ଜ୍ୟୋତିଷ

14 ଜାନୁଆରୀ ମକର ସଂକ୍ରାନ୍ତି ଦିନରେ ଏହି ଗଛକୁ ଛୁଇଁକି ଆସିଯାଅ ସେହି ସମୟରେ ଗରିବୀ ଚାଲିଯିବ? ଆଗକୁ ଆପଣଙ୍କ ଇଛା

ବନ୍ଧୁଗଣ ଏହି ବର୍ଷ ମକର ସଂକ୍ରାନ୍ତିରେ ଏହି ଗଛକୁ ଛୁଇଁକି ଆସିଯିବେ ଦେଖିବେ ଆପଣଙ୍କର ଅନେକ ବର୍ଷ ତଳର ଗରିବୀ ନଷ୍ଟ ହୋଇଯିବ | ମାତା ଲଷ୍ମୀ କୃପା କରିବେ | ଦୁର୍ଭାଗ୍ୟକୁ ସୋଭାଗ୍ୟରେ ପରିଣତ କରିଦେବେ | ଏହି ବର୍ଷ ମକର ସଂକ୍ରାନ୍ତି ବହୁତ ଖାସ ହେବାକୁ ଯାଉଚି | ଏହି ସଂକ୍ରାନ୍ତିରେ ସୂର୍ଯ୍ୟ ଗ୍ରହ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ | ଧାର୍ମିକ ଶାସ୍ତ୍ର ଅନୁଯାୟୀ ଏହି ଦିନ ସ୍ୱର୍ଗରୁ ଦେବତାମାନେ ମଧ୍ୟ ପୃଥିବୀପୃଷ୍ଟ କୁ ଆସିଥାନ୍ତି |

ଏହି ଦିନ ଅନେକ ଆତ୍ମାଙ୍କର ମୁକ୍ତି ହେଇଥାଏ | ଅନ୍ଧକାର ହଟି ଆଲୋକର ସଂଜାର ହୋଇଥାଏ | ଏବଂ ଏହି ବର୍ଷ 14 ଜାନୁଆରୀରେ ପଡୁଛି ମକର ସଂକ୍ରାନ୍ତି | ଏହି ସମୟରେ ଯଦି କିଛି ବିଶେଷ ଉପାୟ କରାଯାଏ ତେବେ ଏହା ବହୁତ ଲାଭଦାୟକ ବୋଲି ପ୍ରମାଣିତ ହେଇଥାଏ | ଆପଣଙ୍କୁ କେବଳ ଏହି ଦିନ ଏହି ବୃକ୍ଷଗୁଡ଼ିକୁ ଛୁଇଁକି ଆସିବାର ଅଛି | ନମସ୍କାର ଏବଂ ପାର୍ଥନା କରିବାର ଅଛି | ଏବଂ ଆପଣ ଦେଖିବେ ଯେ ଚମତ୍କାରୀ ଭାବେ ଆପଣଙ୍କ ଜୀବନ ବଦଳିଯିବ |

ଆମ ହିନ୍ଦୁ ଧର୍ମ ରେ ବୃକ୍ଷ ଲତା କୁ ଦେବୀ ଦେବତା ମାନିକି ଆମେ ତାଙ୍କର ପୂଜା କରିଥାଉ | ବୈଜ୍ଞାନିକ ଙ୍କ ଅନୁଯାଇ ବୃକ୍ଷ ଆମକୁ ପ୍ରାଣ ବାୟୁ ଦେଇଥାନ୍ତି,ଆଜ୍ଞା ହଁ ଗଛ ଲତା ଆମକୁ ଅମ୍ଳଜାନ ଦେଇଥାନ୍ତି ଏବଂ ନିଜେ ଅଙ୍ଗାରକାମ୍ଳ ଗ୍ରହଣ କରିଥାନ୍ତି | ଗଛ ଲତା ଖରାରେ ନିଜେ ଜଳି ଆମକୁ ଶୀଳତ ଛାଇ ଦେଇଥାନ୍ତି,ଏହା ଆମକୁ ଫୁଲ, ଫଳ, ଏବଂ ଜାଳେଣି ମଧ୍ୟ ପ୍ରଦାନ କରିଥାନ୍ତି | ଆମ ଶାସ୍ତ୍ର ରେ ଗଛ ଲତା କୁ ବହୁତ ଚମତ୍କାରୀ କୁହାଯାଇଛି ଏହା ଆମ ପାଇଁ ଔଷଧ ମଧ୍ୟ ତିଆରି କରିଥାଏ | ଯାହା ଦ୍ୱାରା ଅନେକ ରୋଗ ଠିକ ହୋଇଯାଏ |

ବନ୍ଧୁଗଣ ଆମ ପୁରାଣ ଶାସ୍ତ୍ର ରେ ଏହିପରି ଅନେକ ଗଛ ବିଷୟରେ କୁହାଯାଇଛି ଯାହା ମନୁଷ୍ୟ ପାଇଁ ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ |ଆଜି ଆମେ ଏହିପରି କିଛି ଗଛ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମକର ସଂକ୍ରାନ୍ତି ରେ ଛୁଇଁକି ଆସିବେ ତେବେ ଆପଣଙ୍କ ଗରିବୀ ଗାଏବ ହୋଇଯିବ | ଆସନ୍ତୁ ଜାଣିବା ସେହି ବୃକ୍ଷ ଗୁଡ଼ିକ ବିଷୟରେ |

1.ବେଲ ବୃକ୍ଷ – ବେଲ ବୃକ୍ଷ କୁ ମାତା ପାର୍ବତୀଙ୍କ ସ୍ୱରୂପ କୁହାଯାଇଛି | କାରଣ ସ୍କନ୍ଦ ପୁରାଣ କୁହାଯାଇଛି କି ମାତା ପାର୍ବତୀଙ୍କ ଝାଳ ରେ ଏହି ବୃକ୍ଷର ଉତ୍ପତ୍ତି ହୋଇଛି | ଏହାର ପତ୍ର ରେ ଶିବ, ଚେର ରେ ବ୍ରାହ୍ମ ଏବଂ ଡାଳ ରେ ମାତା ପାର୍ବତୀ ଏବଂ ତନ ରେ ବିଷ୍ଣୁ ଭଗବାନ ବାସ କରନ୍ତି |

ତେବେ ଏହି ଗଛ ମୂଳ ରେ ଏମିତି ରେ ତ ପ୍ରତିଦିନ ଦୀପ ଜଳେଇବ ଶୁଭ ହୋଇଥାଏ କିନ୍ତୁ ଯଦି ଆପଣ ମକର ସଂକ୍ରାନ୍ତି ଦିନ ସନ୍ଧ୍ୟାରେ ଏହି ବୃକ୍ଷ ତଳେ ଘିଅର ଦୀପ ଜାଳାନ୍ତି | ତେବେ ଅନେକ ସୁଖ ସୁବିଧା ଏବଂ ଧନର ପ୍ରାପ୍ତ ହେବ | ସମସ୍ତ ଦୁଃଖ କଷ୍ଟ ଦୂର ହେଇଯିବ | ଏହାକୁ ଛୁଇଁବା ଦ୍ଵାରା ଆପଣଙ୍କ ପାପ ତତ୍କାଳ ଦୂର ହୋଇଯାଏ | ଏବଂ ଆପଣଙ୍କ ଜୀବନରୁ ଗରିବୀ ମଧ୍ୟ ଗାଏବ ହୋଇଯାଏ |

2.ଡ଼ିମିରି ବୃକ୍ଷ – ଏହି ବୃକ୍ଷକୁ ଭଗବାନ ନରସିଂହ ଆଶୀର୍ବାଦ ଦେଇଥିଳେ କି ମାତା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀହରି ଏହି ବୃକ୍ଷ ବାସ କରିବେ | କୁହାଯାଏ କି ଏହି ବୃକ୍ଷ ତଳେ ଯଦି କୌଣସି ମଣିଷର ମର ଶରୀର କୁ ନିଆଯାଏ ତେବେ ତାହାର ସବୁ ପାପ ଏହି ବୃକ୍ଷ ହରି ନେଇଥାଏ | ଏହି ବୃକ୍ଷ କୁ ଭାବନା ନରସିଂହ ବହୁତ ସାରା ବର ପ୍ରଦାନ କରିଛନ୍ତି, ତେବେ ଏହି ବୃକ୍ଷ କୁ ପୂଜା କରିବା ଅଧିକ ଶୁଭ ହୋଇଥାଏ |

ଦୀପାବଳୀ ସନ୍ଧ୍ୟା ରେ ଏହି ବୃକ୍ଷ ମୂଳକୁ ଆପଣ ଦୀପ ନେଇକି ଯିବେ, ଦୀପ ଟି ଘିଅ କିମ୍ଵା ସୋରିଷ ତେଲ ହେବା ଉଚିତ ହୋଇଥାଏ | ତେବେ ବନ୍ଧୁଗଣ ଏହାପରେ ଆପଣ ସେହି ଠାରେ ଦୀପ ଜଳାନ୍ତୁ ଏବଂ ସେଥିରେ ଟିକିଏ କର୍ପୁର ଏବଂ ଲବଙ୍ଗ ଜଳେଇଦିଅନ୍ତୁ | ଏବଂ ହାତ ଯୋଡି ପ୍ରାଥନା କରନ୍ତୁ ଏବଂ ତାଙ୍କୁ ଛୁଇଁ ନିଜ ମନସ୍କାମନା ଜାଣନ୍ତୁ |

3. ଗଙ୍ଗଶିଉଳି ବୃକ୍ଷ – ଏହି ବୃକ୍ଷ ସମୁଦ୍ର ମନ୍ଥନ ରୁ ଜନ୍ମ ହୋଇଥିଲା |ଏବଂ ଏହାକୁ ଦେବରାଜ ଇନ୍ଦ୍ରଙ୍କ ନନ୍ଦନ ବନ ରେ ସ୍ଥାପିତ କରାଯାଇଥିଲା | ଏହାକୁ ମନୁଷ୍ୟ ଙ୍କ କଲ୍ୟାଣ ପାଇଁ ସ୍ବର୍ଗରୁ ପୃଥିବୀ କୁ ଅଣାଯାଇଥିଲା | ତେବେ ବନ୍ଧୁଗଣ ଯେତେ ବି ଦୁଃଖ କଷ୍ଟ କିମ୍ଵା ମାନସିକ ଚିନ୍ତା ରହିଥାଉ ନା କାହିଁକି ଏହାକୁ ଛୁଇଁବା ଦ୍ୱାରା ସବୁ ଠିକ ହୋଇଯାଇଥାଏ | ତେବେ ବନ୍ଧୁଗଣ ସନ୍ଧ୍ୟା ରେ ଆପଣଙ୍କୁ ଏହି ବୃକ୍ଷ ତଳେ ଏକ ଘିଅ କିମ୍ଵା ସୋରିଷ ତେଲ ର ଦୀପ ଜଳେଇବ ତାଙ୍କୁ ଛୁଇଁ ନିଜ ମନୋକାମନା କୁ ସେହି ବୃକ୍ଷ କୁ ଜଣେଇବା ଉଚିତ | ଏବଂ ଛେନା ଭୋଗ ଲଗେଇବା ଉଚିତ କାରଣ ଶାସ୍ତ୍ର ରେ କୁହାଯାଇଛି କି ଏହି ଗଛ ରେ ମାତା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀହରି ଙ୍କ ବାସ ରହିଛି | ଏହାକୁ ଛୁଇଁବା ମାତ୍ରେ ସବୁ ସମସ୍ୟା ଦୂର ହୋଇଯାଏ |

4.ନିମ ବୃକ୍ଷ – ନିମ ବୃକ୍ଷ ରେ ମାତା ଲକ୍ଷ୍ମୀ ବାସ କରନ୍ତି, ସମସ୍ତ ଦିବ୍ୟ ଶକ୍ତି ବାସ କରିଥାନ୍ତି | ତେବେ ମକର ସଂକ୍ରାନ୍ତି ଦିନ ଏହି ବୃକ୍ଷ କୁ ଛୁଇଁବା ଦ୍ୱାରା ଜୀବନ ରେ ସମସ୍ତ ସମସ୍ୟା ଦୂର ହୋଇଥାଏ | ତେବେ ଏହି ଦିନ ସନ୍ଧ୍ୟା ରେ ଗୋଟିଏ ଦୀପ ନିମ ଗଛ ତଳେ ଜଳାନ୍ତୁ ସେଥିରେ ଟିକିଏ କର୍ପୁର ଏବଂ ଦୁଇଟି ଲବଙ୍ଗ ଜଳେଇ ଦିଅନ୍ତୁ | ଏହା ପରେ କ୍ଷୀର ରେ ସେହି ବୃକ୍ଷ କୁ ଅଭିଷେକ କରନ୍ତୁ ଏବଂ ନିଜ ମନୋସ୍କାମନା କୁହନ୍ତୁ |ଏହି ବୃକ୍ଷ ତତ୍କାଳ ଆପଣଙ୍କ ଦୁଃଖ ହରଣ କରିଦେବ |

Related Articles

Leave a Reply

Your email address will not be published. Required fields are marked *

Back to top button