ଜ୍ୟୋତିଷ

Vastu Shastra- ଏହା 7 ଟି କାରଣ ପାଇଁ ଘରକୁ ଆସିଥାଏ ଦରିଦ୍ରତା, କଣ ଏହା ଆପଣଙ୍କ ଘରେ ହେଉ ନାହିଁ ତ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଘରେ କେଉଁ ସବୁ ସଂକେତ ଦେଖାଯିବା ଦ୍ୱାରା ଆପଣ ଦାରିଦ୍ର୍ୟ ର ଶିକାର ହୋଇଥାନ୍ତି।
ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭବିଷ୍ୟତରେ କିଛି ଘଟିବା ପୂର୍ବରୁ କିଛି ସଂକେତ ଆମକୁ ନିଶ୍ଚିତ ଭାବରେ ମିଳିଥାଏ ଏବଂ ସେହି ଭୁଲ କୁ ସୁଧାରିବା ନିମନ୍ତେ ଆମକୁ ସେହି ସଂକେତ ଗୁଡ଼ିକ ମିଳିଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଏଭଳି କିଛି ସଂକେତ ସମ୍ବନ୍ଧରେ ଯାହା ଘରେ ଦେଖାଯିବା ଦ୍ୱାରା ଆପଣ ଭବିଷ୍ୟତ ରେ ଦାରିଦ୍ର୍ୟତା ର ଶିକାର ହୋଇଥାନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସଂକେତ ଗୁଡ଼ିକ କଣ କଣ।

୧. ବନ୍ଧୁଗଣ ଯଦି କ୍ଷୀର ଫୁଟୁଥିବା ସମୟରେ ତାହା ଉତୁରି ଯାଇ ତଳେ ପଡ଼ିଯାଏ ତେବେ ଏହାଦ୍ବାରା ଘରେ ଧନ ର ଅଭାବ ଦେଖିବାକୁ ମିଳେ ଏବଂ ଆର୍ଥିକ ସ୍ଥିତି ଅସମ୍ଭାଳ ହୋଇଥାଏ।ଏହାସହ ଶରୀର ଅସୁସ୍ଥ ହେବାର ମଧ୍ୟ ସମ୍ଭାବନା ଅଛି। ପ୍ରାୟତଃ ବ୍ୟକ୍ତି କୁହନ୍ତି ଯେ, କ୍ଷୀର ଉତୁରିବା ଶୁଭ ହୋଇଥାଏ। କିନ୍ତୁ ବନ୍ଧୁଗଣ ଏପରି ଯଦି ପ୍ରତିଦିନ ହୋଇଥାଏ ତେବେ ଏହା ଅଶୁଭ ବୋଲି ମାନି ନିଆ ଯାଇଥାଏ।

୨. ବନ୍ଧୁଗଣ ଆପଣଙ୍କ ଘରେ ଲାଗିଥିବା କୌଣସି ବଲବ ଅଥବା କୌଣସି ବିଦ୍ୟୁତ ସାମଗ୍ରୀ ଯଦି ଖରାପ ହୋଇଯାଇଛି ତେବେ ତାକୁ ତୁରନ୍ତ ସେହି ସ୍ଥାନରୁ କାଢି ଦିଅନ୍ତୁ ଏବଂ ସେହି ଖରାପ ବଲବ କୁ ଘରେ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରେ ରାହୁ ଙ୍କ ଦୃଷ୍ଟି ପଡ଼ିଥାଏ ଏବଂ ଘରେ ନକରାତ୍ମକ ଶକ୍ତି ର ଉର୍ଜା ସୃଷ୍ଟି ହୋଇଥାଏ ଯାହାଦ୍ୱାରା ଆପଣ ବିଭିନ୍ନ ପ୍ରକାର ସମସ୍ୟା ର ସମୁଖୀନ୍ନ ହୋଇଥାନ୍ତି।

୩. ବନ୍ଧୁଗଣ ଯଦି ଆପଣ ଘରେ ଫୁଲ ସଜାଇବା କୁ ପସନ୍ଦ କରନ୍ତି ତେବେ ସର୍ବଦା ପ୍ରାକୃତିକ ଫୁଲ ହିଁ ଘରେ ସଜାନ୍ତୁ। ଘରେ ପ୍ଲାଷ୍ଟିକ ଫୁଲ ସଜାଇବା ଦ୍ୱାରା ଅଶୁଭ ବୋଲି କୁହାଯାଏ। ତେଣୁ ସର୍ବଦା ପ୍ରାକୃତିକ ଫୁଲକୁ ହିଁ ଘରେ ସଜାନ୍ତୁ ଏବଂ ଏହା ମଉଳି ଗଲା ପରେ ଆପଣ ଏହାକୁ କାଢ଼ି ଦିଅନ୍ତୁ।

୪. ବନ୍ଧୁଗଣ ଯେଉଁ ଘରେ ସବୁବେଳେ ବିଲେଇ ପ୍ରବେଶ କରିଥାଏ ଏବଂ ଏହା ସହ ବିଲେଇ ମାନେ ଝଗଡ଼ା କରିଥାନ୍ତି ତେବେ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ଧନ ହାନୀ ହୋଇଥାଏ।

୫. ବନ୍ଧୁଗଣ ପାଣି ର କଳ ରୁ ପାଣି ବୋହିବା ର ଅର୍ଥ ଘରେ ଖର୍ଚ୍ଚ ବୃଦ୍ଧି ର ସମ୍ଭାବନା ରହିଛି। ତେଣୁ କେବେବି ଘରେ କୌଣସି କଳ ରୁ ଅଯଥା ପାଣି ବୋହିବାକୁ ଦିଅନ୍ତୁ ନାହିଁ ଏବଂ ଯେତିକି ଆବଶ୍ୟକ ସେତିକି ପାଣିର ବ୍ୟବହାର କରନ୍ତୁ। ଯଦି ଆପଣ ପାଣି ପିଇବା ସମୟରେ ପାଣି ବଳି ଯାଉଛି ତେବେ ସେହି ବଳକା ପାଣି କୁ କୌଣସି ଗଛ ରେ ଢ଼ାଳି ଦିଅନ୍ତୁ। ଏପରି କରିବା ଦ୍ୱାରା ପାଣିର ଅପବ୍ୟୟ ହୋଇ ନଥାଏ।

୬. ବନ୍ଧୁଗଣ ଶୋଇବା ସମୟରେ ସ୍ବପ୍ନ ଆସିବା ମଧ୍ୟ ଭବିଷ୍ୟତ ସମ୍ବନ୍ଧରେ ସୂଚନା ଦେଇଥାଏ। ଆପଣ ଯଦି ଶୋଇବା ସମୟରେ ସାପ କୁ ସ୍ୱପ୍ନ ରେ ଦେଖନ୍ତି ତେବେ ଆପଣ ଚାକିରୀ କ୍ଷେତ୍ରରେ ଉନ୍ନତି ପ୍ରାପ୍ତ କରିବେ। ଯଦି ଆପଣ ଝିଟିପିଟି କୁ ସ୍ବପ୍ନ ରେ ଦେଖୁଛନ୍ତି ତେବେ ଆପଣଂକୁ ଧନ ଲାଭ ହେବ ଏବଂ ଯଦି ଆପଣ ସ୍ବପ୍ନ ରେ ନିଜକୁ ଗରିବ ରୂପରେ ଦେଖୁଛନ୍ତି ତେବେ ବନ୍ଧୁଗଣ ଏହାର ଅର୍ଥ ଭବିଷ୍ୟତ ରେ ଆପଣଂକୁ ପ୍ରଚୁର ମାତ୍ରା ରେ ଧନ ଲାଭ ହେବ।

୭. ବନ୍ଧୁଗଣ ଝାଡ଼ୁ ହେଉଛି ମାତା ଲକ୍ଷ୍ମୀ ଙ୍କ ପ୍ରିୟ ଜିନିଷ। ତେଣୁ କେବେବି ଭୁଲ ରେ ଝାଡ଼ୁ ଉପରେ ପାଦ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ଘରେ ବାସ କରନ୍ତି ନାହିଁ ଯାହା ଫଳରେ ଘରେ ଧନ ର ଅଭାବ ଦେଖିବାକୁ ମିଳିଥାଏ। ଝାଡ଼ୁ କୁ ସର୍ବଦା ଗୋଟିଏ ସ୍ଥାନରେ ରଖନ୍ତୁ ଏବଂ ଝାଡ଼ୁ କୁ ଏପରି ସ୍ଥାନରେ ଯେପରି ଅନ୍ୟ କେହି ବାହାର ବ୍ୟକ୍ତି ଦେଖିପାରିବେ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button