ଦେଶ- ବିଦେଶ

ରିକ୍ସା ଚଳାଇ ପିତା ପୁଅକୁ କରିଲେ IAS ଅଧିକାରୀ, ଲୋକେ କହୁଥିଲେ ରିକ୍ସାବାଲାର ପୁଅ କେମିତି IAS ହୋଇ ପାରିବ, ଜାଣନ୍ତୁ ଏହି ପିତାଙ୍କ ପ୍ରେରଣାଦାୟକ କାହାଣୀ

ଯଦି ମଣିଷର ଇଚ୍ଛାଶକ୍ତି ମଜବୁତ ଥିବ ତେବ ସେ ଜୀବନର ସମସ୍ତ କଷ୍ଟକୁ ପାର କରି ନିଜର ସ୍ଵପ୍ନକୁ ପୁରା କରି ପାରିବ । ଆଜି ଆମେ ଆପଣମାନଙ୍କୁ ଏକ ଏମିତି ହିଁ ପିତାଙ୍କ ବିଷୟରେ କହିବାକୁ ଯାଉଛୁ । ଯିଏକି ଦିନ ରାତି କଷ୍ଟ କରି ନିଜ ପୁଅକୁ ଆଇଏଏସ ଅଫିସର କରିଲେ । ଘରର ଆର୍ଥିକ ଅବସ୍ଥା ଠିକ ନଥିବା ସତ୍ବେ ଏହି ପିତା ଜଣକ ନିଜର ପୁଅର ଶିକ୍ଷା ପାଇଁ ସମସ୍ତ ପ୍ରକାର ସୁବିଧା ଦେଇଛନ୍ତି ଏବଂ ଶେଷରେ ତାକୁ ଆଇଏଏସ ଅଫିସର କରି ହିଁ ଦମ ନେଲେ ।

ବାରାଣସୀରେ ରହୁଥିବା ନାରାୟଣଙ୍କର ସ୍ଵପ୍ନ ଥିଲା କି ତାଙ୍କ ପୁଅ ଗୋବିନ୍ଦ ଏକ ଆଇଏଏସ ଅଫିସର ହେଉ । କିନ୍ତୁ ତାଙ୍କର ଆର୍ଥିକ ଅବସ୍ଥା ଏମିତି ନଥିଲା କି ସେ ତାଙ୍କ ପୁଅକୁ ମହଙ୍ଗା ଟ୍ୟୁସନ ଦେବେ । ନାରାୟଣଙ୍କ ଅନୁସାରେ ଯେତେବେଳେ ସେ ନିଜ ପୁଅକୁ ଆଇଏଏସ ଅଫିସର କରିବାର କଥା ଲୋକମାନଙ୍କୁ କହୁଥିଲେ ତେବେ ଲୋକମାନେ ତାଙ୍କର ଥଟ୍ଟା କରୁଥିଲେ । ସେମାନେ କହୁଥିଲେ କି ଗୋଟିଏ ରିକ୍ସାବାଲାର ପୁଅ କେମିତି ଆଇଏଏସ ଅଫିସର ହୋଇ ପାରିବ ।

ସେହିଭଳି ଗୋବିନ୍ଦକୁ ମଧ୍ୟ ତାର ସ୍କୁଲ ଛାତ୍ରମାନେ ବି ରିକ୍ସାବାଲାର ପୁଅ କହି ଥଟ୍ଟା କରୁଥିଲେ । କିନ୍ତୁ ଏହି ସବୁ କଥାର ପ୍ରଭାବ କେବେ ବି ନାରାୟଣ ଏବଂ ଗୋବିନ୍ଦଙ୍କ ଉପରେ ପଡି ନାହିଁ । ସେମାନଙ୍କର ଧ୍ୟାନ କେବଳ ନିଜର ସ୍ଵପ୍ନକୁ ପୁରା କରିବାରେ ଲଗାଇଥିଲେ ।

ଭଡା ଘରେ ରହୁଥିଲେ

ନାରାୟଣଙ୍କର ୪ ଟି ପିଲା ଅଛନ୍ତି । ଯେଉଁତିରେ ତାଙ୍କର ୩ ଟି ଝିଅ ଏବଂ ୧ ପୁଅ ଅଟେ । ନାରାୟଣଙ୍କ ଅନୁସାରେ ତାଙ୍କର ଅବସ୍ଥା ପ୍ରଥମେ ବହୁତ ଭଲ ଥିଲା । ତାଙ୍କ ପାଖରେ ୩୫ ଟି ରିକ୍ସା ଥିଲା । ଯାହାକୁ ସେ ଭଡାରେ ଦେଉଥିଲେ । କିନ୍ତୁ ଯେତେବେଳେ ପୁଅ ଗୋବିନ୍ଦ ୭ମ କ୍ଲାସରେ ଥିଲେ, ସେତେବେଳେ ତାଙ୍କର ପତ୍ନୀଙ୍କୁ ବ୍ରେନ ହୈମରେଜ ହୋଇଗଲା । ବ୍ରେନ ହୈମରେଜ କାରଣରୁ ତାଙ୍କୁ ସମସ୍ତ ରିକ୍ସା ବିକ୍ରି କରିବାକୁ ପଡିଲା ।

ଯାହା ପର ଠାରୁ ତାଙ୍କର ଆର୍ଥିକ ଅବସ୍ଥା ଖରାପ ହେବାକୁ ଲାଗିଲା । ପତ୍ନୀଙ୍କର ମୁର୍ତ୍ୟୁ ପରେ ନାରାୟଣ ଦିନ ରାତି କଷ୍ଟ କରି ନିଜ ପିଲାମାନଙ୍କର ଲାଳନ ପାଳନ କରୁଥିଲେ । ଏହା ସହିତ ନିଜ ପୁଅର ପଢା ଖର୍ଚ ବି ଉଠାଉଥିଲେ । ସେଥିପାଇଁ ଆଜି ତାଙ୍କର ପୁଅ ଆଇଏଏସ ଅଫିସର ହୋଇ ପାରିଛନ୍ତି । ଏବଂ  ବର୍ତ୍ତମାନ ହିଁ ଗୋବିନ୍ଦଙ୍କର ପୋଷ୍ଟିଙ୍ଗ ଗୋଆ ରାଜ୍ୟରେ ହୋଇଛି ।

ପରିବାରରେ ଅଛନ୍ତି ଦୁଇ ଜଣ ଅଧିକାରୀ

ନାରାୟଣଙ୍କର ପୁଅ ଗୋବିନ୍ଦଙ୍କର ପତ୍ନୀ ଚନ୍ଦନା ବି ଏକ ଆଇପିଏସ ଅଧିକାରୀ ଅଟନ୍ତି । ଏବଂ ନାରାୟଣଙ୍କ ଘରେ ଗୋଟିଏ ନୁହେଁ ଦୁଇ ଦୁଇଟି ଅଫିସର ଅଛନ୍ତି । ନାରାୟଣଙ୍କର ବୋହୁ ଚନ୍ଦନାଙ୍କ ଅନୁସାରେ ତାଙ୍କୁ ନିଜ ଶଶୁରଙ୍କ ଉପରେ ବହୁତ ଗର୍ବ ହୁଏ । କହିବାକୁ ଗଲେ ନାରାୟଣ ସମାଜକୁ ଏକ ଉଦାହରଣ ଦେଇଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button