଙ୍କ ସହମତିରେ ନିଆଯାଇଛି। ତେବେ ଆମର ଏ ନିଷ୍ପତ୍ତିର ପ୍ରଭାବ ଯେମିତି ପିଲାଙ୍କ ଉପରେ ନପଡ଼େ ସେଥିପାଇଁ ବି ଭରତ ଓ ମୁଁ ଚିନ୍ତା କରିଛୁ। ଦୁଇପିଲା ସବୁବେଳେ ଆମର ପ୍ରାଥମିକତା ଥିଲେ ଓ ରହିବେ ମଧ୍ୟ। ତେଣୁ ମୋର ସମସ୍ତଙ୍କ ଅନୁରୋଧ ବ୍ୟକ୍ତିଗତ କଥାକୁ ବ୍ୟକ୍ତିଗତ ଭାବେ ରଖିବାକୁ ଦିଅନ୍ତୁ। ଅଯଥା ଅପପ୍ରଚାର କରନ୍ତୁ ନାହିଁ।’
ଉଲ୍ଲେଖଯୋଗ୍ୟ, ୨୦୨୩ ଜୁନ ମାସରେ ଇଶା ସ୍ବାମୀ ଭରତଙ୍କ ସହିତ ଏକ ରୋମାଣ୍ଟିକ ଫଟୋ ସେୟାର କରି ୧୧ତମ ବିବାହବାର୍ଷିକର ଶୁଭକାମନା ଦେଇଥିଲେ। ଦୁହିଁଙ୍କ ବିବାହ ୨୦୧୨ରେ ହୋଇଥିଲା। ଇଶାଙ୍କ ବିବାହକୁ ନେଇ ଧର୍ମେନ୍ଦ୍ର ଓ ହେମା ମାଲିନୀ ଖବୁ ଖୁସି ଥିଲେ। ଧୁମଧାମରେ ଝିଅର ବିବାହ କରିଥିଲେ। କିନ୍ତୁ ଏହି ବିବାହ ୧୧ବର୍ଷ ପରେ ଭାଙ୍ଗି ଯାଇଛି।
[ad_2]