ଖେଳ ଖବର

୩ୟ ଟି-୨୦ : ସୁପର ଓଭରରେ ଆଫଗାନିସ୍ତାନକୁ ହରାଇଲା ଭାରତ – Kalinga News

[ad_1]

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଇଥିବା ୩ୟ ଟି୨୦ରେ ଭାରତ ଆଫଗାନସ୍ତାନକୁ ପରାସ୍ତ କରିଛି । ଏହି ମ୍ୟାଚରେ ଆଫଗାନିସ୍ତାନ ଆଗରେ ବିଜୟ ପାଇଁ ୨୧୩ ରନର ଲକ୍ଷ୍ୟ ରଖିଥିଲା ଭାରତ । କିନ୍ତୁ ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନମାନେ ଲଢୁଆ ବ୍ୟାଟିଂ କରି ମ୍ୟାଚକୁ ଟାଇ କରିଦେଇଥିଲେ । ଫଳରେ ସୁପର ଓଭର ଖେଳାଯାଇଥିଲା । ସୁପର ଓଭରରେ ଆଫଗାନ ଦଳ ପ୍ରଥମେ ବ୍ୟାଟିଂ କରି ୧୬ ରନ କରିଥିଲା ଓ ଭାରତ ଆଗରେ ୧୭ ରନର ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ଭାରତ ମଧ୍ୟ ୧୬ ରନ କରିବାରୁ ମ୍ୟାଚ ପୁଣି ଥରେ ଟାଇ ହୋଇଥିଲା । ଏହା ପରେ ଆଉ ଥରେ ସୁପର ଓଭର ଖେଳ ହୋଇଥିଲା । ଏଥିରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୧ ରନ କରିଥିଲା । ଏହାର ଜବାବରେ ଆଫଗାନିସ୍ତାନ ମାତ୍ର ୧ ରନ କରିପାରିଥିଲା ଓ ଭାରତ ୧୦ ରନରେ ବିଜୟୀ ହୋଇଥିଲା ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଭାରତ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଯଶସ୍ବୀ ଜୟସ୍ବାଲ ୪ ରନ କରିଥିବାବେଳେ ବିରାଟ କୋହଲି ୦, ଶିବମ ଦୁବେ ୧ ଓ ସଂଜୁ ସାମସନ ୦ ରନ କରି ଆଉଟ ହୋଇଥିଲେ । ଫଳରେ ୨୨ ରନରେ ୪ଟି ଓ୍ବିକେଟ ହରାଇ ଭାରତ ସଂକଟରେ ପଡ଼ିଥିଲା । କିନ୍ତୁ ରୋହିତ ଶର୍ମା ଓ ରିଙ୍କୁ ସିଂ ସତର୍କତାର ସହ ବ୍ୟାଟିଂ କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଉଭୟ ନିଜର ଚିରାଚରିତ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ । ରୋହିତ ୬୯ଟି ବଲରୁ ୧୨୧ ରନ କରିଥିବାବେଳେ ରିଙ୍କୁ ୬୯ ରନ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ ଫରିଦ ଅହମ୍ମଦ ମଲିକ୍ ୩ଟି ଓ୍ବିକେଟ ନେଇଥିବାବେଳେ ଅଜମାତୁଲ୍ଲା ଓମାରଜାଇ ଗୋଟିଏ ଓ୍ବିକେଟ ନେଇଥିଲେ ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button