ଦେଶ- ବିଦେଶ

ସରକାରୀ ଘର ଛାଡୁନାହାନ୍ତି ବହିଷ୍କୃତ ସାଂସଦ ମହୁଆ ମୈତ୍ର; ବଳପୂର୍ବକ ଖାଲି କରିବାକୁ ନୋଟିସ୍‌ – Kalinga News

[ad_1]

ନୂଆଦିଲ୍ଲୀ: ସଂସଦରେ ଆଦାନି-ହିଣ୍ଡେନବର୍ଗ ରିପୋର୍ଟ ପ୍ରସଙ୍ଗରେ ‘ଟଙ୍କା ନେଇ ପ୍ରଶ୍ନ’ ପଚାରିଥିବା ମାମଲାରେ ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ର ସଂସଦରୁ ବହିଷ୍କୃତ ହୋଇଛନ୍ତି। ଏହାପରେ ତାଙ୍କୁ ସରକାରୀ ବାସଭବନ ଛାଡ଼ିବା ପାଇଁ ନୋଟିସ ଦିଆଯାଇଥିଲା, କିନ୍ତୁ ସେ ଘର ଛାଡୁନାହାନ୍ତି। ଆଜି ତାଙ୍କୁ ‘ଘର ନଛାଡ଼ିଲେ ବଳ ପ୍ରୟୋଗ’ କରାଯିବାକୁ ପୁଣିଥରେ ନୋଟିସ ଦିଆଯାଇଛି। ମହୁଆଙ୍କୁ ଡାଇରେକ୍ଟରେଟ୍ ଅଫ୍ ଇଷ୍ଟେଟ୍ ପକ୍ଷରୁ ପୁଣିଥରେ ନୋଟିସ ଦିଆଯାଇଛି। ଏଥିରେ ଦର୍ଶାଯାଇଛି ଯେ ତାଙ୍କୁ ଓ ଘରେ ରହୁଥିବା ଅନ୍ୟମାନଙ୍କୁ ଅନେକ ସମୟ ଦିଆଯାଇଛି। କିନ୍ତୁ ସେ ନିଜକୁ ସ୍ବୀକୃତିପ୍ରାପ୍ତ ନିବାସୀ ବୋଲି ପ୍ରମାଣିତ କରିପାରିନାହାନ୍ତି। ଯଦି ସେ ନିଜ ଆଡ଼ୁ ଘର ଖାଲି ନକରନ୍ତି ତେବେ ଘର ଖାଲି କରିବାକୁ ଆବଶ୍ୟକ ପଡ଼ିଲେ ବଳ ପ୍ରୟୋଗ କରାଯିବ ବୋଲି ନୋଟିସ୍ରେ ଦର୍ଶାଯାଇଛି। ଏହି ନୋଟିସ ପରେ ମହୁଆଙ୍କ ଓକିଲ କହିଛନ୍ତି ଯେ ସେମାନେ ଏହା ବିରୋଧରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବେ। ସୂଚନାଯୋଗ୍ୟ, ଡିସେମ୍ବର ୧୧ ତାରିଖରେ ଇଷ୍ଟେଟ୍ ନିର୍ଦ୍ଦେଶାଳୟ ଜାନୁଆରୀ ୭ ତାରିଖ ସୁଦ୍ଧା ଘର ଛାଡ଼ିବାକୁ ନୋଟିସ ଦେଇଥିଲେ। ଏହା ବିରୋଧରେ ମହୁଆ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏହି ଆବେଦନର ଶୁଣାଣି କରି କୋର୍ଟ ଇଷ୍ଟେଟ୍ ନିର୍ଦ୍ଦେଶାଳୟରେ ଆବେଦନ କରିବାକୁ ମହୁଆଙ୍କୁ କହିଥିଲେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button