ରାଜନୀତି

ମୁଁ ଇସ୍ତଫା ଦେଇଛି: ନୀତୀଶ କୁମାର – Kalinga News

[ad_1]

ପାଟନା: ଆଜି ମୁଁ ଇସ୍ତଫା ଦେଇଛି ଓ ରାଜ୍ୟ ସରକାର ଭାଙ୍ଗି ଦେବାକୁ ରାଜ୍ୟପାଳଙ୍କୁ କହିଛି ବୋଲି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ବିହାରରେ ରାଜନୈତିକ ବାଦବିସମ୍ବାଦ ଚାଲିଥିବା ବ‌େଳେ ଆଜି ବିଧାୟକମାନଙ୍କ ବୈଠକରେ ନୀତୀଶ କୁମାର କହିଥିଲେ ଯେ, ଇସ୍ତଫା ଦେବା ପାଇଁ ସେ ଖୁବ୍‌ ଶୀଘ୍ର ରାଜ୍ୟପାଳଙ୍କ ନିକଟକୁ ଯିବେ। ଯେକୌଣସି ନି‌ଷ୍ପତ୍ତି ନେବା ଲାଗି ‘ଜେଡି(ୟୁ)’ ନେତାମାନେ ମୁଖ୍ୟମନ୍ତ୍ରୀ ତଥା ଦଳର ଅଧ୍ୟକ୍ଷ ନୀତୀଶ କୁମାରଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିଥିଲେ।

nitish kumar bihar political crisis resignation
Image Courtesy of India Today

ଏହାପରେ, ନୀତୀଶ କୁମାର ବିହାର ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ରାଜ୍ୟପାଳ ମଧ୍ୟ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ନୀତୀଶ କୁମାରଙ୍କ ସହିତ ମନ୍ତ୍ରୀ ବିଜେନ୍ଦ୍ର ଯାଦବ ଓ ସଞ୍ଜୟ ଝା’ ମଧ୍ୟ ଯାଇଥିଲେ।

ରାଜ୍ୟପାଳଙ୍କୁ ଭେଟି ନୀତୀଶ ତାଙ୍କୁ କହିଲେ, ରାଜ୍ୟରେ ମହାଗଠବନ୍ଧନଠାରୁ ସମ୍ପର୍କ ବିଚ୍ଛିନ୍ନ କରିବାକୁ ଆମେ ନିଷ୍ପତ୍ତି ନେଇଛୁ।

ଉଲ୍ଲେଖଯୋଗ୍ୟ, ଏହାକୁ ମିଶାଇ ‘ଜେଡି(ୟୁ)’ ମୁଖ୍ୟ ନୀତୀଶ ୪ର୍ଥ ଥର ମେଣ୍ଟ ବଦଳାଇଲେଣି।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀଙ୍କଠାରୁ ଫୋନ୍‌ କଲ୍‌ ପାଇଲେ। ଫୋନ୍‌ରେ ପ୍ରଧାନମନ୍ତ୍ରୀ ତାଙ୍କୁ ଗ୍ରହଣ କରିଥିବା ନିଷ୍ପତ୍ତି ଲାଗି ଅଭିନନ୍ଦନ ଜଣାଇଛନ୍ତି।

ଆଜି ଅପରାହ୍ଣ ୧ଟାରେ ‘ଏନ୍‌ଡିଏ’ର ବୈଠକ ବସିବ ଓ ତା’ପରେ ‘ଏନ୍‌ଡିଏ’ ମେଣ୍ଟର ବିଧାୟକ ଦଳ ନେତା ନିର୍ବାଚନ କରାଯିବ। ତା’ପରେ ଅପରାହ୍ଣ ୪ଟା ବେଳେ ରାଜଭବନରେ ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button