ଜ୍ୟୋତିଷ

ମାଳିକା ବଚନ ସତ ହେବକି ? ଆସୁଛନ୍ତି ଜଗନ୍ନାଥ କଳ୍କୀ ରୂପରେ ?

ଖୁବଶୀଘ୍ର ଶ୍ରୀ ଜଗନ୍ନାଥ ଯାଜପୁରରେ ନେବେ କଳକୀ ଅବତାର ଭବିଷ୍ୟତର ବାଣୀ ହେଉଛି ବ୍ରହ୍ମଙ୍କର ବାଣୀ। ବ୍ରହ୍ମଙ୍କର ବାଣୀ କେବେ ମିଛ ହେବ ନାହିଁ। ଶ୍ରୀକ୍ଷେତ୍ର ତଥା ପୁରୁଷୋତ୍ତମ ଧାମ ବିଷୟରେ ଭବିଷ୍ୟତରେ ଅନେକ କଥା ବର୍ଣ୍ଣନା କରାଯାଇଛି। ସେଗୁଡିକ ନିଶ୍ଚିତ ଭାବରେ କମ ବେଶୀ ଅନୁଭବ କରୁଛନ୍ତି। ଯେମିତି ବଡଦେଉଳରୁ ପଥର ଖସିବା। ବାଇଶି ପାହାଚରେ ମୀନ ଖେଳିବା। ବାରମ୍ବାର ନେତ୍ର ଉଡିଯିବା। ନୀଳଚକ୍ରରେ ଅଘଟଣ ଘଟିବ।

ମାଳିକା ବଚନ ସତ ହେବକି ? ଆସୁଛନ୍ତି ଜଗନ୍ନାଥ କଳ୍କୀ ରୂପରେ?

ଏହିସବୁ ବିଶେଷ ଘଟଣା ସହିତ ମାଳିକା ବହୁତ କଥା କହିଛି। ଭବିଷ୍ୟତରେ ପୁରୀ ଧାମ ବିଷୟରେ ଅନେକ କଥା କୁହାଯାଇଛି। ପଞ୍ଚସଖା ଯୁଗରେ ସାରା ବିଶ୍ଵର ଅନେକ ସନ୍ଥ ତଥା ଓଡିଶାରେ ଥିବା କିଛି ସନ୍ଥମାନେ ମଧ୍ୟ ଆବିର୍ଭାବ ହୋଇ ଜଗନ୍ନାଥଙ୍କର ମହିମା ମହାତ୍ମା ବର୍ଣ୍ଣନା କରିଥିଲେ। ଶ୍ରୀ ଜଗନ୍ନାଥ କ୍ଷେତ୍ରରେ ଅଘଟଣ ଘଟୁଥିବା ପ୍ରତ୍ଯେକ ବିଷୟକୁ ମହାପୁରୁଷମାନେ କଳି ଭାଗବତ ଓ ଅନ୍ୟାନ୍ୟ ଗ୍ରନ୍ଥରେ ବର୍ଣନା କରିଛନ୍ତି। ଇନ୍ଦ୍ରକଳ୍ପରେ ମଧ୍ୟ ଯଶବନ୍ତ ଦାସ, ବଳରାମ ଦାସ ମଧ୍ୟ ଜଗନ୍ନାଥଙ୍କର ମହିମା ବର୍ଣନା କରିଛନ୍ତି।

ଭବିଷ୍ୟତରେ ଯାହା ଘଟିବ ତାହା ମାଳିକାରେ ଲେଖାହୋଇଛି। ଓ ଆପଣମାନେ ମଧ୍ୟ ତାହା ଅନୁଭବ କରୁଥିବେ। ମାଳିକାରେ ଯାହାସବୁ ଲେଖାଯାଇଛି ସେହିସବୁ ଅଘଟଣ ବର୍ତ୍ତମାନ ଧୀରେ ଧୀରେ ଘଟିବାକୁ ଲାଗିଲାଣି। ଯେପରି ଗତବର୍ଷ କରୋନା ସମୟରେ ଘୋଷ ଯାତ୍ରା ବନ୍ଦ ହେବା ଓ ପରେ ତାହା ପୁଣି ଆଉଥରେ ହେବା ତାହା ମାଳିକାରେ ଲେଖା ଯାଇଥିଲା। ଜଗନ୍ନାଥଙ୍କ ଧାମ ଭବିଷ୍ୟତରେ ଏକ ମହାନ ଧାମରେ ପରିଚିତ। ପୁରୋଷୋତ୍ତମ କ୍ଷେତ୍ର ଭଳି କ୍ଷେତ୍ର ଅନ୍ୟ କେଉଁଠି ନାହିଁ। ଏହି କ୍ଷେତ୍ର ସବୁ କ୍ଷେତ୍ର ଠାରୁ ସର୍ବୋପରି। ଭବିଷ୍ୟତରେ ଯାହା ଲେଖାଯାଇଛି ତାହା ବର୍ତ୍ତମାନ ଘଟୁଛି ଓ ଆଗକୁ ମଧ୍ୟ ସେମିତି ଘଟିବ। ଶ୍ରୀକ୍ଷେତ୍ରରେ ବହୁ ଅଘଟଣ ଘଟିବ। ଜଗନ୍ନାଥ କଳକୀ ଅବତାର ନେଇ ଶ୍ରୀ କ୍ଷେତ୍ର ଛାଡି ଯିବେ ଓ ଯାଜପୁରରେ ନେବେ କଳକୀ ଅବତାର। ଅନେକ ଗ୍ରନ୍ଥରେ ଜଗନ୍ନାଥଙ୍କ କ୍ଷେତ୍ରର ମହିମା ବର୍ଣ୍ଣିତ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button