ଦେଶ- ବିଦେଶ

ଗାଁର ରୋଗୀମାନଙ୍କୁ ହେଉଥିଲା ଅସୁବିଧା ତ ଇଞ୍ଜିନିୟରିଂ ଛାତ୍ର କେବଳ ୧୪ ହଜାର ଟଙ୍କାରେ ତିଆରି କଲେ ବାଇକ ଆମ୍ବୁଲାନ୍ସ, ରହିଛି ଏମିତି ସବୁ ସୁବିଧା, ଥରଟୁଏ ନିଶ୍ଚୟ ଦେଖନ୍ତୁ

ଆଜିକାଲି ଟଙ୍କା ଓ ବୁଦ୍ଧି ଅଛି ତ କେହି କିଛି ବି କରି ପାରିବ । ଏହିଭଳି କିଛି ମଧ୍ୟପ୍ରଦେଶର ଏକ ସହରର ଡା. ଏପୀଜେ ଅବ୍ଦୁଲ କଲାମ ଇଞ୍ଜିନିୟରିଂ କଲେଜର ଫାର୍ଷ୍ଟ ଈୟରରେ ପଢୁଥିବା ଚାରିଜଣ ଛାତ୍ର ମିଶି ଗ୍ରାମର ଲୋକମାନଙ୍କ ପାଇଁ ଏକ ଏମ୍ବୁଲେନ୍ସ ତିଆରି କରିଛନ୍ତି । ସେମାନେ କହିଛନ୍ତି କି ଗ୍ରାମର ଲୋକମାନଙ୍କ ପାଖରେ ଏମ୍ବୁଲେନ୍ସର ସୁବିଧା ନଥିବାରୁ ସେମାନେ ନିଜର ଉପଚାର କରି ପାରୁ ନାହାନ୍ତି । ସେଥିପାଇଁ ଇଞ୍ଜିନିୟରିଂ ଛାତ୍ରମାନେ କେବଳ ୧୪୦୦୦ ଟଙ୍କାରେ ତିଆରି କଲେ ବାଇକ ଏମ୍ବୁଲେନ୍ସ ।

ଇଞ୍ଜିନିୟରିଂ ଛାତ୍ରମାନେ କେବଳ ୧୪୦୦୦ ଟଙ୍କାରେ ତିଆରି କଲେ ବାଇକ ଏମ୍ବୁଲେନ୍ସ

ମଧ୍ୟପ୍ରଦେଶର ଝାବୁଆରେ ରହୁଥିବା ଚାରିଜଣ ବନ୍ଧୁ ପପୁ ତାହେଡ ମେଘନଗର ନିବାସୀ, ବେଦ ପ୍ରକାଶ ଝାବୁଆ ନିବାସୀ, ପ୍ରେମକିଶୋର ତୋମର କଟ୍ଠୀବାଡା ନିବାସୀ ଏବଂ ସୋନୂ କୁମାର ବିହାର ନିବାସୀ ମାତ୍ର ୧୪ ହଜାର ଟଙ୍କା ଖର୍ଚ୍ଚ କରି ଏକ ଏମିତି ଏମ୍ବୁଲେନ୍ସ ପ୍ରସ୍ତୁତ କରିଛନ୍ତି ଯାହାକି ଗ୍ରାମବାସୀମାନଙ୍କ ପାଇଁ ବହୁତ କାମରେ ଆସିବ । ଏହି ଏମ୍ବୁଲେନ୍ସରେ ରୋଗୀଙ୍କୁ ରଖିବା ପାଇଁ ସ୍କୁଟରର ଏକ ଟାୟାର ଲଗାଯାଇଛି, ଯେଉଁଥିରେ ଫର୍ସ୍ଟ ଏଡ କିଟ ପାଇଁ ଜାଗା ଅଛି ଏବଂ ଏକ ଅକ୍ସିଜେନ ସିଲଣ୍ଡର ବି ଲଗାଯାଇଛି ।

ଛାତ୍ର ଜଣକ କହିଲେ କି ୧୫ ମିନିଟରେ ଏହି ଏମ୍ବୁଲେନ୍ସକୁ ଗୋଟିଏ ବାଇକରୁ ଅନ୍ୟ ଏକ ବାଇକରେ ସହଜରେ ଲଗାଯାଇ ପାରିବ । ସେମାନେ କହିଲେ କି ଗ୍ରାମୀଣ କ୍ଷେତ୍ରରେ ଯେଉଁଠି ରାସ୍ତା ନାହିଁ କିମ୍ବା ରାସ୍ତା ଖରାପ ଥିବାରୁ ଲୋକମାନଙ୍କ ପାଖକୁ ଏମ୍ବୁଲେନ୍ସର ସୁବିଧା ପହଞ୍ଚି ପାରେ ନାହିଁ । ଏହି କାରଣରୁ ଲୋକମାନଙ୍କୁ ବହୁତ ସମସ୍ୟା ହୋଇଥାଏ । କିନ୍ତୁ ବର୍ତ୍ତମାନ ଗ୍ରାମବାସୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ପପୁ, ବେଦ, ସୋନୁ ଏବଂ ପ୍ରେମ ନିଜ ନିଜ ଗ୍ରାମରେ ଆସୁଥିବା ସମସ୍ୟାକୁ ଦେଖି ଏହିଭଳି ଏମ୍ବୁଲେନ୍ସ ପ୍ରସ୍ତୁତ କରିଛନ୍ତି । ସେମାନେ କହିଲେ କି ବାଇକ ଏମ୍ବୁଲେନ୍ସ ପ୍ରଥମରୁ ବି ଆସିଛି କିନ୍ତୁ ଆମେ ଶସ୍ତା ଓ ସହଜରେ କାମରେ ଆସୁଥିବା ଏହିଭଳି ଏମ୍ବୁଲେନ୍ସ ପ୍ରସ୍ତୁତ କରିଛୁ ଓ ସଫଳ ମଧ୍ୟ ହୋଇଛୁ । ଏହା ଗୋଟିଏ ବାଇକରେ ସବୁବେଳେ ଫିକ୍ସ ହୋଇ ରହିବ ନାହିଁ । ସେଥିପାଇଁ ବାଇକକୁ ନିୟମିତ ରୂପରେ ଉପଯୋଗ କରାଯାଇ ପାରିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button