ଦେଶ- ବିଦେଶ

ବିଲକିସ ବାନୋ ମାମଲା, ପୁଣି ୧୧ ଦୋଷୀ ଯିବେ ଜେଲ – ସୁପ୍ରିମକୋର୍ଟ – Kalinga News

[ad_1]

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଗୁଜରାଟ ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ I ସମସ୍ତ ୧୧ ଦୁଷ୍କର୍ମକାରୀ ଅଭିଯୁକ୍ତ ପୁଣି ଥରେ ଜେଲ ଯିବେ I ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ପ୍ରତ୍ୟାଖାନ କରିଛନ୍ତି। ଏଥି ସହିତ ଏହି ମାମଲାରେ ନିଷ୍ପତ୍ତି ନେବା ଗୁଜରାଟ ସରକାରଙ୍କ କ୍ଷମତାର ଅପବ୍ୟବହାର ଥିଲା ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି। ୨୦୦୨ ମସିହାରେ ଗୁଜରାଟ ଦଙ୍ଗା ସମୟରେ ଅଭିଯୁକ୍ତମାନେ ବିଲକିସ ବାନୋଙ୍କୁ ଗଣ ଦୁଷ୍କର୍ମ କରିବା ସହିତ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିଲେ I ଏହି ମାମଲାରେ ସୁପ୍ରିମକୋର୍ଟ ଅପରାଧୀଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ପାଇଁ ଗୁଜରାଟ ସରକାର ଦେଇଥିବା ଆଦେଶକୁ ରଦ୍ଦ କରିଛନ୍ତି।

ଅନ୍ୟପଟେ ୧୧ ଅଭିଯୁକ୍ତଙ୍କୁ ସମୟ ପୂର୍ବରୁ ମୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ବିଲକିସ ଇ ଏହାର ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଯେଉଁଠାରେ ଅପରାଧୀଙ୍କୁ ବିଚାର କରାଯାଇ ଦଣ୍ଡିତ କରାଯାଇଛି, କେବଳ ଦୋଷୀଙ୍କୁ କ୍ଷମା କରିବାକୁ ସେହି ରାଜ୍ୟ ନିଷ୍ପତ୍ତି ନେଇପାରିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ଗୁଜରାଟ ସରକାର ଦୋଷୀମାନଙ୍କ ଦଣ୍ଡାଦେଶ ଉପରେ ନିଷ୍ପତ୍ତି ନେଇପାରିବେ ନାହିଁ, ବରଂ ମହାରାଷ୍ଟ୍ର ସରକାର ଏହା ଉପରେ ନିଷ୍ପତ୍ତି ନେବେ। ଯଦିଓ ଗୁଜରାଟରେ ଏହି ଅପରାଧ ଘଟିଛି, ତଥାପି ଗୁଜରାଟ ସରକାରଙ୍କର ନିଷ୍ପତ୍ତି ନେବାକୁ ଅଧିକାର ନାହିଁ କାରଣ ମହାରାଷ୍ଟ୍ରରେ ଏହି ବିଚାର ଚାଲିଛି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ସୂଚନାନୁସାରେ,ଅଗଷ୍ଟ ୨୦୨୨ ଗୁଜରାଟ ସରକାର ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରା ଦଣ୍ଡାଦେଶରେ ଦଣ୍ଡିତ ହୋଇଥିବା ୧୧ ଦୋଷୀଙ୍କୁ ମୁକ୍ତ କରିଥିଲେ। ତେବେ ସମୟ ପୂର୍ବରୁ ଦୋଷୀମାନଙ୍କୁ ମୁକ୍ତ କରିବାକୁ ନେଇ ୩୦ ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟରେ ଦୁଇଟି ଆବେଦନ କରାଯାଇଥିଲା। ପ୍ରଥମ ଆବେଦନରେ ଦୋଷୀଙ୍କୁ ମୁକ୍ତ କରିବାକୁ ଚ୍ୟାଲେଞ୍ଜ କରି ସେମାନଙ୍କୁ ଜେଲ ପଠାଇବାକୁ ଦାବି କରାଯାଇଥିଲା। ଦ୍ୱିତୀୟଟିରେ ସୁପ୍ରିମକୋର୍ଟଙ୍କ ଆଦେଶର ପୁନର୍ବିଚାର କରିବାକୁ ଦାବି କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଜଷ୍ଟିସ ଉଜ୍ୱଲ ଭୁୟାଁଙ୍କ ସ୍ୱତନ୍ତ୍ର ବେଞ୍ଚ ୧୨ ଅକ୍ଟୋବର ୨୦୨୩ ରେ ରାୟ ସଂରକ୍ଷିତ ରଖିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button