ବିମାନବନ୍ଦରରେ ଭିନ୍ନକ୍ଷମ ମହିଳାଙ୍କୁ ସୁରକ୍ଷା କର୍ମୀ ଠିଆ ହେବାକୁ କହିଥିବା ଅଭିଯୋଗ ଆଣିଲେ ଯାତ୍ରୀ – Kalinga News

[ad_1]
ନୂଆଦିଲ୍ଲୀ: ଜଣେ ଭିନ୍ନକ୍ଷମ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କୁ କୋଲକାତା ବିମାନବନ୍ଦରରେ ସୁରକ୍ଷା କର୍ମୀ ଠିଆ ହେବାକୁ କହିଛନ୍ତି। ସେ ତାଙ୍କ ଏକ୍ସ ଆକାଉଣ୍ଟ୍ରେ ପୋଷ୍ଟ୍ କରି ଏପରି ଲେଖିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ସନ୍ଧ୍ୟାରେ କୋଲକାତା ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ୍ ସମୟରେ ଅଧିକାରୀ ମୋତେ (ଜଣେ ହ୍ୱିଲ ଚେୟାର ଚାଳକକୁ) ଥରେ ନୁହେଁ ବରଂ ତିନିଥର ଠିଆ ହେବାକୁ କହିଥିଲେ ବୋଲି ମହିଳା ଜଣକ ଫେବ୍ରୁଆରି ୧ ତାରିଖରେ ଏକ୍ସରେ ଲେଖିଛନ୍ତି।
ମହିଳା ଆହୁରି ବି ଲେଖିଛନ୍ତି, “ପ୍ରଥମେ ସେ ମୋତେ ଉଠି ଦୁଇ ପାହାଚ ଚାଲିବାକୁ କହିଲେ। ମୁଁ ଅକ୍ଷମ ଥିବାରୁ ଚାଲି ପାରିବିନାହିଁ ବୋଲି କହିଥିଲି। ତାପରେ ବି ସେ ମୋତେ ପୁନର୍ବାର ଠିଆ ହେବାକୁ କହିଲେ। ସେ କହିଲେ ମାତ୍ର ୨ ମିନିଟ ପାଇଁ ଛିଡ଼ା ହୁଅ। ମୋତେ ପୁନର୍ବାର ବ୍ୟାଖ୍ୟା କରିବାକୁ ପଡ଼ିଲା ଯେ ମୁଁ ଜନ୍ମରୁ ଦିବ୍ୟାଙ୍ଗ।।’’
‘ଏକ୍ସ’ର ବାୟୋ ଅନୁଯାୟୀ, ଆଇନ ଛାତ୍ର ଶ୍ରୀମତୀ ସିଂ ଅଭିଯୋଗ କରିଛନ୍ତି ଯେ ଟିକିଏ ସହାନଭୂତି ନଥିବା ଏହି ବ୍ୟବହାର ତାଙ୍କୁ ଦୁଃଖିତ ଓ କ୍ରୋଧିତ କରିଛି। ସେ କହିଛନ୍ତି ଯେ ବିମାନବନ୍ଦର ସୁରକ୍ଷା ଉପରେ ଥିବା ସିଏସ୍ଏଫ୍ ମାନୁଆଲ୍ ଭିନ୍ନକ୍ଷମମାନଙ୍କୁ ଅପମାନିତ କରିବାକୁ କହିଛି କି?
କୋଲକାତା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଭିନ୍ନକ୍ଷମ ଯାତ୍ରୀଙ୍କ ସୁବିଧା ଉପରେ ପୁନର୍ବାର ଦୃଷ୍ଟି ଦେବା ଜରୁରୀ ବୋଲି ଶ୍ରୀମତୀ ସିଂ କହିଛନ୍ତି। ସିଏସ୍ଏଫ୍ ଏବଂ କୋଲକାତା ବିମାନବନ୍ଦର ଏପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ।
[ad_2]




