ଦେଶ- ବିଦେଶ

ମାତ୍ର 50 ଟଙ୍କା ଖର୍ଚ୍ଚ କରି ତିଆରି କରାଯାଏ 1000 ଟଙ୍କାର ନକଲି କ୍ଷୀର, ଲାକ୍ଟୋମିଟର ମଧ୍ୟ ଚିହ୍ନିପାରେ ନାହିଁ, ଦେଖନ୍ତୁ କେମିତି ତିଆରି କରୁଛନ୍ତି ଏହି ନକଲି କ୍ଷୀର

ଆଜିର ସମୟରେ ପ୍ରତ୍ୟେକ ମଣିଷ କୌଣସି ନା କୌଣସି ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଅଛନ୍ତି କାରଣ ଆମେ ଯେଉଁ ଖାଦ୍ୟ ପଦାର୍ଥ ଖାଉଛୁ ତାହା ଶୁଦ୍ଧ ନୁହେଁ ତାହା ସୋରିଷ ତେଲ ହେଉ ବା ପନିପରିବା ହେଉ ବା କ୍ଷୀର ହେଉ । ଯଦି ଆମେ କେବଳ କ୍ଷୀର ବିଷୟରେ କଥା ହେବା ତେବେ ଆମେ ବିଭିନ୍ନ ପ୍ରକାରରେ କ୍ଷୀରକୁ ବ୍ୟବହାର କରିଥାଉ । ଯେମିତି କି ଚା, କଫି, ଦହି, ମିଠା ବା କ୍ୟାଲସିୟମ ପାଇଁ ଖାଲି କ୍ଷୀର । କଣ ଆପଣ ଜାଣିଛନ୍ତି କି ଯେଉଁ କ୍ଷୀର ଆପଣଙ୍କ ପାଖକୁ ଆସୁଛି ତାହା ଶୁଦ୍ଧ ନା ମିଶ୍ରିତ ଅଟେ ।

କାରଣ ଆମେ ଆଜି ଏମିତି ଏକ ଜାଗା ବିଷୟରେ କହିବୁ ଯେଉଁଠି 50 ଟଙ୍କା ଖର୍ଚ୍ଚ କରି 1000 ଟଙ୍କାର ନକଲି କ୍ଷୀର ତିଆରି କାରାଯାଉଛି ଓ ଏହାକୁ ଲାକ୍ଟୋମିଟର ମଧ୍ୟ ନକଲି ବୋଲି ଚିହ୍ନି ପାରୁନାହିଁ ।

50 ଟଙ୍କା ଖର୍ଚ୍ଚ କରି ତିଆରି କାରାଯାଏ 1000 ଟଙ୍କାର ନକଲି କ୍ଷୀର

କ୍ଷୀରରେ ପାଣି ମିଶାଇ, ୟୁରିଆ ଓ ଫାର୍ମୋଲିନ ମିଶାଇ ବିକିବା ପ୍ରଣାଳୀ ତ ଆପଣ ଜାଣିଛନ୍ତି କିନ୍ତୁ ଏବେ କ୍ଷୀର ବ୍ୟାପାରୀ ନକଲି କ୍ଷୀର ତିଆରି କରି ତାହାକୁ ଅସଲି କ୍ଷୀର ସହିତ ମିଶାଇ ବିନା ଦ୍ଵିଗ୍ଧାରେ ବିକୁଛନ୍ତି । ଏହା ସାମ୍ପୋ, ରିଫାଇନ, ଗ୍ଲୁକୋଜ ଓ ଫେବ୍ରିକ କଲର ଦ୍ଵାରା ପ୍ରସ୍ତୁତ କରାଯାଉଛି । ବିହାର ଝାଡ଼ଖଣ୍ଡ ବର୍ଡରରେ ନଦୀ କୂଳରେ ବକିୟା ଗାଁ ଅଛି ଯେଉଁଠି ନକଲି କ୍ଷୀର ପ୍ରସ୍ତୁତ କରାଯାଉଛି । ଏଠାରେ ବହୁତ କ୍ଷୀର ବେପାରୀ ଅଛନ୍ତି ଯିଏ ଅସଲି କ୍ଷୀର ହିସାବରେ ନକଲି କ୍ଷୀର ବିକିଥାନ୍ତି ।

ଏହି ଦୁଇଟି ଫର୍ମୁଲାରେ ପ୍ରସ୍ତୁତ କରାଯାଏ ନକଲି କ୍ଷୀର

ପ୍ରଥମେ ଲିକ୍ୟୁଡି ଡିଟରଜେଣ୍ଟ ଇଜି କୁ ଏକ ସଫା ବାସନରେ ରିଫାଇନ ସହିତ ମିଶାଯାଏ ଓ ସେଥିରେ ଗ୍ଲୁକୋଜ ଢଳାଯାଏ । ଦୁଇ ଚାରି ମିନିଟ ମିଶାଇବା ପରେ ସେଥିରେ ପାଣି ମିଶାଯାଏ । ପୁଣି ଏଥିରେ ଫାବ୍ରିକ୍ସ ମିଶାଇ ଏହାକୁ କ୍ଷୀର ଭଳି ପ୍ରସ୍ତୁତ କରାଯାଏ । 10 ମିନିଟ ରେ ନକଲି କ୍ଷୀର ପ୍ରସ୍ତୁତ ହୋଇଥାଏ ଓ 100 ଲିଟର କ୍ଷୀରରେ 20 ଲିଟର ନକଲି କ୍ଷୀର ମିଶାଯାଇଥାଏ । ଏହାକୁ ତିଆରି କରିବାରେ 3-4 ଜଣ ଲୋକ ସାମିଲ ଥାଆନ୍ତି ।

ଦ୍ଵିତୀୟ ଟି ହେଲା ବଡ ବାସନରେ ସାମ୍ପୋ ପକାଇ ସେଥିରେ ଅଧ ଲିଟର ରିଫାଇନ ମିଶାଯାଏ, ପୁଣି ଅଧା ଲିଟର ଅସଲି କ୍ଷୀର ଢଳାଯାଏ । ଏହା ପରେ ଗାଢା କରିବା ପାଇଁ ଚିନି ଓ ଏକ ବାଲ୍ଟି ପାଣି ମିଶାଯାଏ ଓ ଏଥିରୁ ମଧ୍ୟ ସେତିକି ଘିଅ ବା ଲହୁଣୀ ମିଳିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button