ଜ୍ୟୋତିଷ

କେମିତି ହେଇଥିଲା ଲକ୍ଷ୍ମଣଙ୍କର ମୁର୍ତ୍ୟୁ, କଣ ନିଜେ ପ୍ରଭୁ ଶ୍ରୀ ରାମ ଦେଇଥିଲେ ନିଜ ଭାଇଙ୍କୁ ମୃତ୍ୟୁ ଦଣ୍ଡ, ଜାଣନ୍ତୁ

ରାମାୟଣର କାହାଣୀ ଦ୍ଵାରା ସମସ୍ତ ହିନ୍ଦୁ ପରିଚିତ ଅଛନ୍ତି । ସମସ୍ତଙ୍କୁ ଜଣା ଅଛି କି ଶ୍ରୀ ରାମ କେଉଁଭଳି ଭାବରେ ରାବଣର ଅନ୍ତ କରି ସୀତାଙ୍କୁ ଫେରାଇ ଆଣିଥିଲେ । କିନ୍ତୁ ଏଠି ସବୁଠୁ ବଡ ପ୍ରଶ୍ନ ଏହା ଆସୁଛି କି ରାମାୟଣର ଏହି ସୁଖଦ ଅନ୍ତ ପରେ କଣ ହେଲା ଏହା ବିଷୟରେ ବହୁତ କମ ଲୋକମାନେ ହିଁ ଜାଣିଛନ୍ତି । ସେଥିପାଇଁ ଆଜି ଆମ ଆପଣଙ୍କୁ କହିବୁ କି ଶ୍ରୀ ରାମଙ୍କର ଭାଇ ଲକ୍ଷ୍ମଣଙ୍କର ମୃତ୍ୟୁ କେମିତି ହୋଇଥିଲା ।

କୁହଯାଏ କି ଶ୍ରୀଲଙ୍କା ଉପରେ ବିଜୟ ହାସଲ କରିବା ପରେ ଶ୍ରୀ ରାମ ଅଯୋଧ୍ୟା ଫେରି ଆସିଲେ ଓ ସେ ଅଯୋଧ୍ୟାର ରାଜା ହୋଇଗଲେ । ଏହା ପରେ ଦିନେ ଯମ ଦେବତା ଶ୍ରୀ ରାମଙ୍କ ସହ ଚର୍ଚ୍ଚା କରିବା ପାଇଁ ତାଙ୍କ ପାଖକୁ ଆସିଥିଲେ ଓ ତାଙ୍କୁ କହିଲେ କି ଆପଣ ଯାହା ବି ପ୍ରତିଜ୍ଞା କରନ୍ତି ତାହାକୁ ପୂର୍ଣ୍ଣ କରିଥାନ୍ତି ।

ତେବେ ଏହି ଆଧାରରେ ଯମ ଦେବତା ତାଙ୍କ ଠାରୁ ଗୋଟିଏ ବଚନ ମାଗିଲେ କି ଯେତେବେଳ ପର୍ଯ୍ୟନ୍ତ ମୋର ଓ ଆପଣଙ୍କ ମଧ୍ୟରେ ବାର୍ତ୍ତାଳାପ ଚାଲୁଥିବ ସେହି ସମୟରେ ଆମ ମଧ୍ୟରେ କେହି ବି ଆସିବେ ନାହିଁ ଏବଂ ଯଦି କେହି ଆସିଯିବେ ତେବେ ଆପଣ ତାଙ୍କୁ ନିଃସଙ୍କୋଚ ମୁର୍ତ୍ୟୁଦଣ୍ଡ ଦେବେ, ଭଗବାନ ରାମ ବି ଯମଙ୍କୁ ଏହି ବଚନ ଦେଇଦେଲେ ।

ଶ୍ରୀ ରାମ ତାଙ୍କର ଏହି ବଚନ ବିଷୟରେ ତାଙ୍କର ଛୋଟ ଭାଇ ଲକ୍ଷ୍ମଣଙ୍କୁ କହିଲେ ଏବଂ ଏହା ସହିତ ଆଜ୍ଞା ବି ଦେଲେ କି ଯଦି କେହି ଆସିବେ ତାଙ୍କର ଚର୍ଚ୍ଚା ଭିତରେ ବିଘ୍ନ ପକାଇବା ପାଇଁ ତେବ ତାହାକୁ ମୁର୍ତ୍ୟୁ ଦଣ୍ଡ ଦିଆଯିବ । ଏହି କଥାର ଆଜ୍ଞା ପାଇ ଲକ୍ଷ୍ମଣ ନିଜେ ହିଁ ଦ୍ଵାରରେ ଚୌକିଦାରୀ କରିବାକୁ ଲାଗିଲେ, କିନ୍ତୁ କିଛି ସମୟ ପରେ ସେଠି ଦୁର୍ବାସା ଋଷି ଆସି ପହଞ୍ଚିଲେ ଏବଂ ଶ୍ରୀ ରାମଙ୍କ ସହିତ ଦେଖା କରିବା ପାଇଁ କହିଲେ ।

କିନ୍ତୁ ଲକ୍ଷ୍ମଣ ତାଙ୍କୁ ଶ୍ରୀ ରାମଙ୍କର ବଚନ ବିଷୟରେ କହିଲେ ଏବଂ ତାଙ୍କୁ ଦେଖା କରିବା ପାଇଁ ମନା କରିଦେଲେ । ମନା କରିବା ପରେ ଋଷି ଦୁର୍ବାସା ଚେତାବନୀ ଦେଲେ କି ଯଦି ତାଙ୍କୁ ରାମଙ୍କ ସହ ଦେଖା କରିବା ପାଇଁ ନ ଦିଆଯିବ ତେବ ସେ ଅଯୋଧ୍ୟାର ରାଜା ରାମଙ୍କୁ ଅଭିଶାପ ଦେଇଦେବେ ।

ଲକ୍ଷ୍ମଣ ବୁଝିଗଲେ ଏହି ପରିସ୍ଥିତିରେ ତାଙ୍କୁ ନିଜକୁ ହିଁ ବଳିଦାନ ଦେବାକୁ ପଡିବ ନଚେତ ଋଷିଙ୍କ ଅଭିଶାପରେ ପୁରା ନଗର ନଷ୍ଟ ହୋଇଯିବ । ଏହା ପରେ ସେ ଭିତରକୁ ଯାଇ ଋଷି ଦୁର୍ବାସାଙ୍କର ଆଗମନର ସୂଚନା ଦେଲେ । ଶ୍ରୀ ରାମ ଏହି କଥା ଶୁଣି ଯମଙ୍କ ସହିତ ନିଜର ବାର୍ତ୍ତାଳାପ ଶୀଘ୍ର ସମାପ୍ତ କରି ଋଷି ଦୁର୍ବାସାଙ୍କର ସ୍ଵାଗତ କରିଲେ ।

କିନ୍ତୁ ତାଙ୍କ ମନରେ ଦୁଃଖ ମଧ୍ୟ ଥିଲା କି ସେହି ବଚନ ମଧ୍ୟରେ ତାଙ୍କର ସବୁଠୁ ପ୍ରିୟ ଭାଇ ଲକ୍ଷ୍ମଣ ହିଁ ଆସିଗଲେ ଯାହାଙ୍କୁ ରାଜ୍ୟର ହିତ ପାଇଁ ଏହି ବଚନକୁ ଉଲ୍ଲଂଘନ କରିବାକୁ ପଡିଥିଲା । ବର୍ତ୍ତମାନ ସେହି ସମୟ ଆସିଗଲା ଯେତେବେଳେ ଶ୍ରୀ ରାମଙ୍କୁ ବଚନ ଅନୁସାରେ ଲକ୍ଷ୍ମଣଙ୍କୁ ମୁର୍ତ୍ୟୁ ଦଣ୍ଡ ଦେବେ ।

ଏହି ଘୋର ଦୁବିଧା ସମୟରେ ଶ୍ରୀ ରାମ ନିଜ ଗୁରୁଙ୍କର ସ୍ମରଣ କଲେ । ସେତେବେଳେ ତାଙ୍କର ଗୁରୁଦେବ ତାଙ୍କୁ କହିଲେ କି ନିଜର କୌଣସି ପ୍ରିୟର ତ୍ୟାଗ କରିବା, ତାହାର ମୁର୍ତ୍ୟୁ ସମାନ ହିଁ ହୋଇଥାଏ । ଅତଃ ତୁମେ ନିଜର ବଚନକୁ ପାଳନ କରିବା ପାଇଁ ଲକ୍ଷ୍ମଣଙ୍କୁ ତ୍ୟାଗ କରିଦିଅ । କିନ୍ତୁ ଲକ୍ଷ୍ମଣଙ୍କୁ ଯେତେବେଳେ ଏହି କଥାର ସୂଚନା ଲାଗିଲା ତେବେ ସେ କହିଲେ କି ଆପଣ ଭୁଲରେ ବି ମୋତେ ତ୍ୟାଗ କରନ୍ତୁ ନାହିଁ କାରଣ ମୁଁ ଆପଣଙ୍କ ଠାରୁ ଦୂରରେ ରହିପାରିବି ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button