ଦେଶ- ବିଦେଶ

୯୩ ବର୍ଷ ବୟସରେ ଲତା ମଙ୍ଗେଷ୍କର ଗାଇଲେ ମୋଦୀଙ୍କ ପାଇଁ ଗୀତ ” ସୌଗନ୍ଧ ମୁଝେ ଇସ ମିଟିକା…” ଭିଡିଓ ହେଲା ଭାଇରଲ

ନରେନ୍ଦ୍ର ମୋଦୀ ଯେତେବେଳ ଠାରୁ ନିର୍ବାଚନରେ ଆସିଛନ୍ତି ସେତେବେଳ ଠାରୁ ତାଙ୍କୁ ବିଭିନ୍ନ ବଡ ବଡ ଲୋକମାନଙ୍କର ସମର୍ଥନ ମିଳିଛି ଏବଂ ଦେଖୁ ଦେଖୁ କେତେକ ବଲୀଉଡ ଜଗତର ହସ୍ତୀମାନେ ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି । ଯେଉଁଥିରେ ସବୁଠୁ ବଡ ନାମ ଲତା ମଙ୍ଗେଷ୍କର ଙ୍କ ଅଟେ । ଲତା ମଙ୍ଗେଷ୍କର ଏବେ ଏକ ଗୀତ ଗାଇଛନ୍ତି । ଯାହାକୁ ଆପଣମାନେ କହି ପାରିବେ କବିତାମୟୀ ଗୀତ ଗାଇଛନ୍ତି, ଯେଉଁଥିରେ ତାଙ୍କର ଆବାଜ ଆଜି ବି ବହୁତ ଜବରଦସ୍ତ ଲାଗୁଛି । ଗୀତରେ ସେ ” ସୌଗନ୍ଧ ମୁଝେ ଇସ ମିଟିକା ମେଂ ଦେଶ ନେହିଂ ଝୁକନେ ଦୁଙ୍ଗା ” ଏହି କବିତାର ଉପଯୋଗ କରିଛନ୍ତି ।

ଏହା ପିଏମ ମୋଦୀଙ୍କର ଶବ୍ଦ ଅଟେ ଯାହାକୁ ସେ ପ୍ରାୟତଃ ତାଙ୍କର ଭାଷଣରେ ଉପଯୋଗ କରନ୍ତି । ବର୍ତ୍ତମାନ ପିଏମ ମୋଦୀଙ୍କ ଉପରେ ପ୍ରସ୍ତୁତ ଫିଲ୍ମରେ ବି ତାଙ୍କର ଏହି ଗୀତ ରହିବ । ଲତାଙ୍କର କହିବା କଥା କି ତାଙ୍କୁ ଏହି ଲାଇନ ବହୁତ ଭଲ ଲାଗିଛି ।

ଏହି କାରଣରୁ ସେ ଏହି ଗୀତକୁ ରେକର୍ଡ କରିଥିଲେ । ଲୋକମାନଙ୍କୁ ଏହି ଗୀତ ବହୁତ ପସନ୍ଦ ବି ଆସୁଛି ଓ ଏହି ଭିଡିଓ ବହୁତ ଭାଇରାଲ ମଧ୍ୟ ହେଉଛି । ଏହି ଗୀତରେ ତାଙ୍କର ସେହି ପୁରୁଣା ଆବାଜର ମଧୁରତା ରହିଛି, ଯାହାକୁ ଶୁଣିବା ପାଇଁ ପୁରା ହିନ୍ଦୁସ୍ଥାନ ଅପେକ୍ଷା କରିଥାଏ । ପିଏମ ମୋଦୀ ନିଜେ ବି ଲତା ଦିଦିଙ୍କର ଏହି ଗୀତାକୁ ଶୁଣି ଅଭିଭୂତ ହୋଇ ଯାଇଛନ୍ତି ଓ ସେ ଏହି ଗୀତ ଶୁଣିବା ପରେ ଟ୍ଵିଟ କରି ତାଙ୍କର ଖୁବ ଅଭିନନ୍ଦନ ଓ ଧନ୍ୟବାଦ କରିଛନ୍ତି ।

ଯେତେବେଳେ ଦେଶର ଏତେ ବଡ ସମ୍ମାନୀୟ କଳାକାର ପିଏମ ଙ୍କ ଦ୍ଵାରା ଏତେ ପ୍ରଭାବିତ ଅଛନ୍ତି ତ ଲାଗୁଛି କି କିଛି ତ କଥା ନିଶ୍ଚିତ ଅଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button