ଜ୍ୟୋତିଷ

ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କୁହାଯାଉଥିବା ସବୁ ମନ୍ତ୍ର ବିଷୟରେ ଜାଣି ନିଅନ୍ତୁ

ପ୍ରାଚୀନ ସମୟରୁ ଶାସ୍ତ୍ରରେ ଅନେକ ପ୍ରଭାବଶାଳୀ ମନ୍ତ୍ର ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ ପ୍ରତ୍ୟେକ ଦିନ ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଜପ କରିବା ଦ୍ୱାରା ଜୀବନ ଖୁବ ସହଜ ହୋଇଥାଏ । ସେସବୁ ମନ୍ତ୍ର ଖୁବ ପ୍ରଭାବୀ ହୋଇଥାଏ । ଯେକୌଣସି କାମ କରିବା ସମୟରେ ଭିନ୍ନ ଭିନ୍ନ ମନ୍ତ୍ର ଜପ କରିବାର ନିୟମ ରହିଛି । ପ୍ରତ୍ୟେକ ମନୁଷ୍ୟ ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଉଚିତ । ବ୍ରହ୍ମ ମୁହୂର୍ତ୍ତରେ ଉଠି ସର୍ବପ୍ରଥମେ ହାତ ପାପୁଲି ଯୋଡ଼ି ପାପୁଲି ଦର୍ଶନ କରି ” କରାଗ୍ରେ ବସତେ ଲକ୍ଷ୍ମୀ , କର ମଧ୍ୟେ ସରସ୍ୱତୀ , କରମୂଳେ ସ୍ଥିତୋ ଗୋବିନ୍ଦ , ପ୍ରଭାତେ କର ଦର୍ଶନମ ଏହି ମନ୍ତ୍ର ଜପ କରି ଦିଅନ୍ତୁ ।

ଏପରି କରିବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ମାତା ସରସ୍ୱତୀ ଏବଂ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହାପରେ ଭୂଇଁରେ ପାଦ ଦେବା ଆଗକୁ ଭୂଇଁ ମାତାଙ୍କୁ ଅଭିବାଦନ ଜଣାଇ ” ସମୁଦ୍ର ବସତେ ଦେବୀ , ପର୍ବତ ସ୍ତନ ମଣ୍ଡିତେ , ବିଷ୍ଣୁପତ୍ନୀ ନମସ୍ତୁଭ୍ୟଂ , ପାଦ ସ୍ପର୍ଶମ କ୍ଷମସ୍ଵ ମେ ।। ” ଏହି ମନ୍ତ୍ରର ଜପ କରନ୍ତୁ । ଏହି ମନ୍ତ୍ର ପ୍ରତ୍ୟେକ ଦିନ ଜପ କରିବା ଦ୍ୱାରା କେବେ କୌଣସି ଦୁର୍ଘଟଣା ହୁଏନାହିଁ । ଏହାପରେ ସବୁ ମାଙ୍ଗଳିକ ଜିନିଷର ଦର୍ଶନ କରି ପାରିବେ । ବ୍ରସ କରିବା ପାଇଁ ଐଶାନ୍ୟ ଏବଂ ପୂର୍ବ ଦିଗ ଉତ୍ତମ ହୋଇଥାଏ ବ୍ରସ କରିବା ସମୟରେ ” ଆୟୁର୍ବଳଃ ଯଶୋ ବର୍ଚହ , ପ୍ରଜାହା ପଶୁବସୁନି ଚ , ବ୍ରହ୍ମ ପ୍ରଜ୍ଞାମ ଚ ମେଘାମ ଚ , ତ୍ୱମ ନ ଦେହୀ ବନସ୍ପତେ । ” ଏହାଦ୍ବାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ହୁଏନାହିଁ ।

ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା ସର୍ବୋତ୍ତମ ସମୟ ଅଟେ ଏବଂ ସ୍ନାନ କରିବା ସମୟରେ ” ଗଙ୍ଗେ ଚ ଯମୁନେ ଚୈବ , ଗୋଦାବରୀ ସରସ୍ଵତୀ , ନର୍ମଦେ ସିନ୍ଧୁ କାବେରୀ , ଜଳେ ଅସୀମନ ସନ୍ନଧି କୁରୁ ” ଏହି ମନ୍ତ୍ରର ଜପ କରିବା ଉଚିତ । ସ୍ନାନ ପରେ ବସ୍ତ୍ର ପରିଧାନ ପୂର୍ବରୁ ” ଅପବିତ୍ର ପବିତ୍ର ବା , ସର୍ବ ଅବସ୍ଥା ଗତୋ ଅପିବା , ୟହ ସ୍ମରେତ ପୁଣ୍ଡରୀକାକ୍ଷ , ସ ବାହୟ ଅଭ୍ୟନ୍ତର ଶୁଚି ” ମନ୍ତ୍ରର ଜପ କରନ୍ତୁ । ଏହାଦ୍ବାରା ଶରୀର ଏବଂ ମନର ଶୁଦ୍ଧି ହୋଇଥାଏ । ପାଣି ପିଇବା ସମୟରେ ” ଅକାଳ ମୃତ୍ୟୁ ହରଣମ , ସର୍ବବ୍ୟାଧି ବିନାଶନମ , ଦେବ ପାଦୋଦକମ ପିତ୍ଵା , ପୁନର୍ଜନ୍ମ ନ ବିଧତେ ” । ଏହାଦ୍ବାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୁଏନାହିଁ ।

ଶାସ୍ତ୍ର ଅନୁଯାୟୀ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଏବଂ ଭୂଇଁରେ ବସି ଭୋଜନ କରିବା ଉଚିତ । ଭୋଜନ କରିବା ପୂର୍ବରୁ ” ଓଁ ବ୍ରହ୍ମଣେ ନମଃ , ଓଁ ପ୍ରଜାପତୟେ ନମଃ , ଓଁ ଗୃହାଭ୍ୟୟ ନମଃ , ଓଁ ଅନୁମତୟେ ନମଃ । ” ଏହାଦ୍ବାରା ଖାଦ୍ୟ ଭଲ ହଜମ ହୁଏ ଏବଂ ଶାରୀରିକ ସମସ୍ୟା ଦୂର ହୋଇଥାଏ । ସନ୍ଧ୍ୟା ପୂଜନ ନିତାନ୍ତ ଜରୁରୀ ଅଟେ ଏବଂ ଏହି ସମୟରେ ଦୀପ ମଧ୍ୟ ଜାଳିବା ଉଚିତ । ଦୀପ ଜାଳିବା ସମୟରେ ଦୀପ ଜ୍ୟୋତି ପରଂବ୍ରହ୍ମ , ଦୀପ ଜ୍ୟୋତି ଜନାର୍ଦନ , ଦୀପୋ ହରତୁ ମେ ପାପମ , ସନ୍ଧ୍ୟା ଦୀପ ନମସ୍ତୁତେ । ରାତିରେ ଶୋଇବା ସମୟରେ ” ଓଁ ନମଃ ନନ୍ଦୀଶ୍ବରାୟ , ଜଳେ ରକ୍ଷତୁ ବାରାହ , ସ୍ଥଳେ ରକ୍ଷତୁ ବାମନ । ”

ଏହି ମନ୍ତ୍ରର ଜପ କରିବା ଉଚିତ । ଏହାଦ୍ବାରା ନିଦ ଆସୁ ନଥିଲେ ନକରାତ୍ମକ ଶକ୍ତି ନଷ୍ଟ ହୋଇ ଭଲଭାବରେ ନିଦ ଆସିବ । ଔଷଧ ସେବନ କରିବା ସମୟରେ ” ଅଚ୍ୟୁତାନନ୍ଦ ଗୋବିନ୍ଦ , ନାମୋଚ୍ଚାରଣ ଭେଷଜତ , ନଶ୍ୟତି ସଫଳା ରୋଗାହେ , ସତ୍ୟମ ସତ୍ୟମ ବଦାମ୍ୟହମ ” ଏହି ମାତ୍ର ଜପ କଲେ ସ୍ୱାସ୍ଥ୍ୟ ଭଲ ରହେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button