ଜ୍ୟୋତିଷ

ଭଗବାନ ବ୍ରହ୍ମା ନିଜ ଝିଅ ସହ କାହିଁକି ବିବାହ କରିଥିଲେ ? କ’ ଣ ଥାଇପାରେ ଏହା ପଛର ଶାସ୍ତ୍ରସମ୍ମତ କାରଣ ?

ବନ୍ଧୁଗଣ ଭଗବାନ ବ୍ରହ୍ମାଙ୍କୁ ସୃଷ୍ଟିର ରଚୟିତା ବୋଲି କୁହାଯାଇଥାଏ । ବିଦ୍ୟାର ଦେବୀ ସରସ୍ଵତୀ ବ୍ରହ୍ମାଙ୍କର ସ୍ତ୍ରୀ ଅଟନ୍ତି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ହେଉଛି । ମାତା ସରସ୍ଵତୀ ବ୍ରହ୍ମାଙ୍କର ଝିଅ ଅଟନ୍ତି । ତେବେ ଶାସ୍ତ୍ର ଅନୁଯାଇ ଏପରି କିଛି କଥା ବର୍ଣ୍ଣିତ ଅଛି । ଯେ ଭଗବାନ ବ୍ରହ୍ମା ନିଜ ଝିଅ ସରସ୍ଵତୀଙ୍କ ସହ ବିବାହ କରିଥିଲେ । ତେବେ ଭଗବାନ ବ୍ରହ୍ମା ନିଜ ଝିଅ ସରସ୍ଵତୀ ସହ ଏପରି ନିନ୍ଦନୀୟ କାର୍ଯ୍ୟ କଣ ପାଇଁ କରିଥିଲେ ?

ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଏ ସମ୍ପର୍କରେ ଚାଲନ୍ତୁ ଆଲୋଚନା କରିବା । ସରସ୍ଵତୀ ପୁରାଣ ଅନୁସାରେ ଭଗବାନ ବ୍ରହ୍ମା ନିଜ ଶକ୍ତିରୁ ଦେବୀ ସରସ୍ଵତୀଙ୍କୁ ଜନ୍ମ ଦେଇଥିଲେ । ମା’ ସରସ୍ଵତୀଙ୍କୁ ବିଦ୍ୟାର ଦେବୀ ବୋଲି କୁହାଯାଇଥାଏ । ତେବେ ମାନ୍ୟତା ଅନୁଯାଇ ଦେବୀ ସରସ୍ଵତୀଙ୍କର କେହି ମା’ ନଥିଲେ । ତାଙ୍କର କେବଳ ପିତା ଥିଲେ । ସେ ଥିଲେ ଭଗବାନ ବ୍ରହ୍ମା ।

ଦେବୀ ସରସ୍ଵତୀ ବହୁତ ସୁନ୍ଦର ଓ ଆକର୍ଷଣୀୟ ଥିଲେ । ଭଗବାନ ବ୍ରହ୍ମା ଦେବୀ ସରସ୍ଵତୀଙ୍କର ସୁନ୍ଦରତା ଦେଖି ତାଙ୍କ ପ୍ରତି ମୋହିତ ହୋଇଯାଇଥିଲେ । ତାପରେ ଦେବୀ ସରସ୍ଵତୀ ନିଜ ବାପା ବ୍ରହ୍ମାଙ୍କର ମନର କଥା ବୁଝି ଯାଇଥିଲେ । ତାପରେ ସେ ନିଜ ବାପାଙ୍କର ନଜରରୁ ବଞ୍ଚିବା ପାଇଁ ମଧ୍ୟ ବହୁତ ଚେଷ୍ଟା କରିବାକୁ ଲାଗିପଡିଥିଲେ । ହେଲେ ସେ ନିଜ ବାପା ବ୍ରହ୍ମାଙ୍କ ନଜରରୁ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିପାରିନଥିଲେ ।

ତାପରେ ଦେବୀ ସରସ୍ଵତୀ ନିଜ ବାପାଙ୍କ ସହ ବାହା ହୋଇଥିଲେ । ବିବାହର ଅନେକ ବର୍ଷ ପର୍ଯ୍ୟନ୍ତ ବ୍ରହ୍ମା ଓ ଦେବୀ ସରସ୍ଵତୀ ଏକ ଜଙ୍ଗଲରେ ସ୍ଵାମୀ ଓ ସ୍ତ୍ରୀ ପରି ରହିଥିଲେ । ତାପରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା ଯାହାର ନାମ ହେଉଛି ସ୍ଵୟଂ ଭୁବନ । ତେବେ ସୃଷ୍ଟିର ରଚୟିତା ଭଗବାନ ବ୍ରହ୍ମା ନିଜେ ସୃଷ୍ଟି କରିଥିବା ଦେବୀ ସରସ୍ଵତୀଙ୍କୁ ନିଜ ଝିଅ କରି ରଖିଥିଲେ ।

ହେଲେ ପରେ ଦେବୀ ସରସ୍ଵତୀଙ୍କର ସୁନ୍ଦରତା ଦେଖି ସେ ବିମୋହିତ ହୋଇଯିବା କାରଣରୁ ତାଙ୍କ ପ୍ରତି ଆକର୍ଷିତ ହୋଇଯାଇଥିଲେ । ଯାହା ଫଳରେ ବ୍ରହ୍ମା ନିଜ ଝିଅ ସରସ୍ଵତୀ ସହ ବିବାହ କରି ଏକ ନିନ୍ଦନୀୟ କାର୍ଯ୍ୟ କରିଦେଇଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button