ସ୍ୱାସ୍ଥ୍ୟ

ଯଦି ଆପଣଙ୍କ ଦାନ୍ତ ଭାଙ୍ଗି ଯାଉଛି ତାହେଲେ ଏହାକୁ ଫୋପାଡ଼ନ୍ତୁ ନାହିଁ, ଭବିଷ୍ୟତରେ କାମରେ ଆସିପାରେ ଆପଣଙ୍କର ଏହି ଦାନ୍ତ, ଜାଣନ୍ତୁ କେମିତି

ସାଧାରଣତଃ ସଡ଼କ ଦୁର୍ଘଟଣା କିମ୍ବା ମାଡ଼ଗୋଳ ସମୟରେ ଆମ ଦାନ୍ତ ଭାଙ୍ଗିଯାଏ ଓ ଏହାକୁ ଆମେ ଫିଙ୍ଗି ଦେଇଥାଉ କିନ୍ତୁ ଏହି ସମୟରେ ଆପଣ ନିଜ ଦାନ୍ତ ଫିଙ୍ଗନ୍ତୁନାହିଁ କାରଣ ଏହି ଦାନ୍ତ ପୁନର୍ବାର ସେଟ ହୋଇପାରିବ।

ଆଜ୍ଞା ହଁ, ଯଦି ଆପଣଙ୍କ ଦାନ୍ତ କୌଣସି ସଡ଼କ ଦୁର୍ଘଟଣା କିମ୍ବା ଲଢେଇ ଝଗଡ଼ା ଦ୍ୱାରା ଭାଙ୍ଗିଯାଉଛି ତାହେଲେ ଏହାକୁ ଏକଘଣ୍ଟା ମଧ୍ୟରେ ଡ଼କ୍ଟରଙ୍କ ପାଖକୁ ନେଇଯାଆନ୍ତୁ କାରଣ ଏହାକୁ ପୁନର୍ବାର ସେଟ କରାଯାଇ ପାରିବ ଓ ଆପଣଙ୍କୁ ନକଲି ଦାନ୍ତ ଲଗାଇବାର ଆବଶ୍ୟକତା ପଡ଼ିବନାହିଁ। କହିଦେଉଛୁ କି, ସ୍ପଲିଂଟିଙ୍ଗ ଟେକନିକ ଏକ ଏମିତି ଟେକନିକ ଅଟେ ଯାହାକି ଆମକୁ ଆମ ଭଙ୍ଗା ଦାନ୍ତକୁ ପୁନର୍ବାର ଯୋଡ଼ିବାରେ ସାହାର୍ଯ୍ୟ କରିଥାଏ।

ଦୁର୍ଘଟଣା କିମ୍ବା ଅନ୍ୟ କାରଣରୁ ଦାନ୍ତ ଭାଙ୍ଗିଲେ ଏହାକୁ ପୁନର୍ବାର ଫିଟ କରାଯାଇ ପାରିବ:-

ଅସଲି ଦାନ୍ତକୁ ପୁନର୍ବାର ଲଗାଇବା ପ୍ରକ୍ରିୟା ଆମ ଦେଶରେ କେତେକ ହସ୍ପିଟାଲରେ ଆରମ୍ଭ ହୋଇଗଲାଣି ଓ ଏହି ଟେକନିକକୁ ସ୍ପଲିଂଟିଙ୍ଗ ଟେକନିକ କୁହାଯାଏ ସ୍ପଲିଂଟିଙ୍ଗ ଟେକନିକ ଦ୍ୱାରା କୌଣସି ବୟସର ବ୍ୟକ୍ତି ନିଜ ଦାନ୍ତକୁ ଲଗାଇ ପାରିବେ।

ମନେରଖନ୍ତୁ ଯଦି ଆପଣଙ୍କ ଦାନ୍ତ କୌଣସି କାରଣ ବଶତଃ ଭାଙ୍ଗି ଯାଉଛି ତାହେଲେ ଆପଣ ନିଜ ଦାନ୍ତକୁ ଏକ ଡବା ଭିତରେ କ୍ଷୀର ମିଶାଇ ଡ଼କ୍ଟରଙ୍କ ପାଖକୁ ତୁରନ୍ତ ନେଇଯାଆନ୍ତୁ। ଯଦି ଆପଣଙ୍କୁ କ୍ଷୀର ମିଳୁନାହିଁ ତାହେଲେ ଏହାକୁ କେମିତି ବି ଉପାୟରେ ଡ଼କ୍ଟରଙ୍କ ପାଖରେ ପହଞ୍ଚାଇବା ଉଚିତ।

ଦାନ୍ତ ଡ଼କ୍ଟର ଚିରଞ୍ଜିବୀ ଜୟାମଙ୍କ ଅନୁସାରେ, ଯଦି ଆପଣଙ୍କ ଦାନ୍ତ ଭାଙ୍ଗିଯାଉଛି ତାହେଲେ ଏଠାରେ ରକ୍ତ ଜମି ଯାଇଥାଏ ଓ ଏହି ଟେକ୍ନିକ ଜରିଆରେ ରକ୍ତ ସଫା କରାଯାଇ ଦାନ୍ତକୁ ଲଗାଇ ଦିଆଯାଇଥାଏ। ଏହି ଦାନ୍ତ ପରସ୍ପର ସହିତ ସେଟ ହେବାପାଇଁ ଏକମାସ ଲାଗିଥାଏ ଓ ଆପଣଙ୍କୁ ଏହି ସମୟରେ ଡ଼କ୍ଟରଙ୍କୁ ଦୁଇରୁ ତିନିଥର ଭେଟ କରିବାକୁ ପଡ଼ିବ।

ଯଦି ଆମେ ଏଥିରେ ଲାଗୁଥିବା ଖର୍ଚ୍ଚ ବିଷୟରେ କହିବା ତାହେଲେ ସରକାରୀ ହସ୍ପିଟାଲରେ ଏହାର ଖର୍ଚ୍ଚ 200 ଟଙ୍କା ପାଖାପାଖି ଆସିଥାଏ। ଡ଼କ୍ଟରଙ୍କ କହିବାହେଲା, ଯଦି କୌଣସି କାରଣରୁ ଦାନ୍ତ ଭାଙ୍ଗି ଯାଉଛି ତାହେଲେ ତୁରନ୍ତ ଏହାକୁ ଡ଼କ୍ଟରଙ୍କ ପାଖକୁ ନେଇଆସନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button