ଜ୍ୟୋତିଷ

ଏହି ଦୁଇଟି ପଥର ଆଣି ଘରେ ରଖନ୍ତୁ, ଦେଖିବେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହିତ ଭାଗ୍ୟ ବଦଳି ଯିବ

ହିନ୍ଦୁଧର୍ମରେ ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ଶିବଙ୍କୁ ସୃଷ୍ଟିର ପ୍ରମୁଖ ଦେବତା ବୋଲି ମାନା ଯାଇଛି। ଏହି ତିନି ଦେବତାଙ୍କର ପୂଜା ପ୍ରତୀକ ରୂପରେ ମଧ୍ୟ କରାଯାଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ବ୍ରହ୍ମାଙ୍କର ଶଙ୍ଖ, ଭଗବାନ ମହାଦେବଙ୍କର ଶିବଲିଙ୍ଗ, ଭଗବାନ ବିଷ୍ଣୁଙ୍କର ଶାଳଗ୍ରାମକୁ ପୂଜାର୍ଚ୍ଚନା କରାଯାଇଥାଏ।

– ଘରେ ରଖିବା ଦ୍ଵାରା ହୋଇଥାଏ ଶୁଭ।

– ହୋଇଥାଏ ଧନଲାଭ।

– ବଢ଼ିଥାଏ ସୁଖସମୃଦ୍ଧି।

ହିନ୍ଦୁଧର୍ମରେ ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ଶିବଙ୍କୁ ସୃଷ୍ଟିର ପ୍ରମୁଖ ଦେବତା ବୋଲି ମାନା ଯାଇଛି। ଏହି ତିନି ଦେବତାଙ୍କର ପୂଜା ପ୍ରତୀକ ରୂପରେ ମଧ୍ୟ କରାଯାଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ବ୍ରହ୍ମାଙ୍କର ଶଙ୍ଖ, ଭଗବାନ ମହାଦେବଙ୍କର ଶିବଲିଙ୍ଗ, ଭଗବାନ ବିଷ୍ଣୁଙ୍କର ଶାଳଗ୍ରାମକୁ ପୂଜାର୍ଚ୍ଚନା କରାଯାଇଥାଏ। କିନ୍ତୁ ଏହାଛଡା ଆଉ କିଛି ଏଭଳି ବସ୍ତୁ ରହିଛି, ଯାହାକୁ ପୂଜାର୍ଚ୍ଚନା କରିବା ଦ୍ଵାରା ଭାଗ୍ୟ ବଦଳି ଯାଇଥାଏ। ଆସନ୍ତୁ କଣ ସେହି ଜିନିଷ, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ସମୁଦ୍ରକୂଳରେ କିଛି ଖାସ୍ ରଙ୍ଗବେରଙ୍ଗର ପଥର ମିଳିଥାଏ। ଏହା ଦେଖିବାକୁ ବହୁତ ସୁନ୍ଦର ଏବଂ ଚିକ୍କଣ ହୋଇଥାଏ।ଏହାକୁ ନେଇ ମାଳ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ଅନେକ ଲୋକେ ଏହାକୁ ଘରର ସାଜସଜ୍ଜା ପାଇଁ ବ୍ୟବହାର କରିଥାନ୍ତି। ପୌରାଣିକ ଗ୍ରନ୍ଥରେ ଏହି ପଥରକୁ ଆତ୍ମରତ୍ନ ବୋଲି କୁହାଯାଇଛି ଏବଂ ଏହାର ଅନେକ ବିଶେଷତ୍ଵ ବିଷୟରେ ବର୍ଣ୍ଣିତ ରହିଛି। କଳା ଓ ଧୂସର ରଙ୍ଗର ଏହି ପଥରକୁ ଶାଳଗ୍ରାମ ମଧ୍ୟ କୁହାଯାଏ। ଏହି ପଥର ଯାହା ପାଖରେ ରହିଥାଏ, ତାର ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

– ଅଣ୍ଡାକାର ଧଳା ପଥର ଘରେ ରହିବା ଶୁଭ ମାନା ଯାଇଥାଏ। ଏହି ପଥରକୁ କିଛି ଲୋକେ ନିଜ ପକେଟରେ ମଧ୍ୟ ରଖିଥାନ୍ତି। ମାନ୍ୟତା ରହିଛି କି ଏହି ପଥରକୁ ଘରେ ରଖିବା ଦ୍ଵାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏହାସହିତ ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button