ଜ୍ୟୋତିଷ

ଗରିବ ଘର ଧନରେ ପରିପୂର୍ଣ୍ଣ ହୋଇଯିବ କାହା ପାଦ ଧୂଳି ପଡିଲେ ଏମିତି ହୁଏ ? ଏ ବିଷୟରେ ଜାଣିବା ପାଇଁ ପଢନ୍ତୁ

ତେବେ ମନୁଷ୍ୟ ଜୀବନ ଅନେକ ସମୟରେ ବୈଜ୍ଞାନିକ ସହ ଜଡିତ ରହିଥିବା ବେଳେ ଅନେକ ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ସହ ଜଡିତ ରହିଥାଏ। ତେବେ ଯଦି ଏହାକୁ ଅବମାନନା କରନ୍ତି ତାହାଲେ ମନୁଷ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ କିଛି ବାସ୍ତୁ ଶାସ୍ତ୍ର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିବା ପରେ ଦାରିଦ୍ର୍ୟତା ଘର ଭିତରେ ପ୍ରବେଶ କରିବା ନାହିଁ।

ମନୁଷ୍ୟ ଜୀବନ ଅନେକ ସୁଖ ଦୁଃଖ ହାନି ଲାଭ ଦେଇ ଗତି କରିଥାଏ। ମନୁଷ୍ୟ ଯେତେବେଳେ ଦାରିଦ୍ର୍ୟତା ର ଶିକାର ହୋଇଥାଏ ସେତେବେଳେ ସେ ନିଜର ସର୍ବସ୍ବ ହରାଇ ଦେଇଥାଏ। ଯେଉଁ ଲୋକମାନେ ଟଙ୍କା ସମୟରେ ପାଖରେ ଥାନ୍ତି ହେଲେ ଦାରିଦ୍ର୍ୟତା ସମୟରେ ଏଡେଇ ହୋଇ ଚାଲି ଯାଆନ୍ତି। ତେବେ କାହାର ପ୍ରବେଶ ପରେ ଘରୁ ଦାରିଦ୍ର୍ୟତା ଦୁରେଇ ଯିବା ଏବଂ ଗରିବ ଲୋକ ମଧ୍ୟ ଧନୀ ହୋଇ ଯିବ ସେ ବିଷୟରେ କହିବାକୁ ଯାଉଛୁ।

ତେବେ ଲୋକମାନେ ଅନେକ ସମୟରେ ନିଜର ସଉକ ପାଇଁ ଭିନ୍ନ ଭିନ୍ନ ପୋଷାକ ପରିଧାନ କରନ୍ତି। ଏପରିକି ଛିଣ୍ଡା ଫଟା ପୋଷାକ ପିନ୍ଧିବା ବେଶ ଲୋକପ୍ରିୟ ହୋଇ ପାରିଛି। ହେଲେ ସବୁଠୁ ବିଶେଷ କଥା ହେଉଛି କେବେ ହେଲେ ପୋଡା ପୋଷାକ ପିନ୍ଧିବେ ନାହିଁ। ଯଦି ଆପଣ କେବେ ଜାଳି ଯାଇଥିବା ପୋଷାକ ପିନ୍ଧନ୍ତି ତେବେ ଅର୍ଥ ହାନି ହେବା ସହ ଶରୀର ଅସୁସ୍ଥ ମଧ୍ୟ ହୋଇଥାଏ।

ଯଦି ଘର ଭିତରକୁ ମାଙ୍କଡ ପ୍ରବେଶ କରି ଯାଉଛି ତେବେ ଅର୍ଥ ହାନି ହୋଇଥାଏ। ଏହିଭଳି ସ୍ଥିତିରେ ବ୍ରାହ୍ମଣଙ୍କୁ ହନୁମାନ ଚାଳିଶା ସହିତ ଦକ୍ଷିଣା ଦାନ କରନ୍ତୁ। ନଚେତ ଅନେକ ନକରତ୍ମକ ଉଜ୍ଜା ଘର ଭିତରେ ପ୍ରବେଶ କରିଥାଏ। ଯାହାଫଳରେ ପାରିବାରିକ ଅଶାନ୍ତି ଦେଖା ଯାଏ।

ଲୁଣକୁ ସବୁବେଳେ କାଚ ପାତ୍ରରେ ରଖନ୍ତୁ। ସେଥିରେ ଯଦି ୪ ଟି ଲବଙ୍ଗ ରଖିବେ ତେବେ ଆପଣଙ୍କ କରଜରୁ ମୁକ୍ତି ପାଇଯିବେ। ଯଦି ଆପଣଙ୍କ ହାତରୁ ଲୁଣ ବିଞ୍ଚି ଯାଏ ତେବେ ତାହାକୁ ସେମିତି ନ ଫୋପାଡ଼ି ପାଣିରେ ଭିଜେଇ ଫୋପାଡନ୍ତୁ। ଯଦି ଏପରି ନ କରିବେ ତାହାଲେ ଆପଣଙ୍କ କରଜ ଆହୁରି ବୃଦ୍ଧି ପାଇଥାଏ।

ଘର ଠାକୁରଙ୍କ ପାଖରେ ମହାଭାରତ ରଖନ୍ତୁ। ମହାଭାରତ ବା ଗୀତା ବହିକୁ ପୂଜା କରନ୍ତୁ। ଏଥିସହିତ ଏହା ମଧ୍ୟରେ ନଜର ରଖନ୍ତୁ ଯେ ଯେଉଁଘରେ ଠାକୁର ପୂଜା କରୁଛନ୍ତି ତେବେ ସେହି ଘରେ ହିଁ ଗୀତା ବହି ରଖନ୍ତୁ। ଅନ୍ୟ କୌଣସି ଘରେ ରଖନ୍ତୁ ନାହିଁ। ଅନ୍ୟଥା ଏହାର ପ୍ରଭାବ ବହୁତ ଖରାପ ହୋଇଥାଏ।

ଠାକୁର ପୂଜା ସମୟରେ ତମ୍ବା ବାସନର ପ୍ରୟୋଗ କରନ୍ତୁ। ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସମୟରେ ତମ୍ବା ମୁଦି ପିନ୍ଧିବା ଦ୍ଵାରା ମଙ୍ଗଲ ହୋଇଥାଏ। ସୋରିଷ ତେଲ ଓ ସିନ୍ଦୁର ମିଶାଇ ଘରର ମୁଖ୍ୟ ଦ୍ଵାରରେ ଓଁ ଲେଖନ୍ତୁ। ଏହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ।

ଧାରୁଆ ଜିନିଷ କିମ୍ବା ମୁନିଆ ଜିନିଷ କାହାକୁ ବି ଉପହାର ଦେବା ଉଚିତ ନୁହେଁ। ଏହା ଭୟଙ୍କର କ୍ଷତି ହୋଇଥାଏ। ଯଦି ରାତିରେ ଆପଣ କୌଣସି ଅଶୁଭ ସ୍ଵପ୍ନ ଦେଖୁଛନ୍ତି ତେବେ ସକାଳେ ଉଠିବା ପରେ ଗୋଟିଏ ଘାସ ନେଇ ତାକୁ ମୁଣ୍ଡରେ ମାରି ଫୋପାଡି ଦିଅନ୍ତୁ । ଏହା ଦ୍ଵାରା ଅଶୁଭ ଦୂର ହୋଇଯିବ।

ଗାଁ ପଡ଼ୋଶୀରେ ଘର କରି ରହିଥିଲେ ସୁବିଧା ଅସୁବିଧା ଜଣେ ଆଉ ଜଣଙ୍କୁ ସାହାଯ୍ୟ କରିଥାନ୍ତି। ହେଲେ ଗୋଟେ କଥା ମନେ ରଖିବେ ସୂର୍ଯ୍ୟ ଅସ୍ତ ହେବା ପରେ କାହାକୁ ବି କ୍ଷୀର, ହଳଦୀ ଓ ଝାଡୁ ଦେବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଆପଣଙ୍କ ପାଇଁ ଅଶୁଭ ବାର୍ତ୍ତା ବହନ କରିଥାଏ।

ତେବେ ବେପାରୀ ମାନଙ୍କ ପାଇଁ ଏକ ବିଶେଷ କଥା ହେଉଛି ଯଦି ଆପଣଙ୍କ ବ୍ୟବସାୟ ଭଲ ଚାଲୁ ନାହିଁ ତେବେ ଦୁଇଟି ଗୋମତୀ ଚକ୍ରକୁ ନାଲି କପଡାରେ ବାନ୍ଧି ଦୋକାନରେ ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ବେପାର ଭଲ ଚାଲିବ।

ଲୋକମାନେ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ବୃକ୍ଷ କାଟି ଥାନ୍ତି। ହେଲେ ନିମ୍ବଗଛ କାଟିବା ଉଚିତ ନୁହେଁ। ନିମ୍ବକାଠି ଜାଳିବା ବି ଅନୁଚିତ। କାରଣ ଏହାର ଧୁଆଁ ନାକରେ ଗଲେ ନପୁଂସକତା ଦେଖା ଦେଇଥାଏ।

ଶନିବାର ଦିନ କେବେ ବି ଲୁହା, ଚମଡାରେ ତିଆର ଜିନିଷ, ତେଲ କିମ୍ବା କୋଇଲା କିଣିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ।

ଗାଈ ଖୁରାର ଧୂଳି, ଧାନ ର ଧୂଳି, ଭଣଜାର ପାଦ ଧୂଳି କିମ୍ବା ବ୍ରାହ୍ମଣର ପାଦ ଧୂଳି ଘରେ ପଡିଲେ ଦରିଦ୍ରତା ଦୂରେଇ ଯାଏ ଓ ଧନ ବୁଦ୍ଧି ହୋଇଥାଏ। ଯଦି କାଳସର୍ପ ଦୋଷ ଅଛି କିମ୍ବା ବିବାହରେ ବାଧା ଆସୁଛି ତେବେ ବାଥରୁମରେ ଆଳତୀ କର୍ପୁର ରଖି ଦିଅନ୍ତୁ, ଦେଖିବେ ସବୁ ବାଧା ଦୂରେଇ ଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button