ଜ୍ୟୋତିଷ

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ , ଯଦି କେହି ଆପଣଙ୍କୁ ଏହି ଜିନିଷ ଦେଉଛି ତେବେ ନା କୁହନ୍ତୁ ନାହିଁ । ଦେଇଥାଏ ଶୁଭ ସଙ୍କେତ

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମଣିଷକୁ ଅନେକ ଅବସର ପ୍ରାପ୍ତ ହୋଇଥାଏ । ଅନ୍ୟଥା ମଣିଷ ଜୀବନରେ ଭଲ ସମୟ ଆସିବା ପୂର୍ବରୁ କିଛି ସଙ୍କେତ ମଧ୍ୟ ମିଳିଥାଏ । କିନ୍ତୁ ଅନେକଥର ମଣିଷ ଏହି ସମସ୍ତ ଅବସରକୁ ନା କହି ଦେଇଥାଏ କିମ୍ବା ନିଜର ଖରାପ ଅଭ୍ୟାସ କାରଣରୁ ମଣିଷ ଏହି ଅବସରକୁ ନା କହି ଦେଇଥାଏ । ଯେଉଁ କାରଣରୁ ତାର ଭାଗ୍ୟ ପୁଣିଥରେ ଫେରିଯାଏ । ମଣିଷକୁ ନିଜ କର୍ମର ଫଳ କୌଣସି ନା କୌଣସି ରୂପରେ ମିଳିଥାଏ । ମାତ୍ର ଏପରି କୁହାଯାଇଛି ଯେ ମିଳିଥିବା ଫଳ ପାଇଁ ପୁରୁଷାର୍ଥ ଦରକାର ଥାଏ । ତେଣୁ ମନୁଷ୍ୟ ଅନେକ ସମୟରେ ଅବସରକୁ ବାରଣ କରି ନିଜ କର୍ମଫଳରୁ ବଞ୍ଚିତ ହୋଇଯାଏ । ତେଣୁ ଆଜିକାର ଏହି ଲେଖାରେ ଆମେ କିଛି ଜିନିଷ ବିଷୟରେ କହିବୁ ଯାହାକୁ ଯଦି କେହି ଆପଣଙ୍କୁ ଦିଅନ୍ତି ତେବେ ମନା କରିବା ଉଚିତ ନୁହେଁ । କାରଣ ଏହା ଆପଣଙ୍କ କର୍ମ ଫଳ ସ୍ୱରୂପ ମିଳିଥାଏ । ଏହାକୁ ମନା କଲେ ଆପଣ ଆଗାମୀ ସମୟରେ ପଶ୍ଚାତାପ କରି ପାରନ୍ତି ।

୧ . ଭଗବାନଙ୍କ ପୂଜାର ପ୍ରସାଦ :-

ଯଦି ଆପଣ କୌଣସି ମନ୍ଦିରକୁ ଯାଆନ୍ତି କିମ୍ବା ବିନା ପ୍ରୟୋଜନରେ କୌଣସି ପୂଜା ସ୍ଥାନରେ ପହଞ୍ଚି ଯାଆନ୍ତି ଏବଂ ସେଠାରେ ଆପଣଙ୍କୁ କେହି ପ୍ରସାଦ ଦିଅନ୍ତି ତେବେ ସେହି ପ୍ରସାଦକୁ କେବେ ମନା କରିବା ଉଚିତ ନୁହେଁ । ସେହି ଦିବ୍ୟ ପ୍ରସାଦ ଆପଣଙ୍କ ଭାଗ୍ୟ ବଦଳାଇବାର ସାମ୍ୟର୍ଥ ରଖିଥାଏ । ଈଶ୍ୱର କୌଣସି କାରଣ ପାଇଁ ହିଁ ସେହି ପ୍ରସାଦ ନେବାକୁ ଆମନ୍ତ୍ରିତ କରିଥାନ୍ତି । ସେହି ପ୍ରସାଦ ମାଧ୍ୟମରେ ହିଁ ଈଶ୍ୱର ଆପଣଙ୍କ ମନୋସ୍କାମନା ପୂରଣ କରିବେ । ତେଣୁ ତାହାକୁ ନିଶ୍ଚିତ ଗ୍ରହଣ କରନ୍ତୁ ।

୨ . ଧନ :-

ଯଦି ହଠାତ ଆପଣଙ୍କୁ କୋୖଣସି ସ୍ଥାନରୁ ଧନ ପ୍ରାପ୍ତି ହେଉଛି ତେବେ ତାହାକୁ ଗ୍ରହଣ କରିବାକୁ କେବେ ସଙ୍କୋଚ କରିବା ଉଚିତ ନୁହେଁ । କିମ୍ବା ବୟସ୍କ ଲୋଜେ ଯଦି ଆପଣଙ୍କୁ ଅଳ୍ପ କିଛି ଟଙ୍କା ଦିଅନ୍ତି ତେବେ ତାହାକୁ ଗ୍ରହଣ କରିବାକୁ ପଛାନ୍ତୁ ନାହିଁ । ଅର୍ଥ ଏହା ଯେ ଲକ୍ଷ୍ମୀଙ୍କୁ କେବେ ମନା କରିବା ଉଚିତ ନୁହେଁ । ତାହା ସାମାନ୍ୟ ବୁ ହେଉ ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ଆକସ୍ମିକ ଭାବରେ ଆସିଥିବା ଧନ ଆପଣଙ୍କ ପୂର୍ବ ଜନ୍ମର ଫଳ ହୋଇଥାଏ । ତେଣୁ ଧନର ସମ୍ମାନ କରି ଗ୍ରହଣ କରିବା ଉଚିତ ।

୩ . ଆଶୀର୍ବାଦ :-

ଆଜିକାଲିକା ପିଢ଼ିର ଲୋକେ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନେବାକୁ ସଂକୋଚ କରିଥାନ୍ତି କିମ୍ବା ସେମାନଙ୍କୁ ଲଜ୍ଜା ଲାଗିଥାଏ । କିନ୍ତୁ ଏପରି କରିବା ଅନୁଚିତ ହୋଇଥାଏ । ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନେବାକୁ କେବେବି ସଂକୋଚ କରିବା ଉଚିତ ନୁହେଁ । ଖାସକରି କୌଣସି ମହତ୍ତ୍ୱପୂର୍ଣ୍ଣ କାମକୁ ଯିବା ସମୟରେ ନିଶ୍ଚିତ ଗୁରୁଜନଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ । ଆପଣଙ୍କୁ ସେହି କାର୍ଯ୍ୟରେ ସଫଳତା ନିଶ୍ଚିତ ମିଳିବ ।

୪ . ଗୋମାତା :-

ଦ୍ୱାରକୁ ଆସିଥିବା ଗୋମାତାଙ୍କୁ କେବେ ବାରଣ କରିବା ଉଚିତ ନୁହେଁ । ତାଙ୍କୁ ରୋଟି ଖାଇବାକୁ ନଦେବା ପର୍ଯ୍ୟନ୍ତ କେବେ ଯିବାକୁ ଦେବେ ନାହିଁ । ଦ୍ୱାରକୁ ଆସିଥିବା ଗୋମାତା ସୌଭାଗ୍ୟ ନେଇ ଆସିଥାନ୍ତି । ତେଣୁ ତାଙ୍କୁ ବାରଣ କଲେ ବ୍ୟକ୍ତି ନିଜେ ନିଜେ ସୌଭାଗ୍ୟକୁ ଦୁର୍ଭାଗ୍ୟରେ ପରିଣତ କରିଥାଏ ।

୫ . ଭିକ୍ଷୁକ :-

ଆପଣଙ୍କ ଦ୍ୱାରକୁ ଆସୁଥିବା କୌଣସି ସାଧୁ , ସନ୍ୟାସୀ କିମ୍ବା ଭିକ୍ଷୁକଙ୍କୁ ମଧ୍ୟ ମନା କରିବା ପାପ ହୋଇଥାଏ । ଦ୍ୱାରକୁ ଆସିଥିବା ଅତିଥୀଙ୍କ ସମ୍ମାନ କରିବା ଉଚିତ ହୋଇଥାଏ । ତେଣୁ ତାଙ୍କୁ ନିଜ ସାମ୍ୟର୍ଥ ଅନୁସାରେ ହିଁ ଦାନ କରନ୍ତୁ । କିନ୍ତୁ ତାଙ୍କୁ ବାରଣ କରି ତାଙ୍କର ଅପମାନ କରନ୍ତୁ ନାହିଁ । ନଚେତ ଏହା ମନୁଷ୍ୟ ମନରେ ବିକାର ଉତ୍ପନ୍ନ କରିଥାଏ

Related Articles

Leave a Reply

Your email address will not be published. Required fields are marked *

Back to top button