ଦେଶ- ବିଦେଶ

ଶାନ୍ତ ରହୁଥିବା ବା କମ କଥା କହୁଥିବା ଲୋକ ଏହାକୁ ନିଶ୍ଚୟ ପଢନ୍ତୁ, ଜାଣନ୍ତୁ ଆପଣଙ୍କ ବିଷୟରେ କିଛି ଖାସ କଥା

ନମସ୍କାର ବନ୍ଧୁଗଣ , କମ କହୁଥିବା ଲୋକଙ୍କ ଉପରେ ଏତେ ବେସି ଧ୍ୟାନ ଯାଇ ନଥାଏ । କାରଣ ଦଳ ରେ ଯିଏ ବହୁତ କଥା ହୋଇଥାଏ ତାହାରି ଉପରକୁ ସମସ୍ତଙ୍କ ର ଧ୍ୟାନ ଥାଏ । କିନ୍ତୁ କମ ଗପୁଥିବା ପିଲା ମଧ୍ୟ ବହୁତ କିଛି କାମ କରିଦେଇଥାନ୍ତି । ମିଷ୍ଟେରିଓସ ଏହି ଲୋକ ମାନେ ବହୁତ କମ କହିଥାନ୍ତି । ଆପଣ ଯେତେ କମ କଥା ହେବେ ଆପଣଙ୍କ ବିଷୟରେ ଲୋକମାନେ ମଧ୍ୟ ସେତିକି କମ କହିବେ । ଆପଣ ଯେତେ ଅଧିକ କଥା ହେବେ ଆପଣଙ୍କ ବିଷୟରେ ସେତିକି ଅଧିକ କଥା କହିଦେବେ ।

ତେଣୁ ଏମାନେ ଚୁପଚାପ ରୁହନ୍ତି । ଆପଣ ଦେଖୁଥିବେ ଚୁପ ରହୁଥିବା ଲୋକ ସହ କଥା ହେବାପାଇଁ ଲୋକମାନେ ବହୁତ ଚାହିଁଥାନ୍ତି । କିନ୍ତୁ ବହୁତ ଲୋକ ଇର୍ଷା କରିଥାନ୍ତି । ଆମକୁ ବହୁତ ପ୍ରକାର ଗାଳି କରିଥାନ୍ତି । କିନ୍ତୁ ତାହା ତାଙ୍କର ଗାଳି ନୁହେଁ ବରଂ ଇର୍ଷା ।

ସେ ଆପଣ ଙ୍କ ଉପରେ ଏଥି ପାଇଁ ଚିଡି ଥାନ୍ତି କି ସେ ଭାବନ୍ତି ଇଏ କଣ ପାଇଁ ଆମ କଥା କୁ ନେଇ କି ବହୁତ ଖୁସି କଣ ପାଇଁ ହେଉ ନାହିଁ। ଆମକୁ ଭାଉ କଣ ପାଇଁ ଦେଉନି ଏହା ଭାବିକି ସେ ଆମ ଉପରେ ରାଗିଥାନ୍ତି । ସେ ଭାବନ୍ତି ସମସ୍ତେ ମୋ ପଛରେ ପଡିଛନ୍ତି କିନ୍ତୁ ଏ କଣ ପାଇଁ ମତେ ଭାଉ ଦେଉନାହିଁ । ମନ ର କଥା । ଯେତେବେଳେ ତମେ କିଛି ଭାବିଥାଅ କି ଆଜି କିଛି ଖରାପ ହେବାକୁ ଯାଉଛି ତାହାଲେ ଖରାପ ହିଁ ହୋଇଥାଏ ।

ଆଉ ଯେତେବେଳେ ଆପଣ ଏମିତି ହିଁ ଖୁସି ରେ ରୁହନ୍ତି ତେବେ ଲୋକ ଆପଣଙ୍କୁ ପଚାରନ୍ତି କି କଣ ହୋଇଛି ଏବଂ ସେତେବେଳେ ହିଁ ଆପଣଙ୍କ ସହିତ କିଛି ଭଲ ହୋଇଯାଇଥାଏ । ମାନେ ଆପଣ ସ୍ୱପ୍ନ ରେ କଣ ସତରେ କଣ ଯେତେବେଳେ ଯାହା ଭାବନ୍ତି ସେତେବେଳେ ତାହା ହୋଇଯାଇଥାଏ । ଏମାନେ ଟିକେ ସକାରତ୍ମକ ସ୍ଵଭାବ ର ହୋଇଥାନ୍ତି । ସମସ୍ତେ ନିରାଶ ହୁଅନ୍ତି ସେମିତି ଏମାନେ ମଧ୍ୟ ନିରାଶ ହୁଅନ୍ତି କିନ୍ତୁ ନିରାଶ ହେବା ର ସଙ୍ଗେସଙ୍ଗେ ଏମାନେ ଠିକ ହୋଇଯାଇଥାନ୍ତି କୁହନ୍ତି ହଁ ହେଇଗଲା ତ ହେଇଗଲା ଆଗକୁ ଦେଖାଯାଉ କଣ ହଉଛି ।

ଲୋକମାନେ ବହୁତ ଚିନ୍ତା ରେ ଥିବା ବେଳେ କିଛି ନା କିଛି ଭୁଲ ନିଶ୍ଚିତ ଭାବରେ କରିଥାନ୍ତି । କିନ୍ତୁ ଏମାନେ ସେମିତି କିଛି କରିନଥାନ୍ତି । ସେ ବୁଝିବାର ଶକ୍ତି ଏମାନଙ୍କ ପାଖରେ ଥାଏ । ନିରାଶ ହେବା ପରେ ସେ ତାର ସମାଧାନ ମଧ୍ୟ ଖୋଜିଦେଇଥାନ୍ତି । ଏମାନେ କଥା ଗୁଡିକୁ ବହୁତ ଭଲ ଭାବରେ ବୁଝିଥାନ୍ତି । ତେଣୁ ଆପଣଙ୍କୁ ଯଦି ସମସ୍ତଙ୍କ ସାମ୍ନା ରେ ପରିଚିତ ହେବାର ଅଛି ତେବେ ଆପଣ ସବୁବେଳେ ନିଜର କଥା କମ କରନ୍ତୁ ଏବଂ ନିଜର ଆଖି , କାନ କୁ ସବୁବେଳେ ଖୋଲା ରଖନ୍ତୁ ।

ଏହା କରିବା ଦ୍ବାରା ଲୋକ ଆପଣଙ୍କୁ ଜାଣିପାରିବେ ଏବଂ ଆପଣ ମଧ୍ୟ ସବୁ କିଛି ଦେଖିପାରିବେ ଏବଂ ଶୁଣିପାରିବେ କିଏ କଣ ଆପଣଙ୍କ ବିଷୟରେ କହୁଛି ।ଏମାନେ ଏମିତି ରେ କାହା କଥାରେ ଆସିନଥାନ୍ତି । କିଏ ଯଦି ବେସି ପ୍ରଶଂସା କଲା କି ବେଶୀ ଉପରକୁ ଟେକିଲା ତେବେ ଏମାନେ ତାଙ୍କ କଥା ରେ ଆସିନଥାନ୍ତି । ଏମାନେ ବହୁତ କମ କଥା କହି ବହୁତ କିଛି କରିଦେଇଥାନ୍ତି । ଏମାନେ ଚୁପଚାପ ରହି ନିଜର ସବୁ କାମ ହାସଲ କରିଦେଇଥାନ୍ତି ।

ଏମାନେ ସବୁବେଳେ ଏଥି ପାଇଁ ମଧ୍ୟ ଚୁପ ରହିଥାନ୍ତି କି କମ କଥା କୁହନ୍ତି କିନ୍ତୁ ଲୋକମାନଙ୍କ ଠାରୁ ବହୁତ କିଛି ଶିଖିଥାନ୍ତି । ସେ ଏଇଥିପାଇଁ ମଧ୍ୟ ବେସି ଗପନ୍ତିନି ସମସ୍ତଙ୍କ କଥା କୁ ଧ୍ୟାନ ରେ ଶୁଣି ତା ଠାରୁ ବହୁତ କଥା ଶିଖିଯାଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button