ମାଳଦ୍ବୀପକୁ ଛୁଟି କଟାଇବାକୁ ଯିବା ବିପାଶଙ୍କୁ ପଡ଼ିଲା ଭାରୀ, ଟ୍ରୋଲ ହେବାରୁ ହଟାଇଲେ ଫଟୋ – Kalinga News

[ad_1]
ମୁମ୍ବାଇ: ଭାରତ ସମ୍ପର୍କରେ ମାଳଦ୍ବୀପ ମନ୍ତ୍ରୀଙ୍କ ଅପମାନଜନକ ମନ୍ତବ୍ୟ ପରେ ସାରା ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଏହାର ଦୃଢ଼ ବିରୋଧ କରୁଛନ୍ତି। ଦେଶ ସାରା ‘ବଏକଟ୍ ମାଳଦ୍ବୀପ’ ଟ୍ରେଣ୍ଡ ଜାରି ରହିଛି। ମାଳଦ୍ବୀପକୁ ବୁଲିବାକୁ ଯୋଜନା କରିଥିବା ହଜାର ହଜାର ଭାରତୀୟ ଟିକେଟ୍ ବାତିଲ କରୁଥିବା ଦେଖିବାକୁ ମିଳିଛି। ହେଲେ ବିବାଦ ମଧ୍ୟରେ ବଲିଉଡ ଅଭିନେତ୍ରୀ ବିପାଶା ବସୁ ପରିବାର ସହ ମାଳଦ୍ବୀପ ବୁଲିଯିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp

ସୂଚନା ମୁତାବକ, ଜାନୁଆରି ୭ରେ ତାଙ୍କର ଜନ୍ମଦିନ ଥିବା ବେଳେ ନିଜର ଜନ୍ମଦିନ ପାଳନ କରିବା ପାଇଁ ସ୍ବାମୀ ଓ ଝିଅ ସହ ମାଳଦ୍ବୀପ ଯାଇଥିଲେ ବିପାଶା। ଏହାର କିଛି ଫଟୋ ଓ ଭିଡିଓ ସେୟାର କରିବା ପରେ ତାଙ୍କୁ ଲୋକେ ଟ୍ରୋଲ କରିବା ଆରମ୍ଭ କରିଥିଲେ। ସମୁଦ୍ର କୂଳରେ ପରିବାର ସହ ବସିଥିବାର ଫଟୋ ବିପାଶା ସେୟାର କରିଥିଲେ ବି ଟ୍ରୋଲ କରାଯିବା ପରେ ସେ ଫଟୋ ସବୁ ହଟାଇଥିଲେ।
ଏହା ପରେ ସ୍ବାମୀ ତଥା ଅଭିନେତା କରଣ ସିଂହ ଗ୍ରୋଭର ତାଙ୍କ ଜନ୍ମଦିନ ପାଇଁ ଆୟୋଜନ କରିଥିବା ‘କ୍ୟାଣ୍ଡେଲ ଲାଇଟ୍ ଡିନର’ର କିଛି ଫଟୋ ଇନଷ୍ଟାରେ ବିପାଶା ସେୟାର କରିଥିବା ଦେଖିବାକୁ ମିଳିଛି।
[ad_2]