ଜ୍ୟୋତିଷ

Vastu Tips- ଗୃହର କେଉଁ ଜାଗାରେ ରହିଲେ ବେଳ ଗଛ ହୋଇଥାଏ ଧନ ର ବର୍ଷା ଓ କେଉଁଠି ରହିଲେ ହୋଇଥାଏ ସର୍ବନାଶ

ବେଲ ଗଛ ସମଗ୍ର ସଂସାରରେ ଦୁର୍ଲଭ ଅଟେ । ତାର ଦୁର୍ଲଭତା ଓ ଔଷଧୀୟ ଗୁଣ ପାଇଁ ସମସ୍ତ ଦେବାଦେବୀ ଓ ସବୁ ଲୋକମାନଙ୍କର ପ୍ରିୟ ହୋଇଥାଏ । ପୁରାଣ ଓ ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀଙ୍କ କୃପାରୁ ବେଲ ଗଛର ସୃଷ୍ଟି ହୋଇଛି, ଯାହାକି ଆପଣମାନେ ଅଳ୍ପ ବହୁତ ଜାଣିଥିବେ । ଆଜି ଆମେ ସେହି ମହତ୍ୱପୂର୍ଣ୍ଣ ବିଷୟରେ ଜାଣିବା । ୧. ବେଲ ଗଛରେ ଶିବ ଓ ପାର୍ବତୀ ରହିଥାନ୍ତି । ବେଲ ଗଛରେ ତ୍ରିନାଥ ଭଗବାନ୍ ରହିଥାନ୍ତି । ( ବ୍ରହ୍ମା,ବିଷ୍ଣୁ,ମହେଶ୍ୱର) ।

ସବୁଦିନ ସକାଳୁ ଉଠି ବେଲ ଗଛରେ ପାଣିଦେଳେ ଶୁଭ ହୋଇଥାଏ, ସବୁଦିନ ଏହିପରି ଭାବରେ କଲେ ଶିବ ଓ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି । ଯେଉଁ ମନୁଷ୍ୟ ଏମିତି କରେ, ସେ ଲୋକମାନଙ୍କୁ ବଶୀଭୂତ କରିଥାଏ ଓ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସଫଳତା ପାଇଥାଏ । ତାହା ସହିତ କୋଟିପତି ହେବାରୁ କେହି ରୋକିପାରିବେ ନାହିଁ ।

୨. ବେଲପତ୍ର ସମସ୍ତ ଦେବୀ ମାନଙ୍କର ପ୍ରିୟପତ୍ର ହୋଇଥାଏ । ଯାହାକି ଶୁଖିଯାଏ, ହେଲେ କେବେ ବାସି ହୁଏ ନାହିଁ । ଏହି ବେଲ ପତ୍ରରେ ଚନ୍ଦନ ଓ ସିନ୍ଦୂର ଲଗେଇ ଅର୍ପଣ କଲେ ଭଲ ହୁଏ । ଏହି ବେଲ ପତ୍ରରେ ଚନ୍ଦନ ଓ ସିନ୍ଦୂର ଲଗେଇ ଅର୍ପଣ କଲେ ମନୁଷ୍ୟର ସବୁ ମନସ୍କାମନା ପୂର୍ଣ୍ଣ ହୁଏ ।

୩. ବେଲ ଗଛର କାଠିକୁ ଚନ୍ଦନ ପରି ଘୋରି ସମସ୍ତ ଦେବାଦେବୀଙ୍କୁ ଅର୍ପଣ କଲେ କୋଟି ପୁଣ୍ୟ ମିଳିଥାଏ, ମନୁଷ୍ୟ ଏହି କାଠିକୁ ଚନ୍ଦନ ପରି ଟୀକା ଲଗେଇଲେ ସମସ୍ତକୁ ବଶ କରିଥାଏ। ଏହିପରି ନିଜର ଦିବ୍ୟ ଚେତନା ଜାତ ହୁଏ, ଏହା ସହିତ ସେ ଅଲୌକିକ ସ୍ଥିତିକୁ ଜାଣିପାରେ । ଏବଂ ସମସ୍ତ ସଂସାରରେ ବିଜୟଲାଭ କରିଥାଏ ।

୪. ଚତୁର୍ଦ୍ଦଶୀ କିମ୍ବା ସୋମବାର ଦିନ ବେଲ ଗଛ ମୂଳରେ ଧୂପ,ଦୀପ, ଭୋଗ ଇତ୍ୟାଦି ଅର୍ପଣ କରି, ସେହି ଗଛର ଚେରକୁ ଏକ ଲାଲ ସୂତାରେ ବାନ୍ଧି ଶରୀରରେ ଧାରଣ କଲେ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ, ଏବଂ ନଜର ଓ ତନ୍ତ୍ର ମନ୍ତ୍ର ଶକ୍ତିକୁ ବାହାର କରିଦିଏ । ଯେଉଁ ମନୁଷ୍ୟମାନଙ୍କର ବିବାହ ଓ ସନ୍ତାନ ହୁଏ ନାହିଁ, ଏମିତି କଲେ ସନ୍ତାନ ପ୍ରାପ୍ତି ହୁଏ ।

୫. ଯେଉଁ ବ୍ୟକ୍ତି ଶିବ ଓ ଦେବୀମାନଙ୍କୁ ପୂଜା କରନ୍ତି, ସେମାନେ ବେଲ ଗଛ ମୂଳରେ ବସି ଶିବ ଓ ଦେବୀଙ୍କୁ ଆରାଧନା କରନ୍ତି, ତେବେ ଖୁବ୍ ଶୀଘ୍ର ସେମାନଙ୍କ ମନସ୍କାମନା ପୂର୍ଣ୍ଣ ହୁଏ ।

୬. ଘରର ଚତୁପାର୍ଶ୍ଵରେ ରହିଥିବା ବଡ଼ ଗଛ ଗୁଡ଼ିକ ରହିବା ଉଚିତ୍ ନୁହେଁ ଓ ସେହି ସବୁ ଗଛର ଛାଇ ଘର ଉପରେ ପଡ଼ିବା କଥା ନୁହେଁ । ଏମିତି କଲେ ବାସ୍ତୁ ଦୋଷ ହୋଇଥାଏ । ଘରର ଯେକୌଣସି ସ୍ଥାନରେ ବେଲ ଗଛ ଲଗେଇଲେ ଶୁଭ ହୋଇଥାଏ, ବେଲ ଗଛର ଛାଇ ଘର ଉପରେ ପଡ଼ିଲେ ବାସ୍ତୁ ଦୋଷ ଦୂର ହୁଏ । ଘରର ନକାରାତ୍ମକ ଶକ୍ତି ମଧ୍ୟ ଦୁର ହୁଏ । ଆମେ ଜାଣିବା ବେଲ ଗଛ କେଉଁ ସ୍ଥାନରେ ରଖିଲେ ଶୁଭ ହୁଏ ।

୭. ଘରର ଉତ୍ତର କିମ୍ବା ଐଶନ୍ୟ କୋଣରେ ରହିଲେ ଶୁଭ ହୋଇଥାଏ ଓ ଧନ ପାଇବାର ରାସ୍ତା ଖୋଲିଯାଏ । ଘରର ପୂର୍ବ ଦିଗରେ ବେଲ ଗଛ ରହିଲେ ଗୃହରେ ଶାନ୍ତି ବଜାୟ ରହେ । ଘରର ପଶ୍ଚିମ ଦିଗରେ ରହିଲେ ଭଲ ସନ୍ତାନ ପ୍ରାପ୍ତି ହୁଏ । ଘରର ଦକ୍ଷିଣ ଦିଗରେ ବେଲ ଗଛ ରହିଲେ ଦୁର୍ଘଟଣା ଘଟେ । ବେଲ ଗଛରେ ଔଷଧୀୟ ଗୁଣ ଥିବା ଯୋଗୁଁ, ଏହାକୁ ପ୍ରତିଦିନ ସେବନ କଲେ ସବୁ ରୋଗ ଭଲ ହୁଏ । ଆମ ଲେଖା ଆପଣଙ୍କୁ ଭଲ ଲାଗିଲେ ଆମକୁ କମେଣ୍ଟ କରି ଜଣାନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button