ମନୋରଞ୍ଜନ

ପରଦା ପାଇଁ ପ୍ରସ୍ତୁତ ତାରକା ସନ୍ତାନ – Kalinga News

[ad_1]

ବଲିଉଡ୍‌ରେ ପ୍ରଥମ ସୁଯୋଗ ହାସଲ କରିବା ତାରକା ସନ୍ତାନଙ୍କ ପାଇଁ ସହଜ ହୋଇଥାଏ। ସେହି କ୍ରମରେ ଚଳିତବର୍ଷ ଅନେକ ତାରକା ସନ୍ତାନ ବଲିଉଡ୍‌ ସିନେମାରେ ପ୍ରଥମ ଥର ପାଇଁ ପାଦ ଥାପିବାକୁ ଅପେକ୍ଷା କରି ରହିଛନ୍ତି। ଏଭଳି କେତେକ ପ୍ରମୁଖ ନବାଗତ ଅଭିନେତା ଓ ଅଭିନେତ୍ରୀମାନଙ୍କ ସମ୍ପର୍କରେ ଜାଣିବା।

ଅଜସ୍ର ପ୍ରଶଂସା ସାଉଁଟି ଚାଲିଥିବା ସୁପରଷ୍ଟାର ଅମିର ଖାଁଙ୍କ ପୁଅ ଜୁନୈଦ ଖାଁ ତାଙ୍କର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ଯଶରାଜ ଫିଲ୍ମସ ପ୍ରଯୋଜିତ ହିନ୍ଦୀ ସିନେମା ‘ମହାରାଜ’ ମାଧ୍ୟମରେ। ଏହି ଫିଲ୍ମଟିର ଶୁଭମୁକ୍ତି ଓଟିଟି ମଞ୍ଚ ନେଟ୍‌ଫ୍ଳିକ୍ସରେ ହେବ ବୋଲି ଜଣାଯାଇଛି। ଜୁନୈଦ ତାଙ୍କର ଦ୍ବିତୀୟ ଫିଲ୍ମ ପାଇଁ ମଧ୍ୟ ସୁଟିଂ ଆରମ୍ଭ କରି ଦେଇଛନ୍ତି। ସେହିପରି ମହାରାଷ୍ଟ୍ରର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ନାତି ବୀର ପାହାଡ଼ିୟା ମଧ୍ୟ ସିନେଜଗତରେ ପ୍ରଥମ କରି ଦେଖାଦେବେ। ପାକିସ୍ତାନ ଉପରେ ଭାରତର ଭୟଙ୍କର ବିମାନ ଆକ୍ରମଣ ଉପରେ ପର୍ଯ୍ୟବସିତ ହିନ୍ଦୀ ଫିଲ୍ମ ‘ସ୍କାଇ ଫୋର୍ସ’ରେ ବୀରଙ୍କୁ ଦେଖିବାକୁ ମିଳିବ। ପୂର୍ବରୁ ସେ ବରୁଣ ଧାଵନ ଅଭିନୀତ ‘ଭେଡ଼ିୟା’ରେ ଜଣେ ଉପନିର୍ଦ୍ଦେଶକର ଭୂମିକା ନିର୍ବାହ କରିଥିଲେ। ଏଣେ ସଞ୍ଜୟ କପୁର ଓ ମହୀପ କପୁରଙ୍କ ଝିଅ ସନାୟା କପୁରଙ୍କର ଆବିର୍ଭାବ ହେବ ଏକ ଦକ୍ଷିଣ ଭାରତୀୟ ଫିଲ୍ମ ‘ବୃଷଭ’ରେ। ଏହି ବହୁଭାଷୀ ସିନେମା ବାଦ୍‌ ସେ ଅନ୍ୟ ଏକ ହିନ୍ଦୀ ସିନେମା ‘ବେଧଡ଼କ’ ପାଇଁ ବ୍ୟସ୍ତ ରହିଛନ୍ତି। ସେହିପରି ରବିନା ଟଣ୍ଡନଙ୍କ ଝିଅ ରାଶା ଥଡ଼ାନୀଙ୍କୁ ଦୁଇ ଦୁଇଟି ଫିଲ୍ମରେ ଦେଖିବାକୁ ମିଳିବ।

ସେଥି ମଧ୍ୟରୁ ଫେବ୍ରୁଆରି ମାସରେ ଶୁଭମୁକ୍ତି ହେବାକୁ ଥିବା ଅଭିଷେକ କପୁର ନିର୍ଦ୍ଦେଶିତ ହିନ୍ଦୀ ଫିଲ୍ମଟିର ନାମ ପ୍ରକାଶିତ ହୋଇନଥିବା ବେଳେ ଅନ୍ୟଟି ହେଉଛି ତେଲୁଗୁ ସିନେମା ‘ଆର୍‌ସି ୧୬’। ସୈଫ୍‌ ଅଲି ଖାଁ ଓ ଅମ୍ରିତା ସିଂହଙ୍କ ପୁଅ ଇବ୍ରାହିମ୍‌ ଅଲି ଖାଁଙ୍କର ପ୍ରଥମ ପଦାର୍ପଣ ଦେଖିବାକୁ ମିଳିବ ହିନ୍ଦୀ ସିନେମା ‘ସରଜମିନ୍‌’ରେ। ମହାନ ସଂଗୀତ ନିର୍ଦ୍ଦେଶକ ରାଜେଶ ରୋଶନଙ୍କ ଝିଅ ପଶ୍ମିନା ରୋଶନଙ୍କର ପ୍ରଥମ ସିନେମା ‘ଇସ୍କ ବିସ୍କ ରିବାଉଣ୍ଡ’ ଚଳିତବର୍ଷ ମୁକ୍ତିଲାଭ କରିବ। ଲୋକପ୍ରିୟ ପୌରାଣିକ ଧାରାବାହିକ ‘ମହାଭାରତ’ରେ ଅର୍ଜୁନ ଭୂମିକାରେ ଅଭିନୟ କରିଥିବା ଫିରୋଜ ଖାଁଙ୍କ ପୁଅ ଜିବ୍ରାନ୍‌ ଖାଁ ‘ଇସ୍କ ବିସ୍କ ରିବାଉଣ୍ଡ’ରେ ନାୟକ ରୂପରେ ଦେଖାଦେବେ। ପୂର୍ବରୁ ସେ ଶିଶୁ କଳାକାର ଭାବେ ‘କଭି ଖୁସି କଭି ଗମ୍‌’ରେ ଶାହରୁଖ୍‌ ଖାଁ ଓ କାଜଲଙ୍କ ପୁଅ ଭୁମିକାରେ ଅବତୀର୍ଣ୍ଣ ହୋଇଥିଲେ। ଅଜୟ ଦେବଗନ୍‌ଙ୍କ ପୁତୁରା ଆମନ ଦେବଗନ୍‌ ଫେବ୍ରୁଆରି ୯ ତାରିଖରେ ରୁପେଲି ପରଦାରେ ଦେଖାଦେବାକୁ ସଜବାଜ ହେଉଛନ୍ତି ଯେଉଁ ଫିଲ୍ମଟିର ନାମ ଏଯାଏ ଘୋଷିତ ହୋଇନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button