ଦେଶ- ବିଦେଶ

ଯଦି ଖୋଲିଛନ୍ତି ଗୋଟେ ରୁ ଅଧିକା ବ୍ୟାଙ୍କ ଆକାଉଣ୍ଟ, ତେବେ ପଢି ନିଅନ୍ତୁ ଏହି ଖବର ନ ହେଲେ ପଛରେ ପସ୍ତେଇବେ

ଭାରତ ଏକ ବଡ ଦେଶ ଅଟେ ଯେଉଁଠି ବହୁତ ବର୍ଗର ଲୋକମାନେ ବାସ କରନ୍ତି । ଗୋଟିଏ ପଟେ ଏଠି ଏମିତି ଲୋକ ଅଛନ୍ତି ଯାହାଙ୍କ ପାଖରେ ଏତେ ଟଙ୍କା ଅଛି ଯେ ରଖିବା ପାଇଁ ଏବଂ ନିବେଶ କରିବା ପାଇଁ ସେମାନେ ବହୁତ ବ୍ୟାଙ୍କର ଖାତା ଆବଶ୍ୟକତା କରିଥାନ୍ତି ଏବଂ ଅନ୍ୟ ପଟେ କୋଟି କୋଟି ଲୋକମାନେ ଅଛନ୍ତି ଯାହାଙ୍କ ପାଖରେ କୋଣସି ବ୍ୟାଙ୍କ ଖାତା ମଧ୍ୟ ନାହିଁ ।

ଆଜି କାଲି ଲୋକମାନେ ଗୋଟେରୁ ବେଶି ବ୍ୟାଙ୍କ ଖାତା ରଖୁଛନ୍ତି । କିଛି ଲୋକଙ୍କର ଦରକାର ଥିବା ସମୟରେ ଆଉ କିଛି ଲୋକଙ୍କର ଦରକାର ନଥାଇ ମଧ୍ୟ ସେମାନେ ଗୋଟେ ରୁ ଅଧିକ ଆକାଉଣ୍ଟ ବ୍ୟବହାର କରୁଛନ୍ତି । ଏମିତି ଲୋକମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ସେମାନେ ଗୋଟେରୁ ବେଶି ବ୍ୟାଙ୍କ ଖାତା ଖୋଲିଲେ କଣ ଅସୁବିଧା ହୋଇଥାଏ ।

ଗୋଟେ ରୁ ଅଧିକ ବାଙ୍କ ଆକାଉନ୍ଟ ରଖିବାର ଫାଇଦା

ଯଦି ଆପଣଙ୍କ ପାଖରେ ଗୋଟେ ରୁ ବେଶି ବ୍ୟାଙ୍କ ଆକାଉଣ୍ଟ ଅଛି ତେବେ ଆପଣ ଏଟିଏମ ର ବ୍ୟବହାର କରି ସେବିଙ୍ଗ ଖାତାରୁ ଦୈନିକ ଏଟିଏମ ରେ ଟଙ୍କା ବାହାର କରିବାର ଏକ ସୀମାରୁ ବେଶି ବାହାର କରି ପାରିବେ ।

 

କିନ୍ତୁ ଯାହା ପାଖରେ କେବଳ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଅଛି ସେମାନେ ଏହାର ଲାଭ ଉଠାଇ ପାରିବେ ନାହିଁ । ଏଟିଏମ ରୁ ଟଙ୍କା ବାହାର କଲେ ବ୍ୟାଙ୍କର ଚାର୍ଜେସ ଲାଗି ଥାଏ । ଯଦି ଆପଣଙ୍କ ପାଖରେ ଗୋଟେରୁ ବେଶି ବ୍ୟାଙ୍କ ଆକାଉଣ୍ଟ ଅଛି ତେବେ ଆପଣଙ୍କୁ ଫ୍ରୀ ସର୍ଭିସ ଥିବା ପର୍ଯ୍ୟନ୍ତ ବ୍ୟବହାର କରି ଦୁଇଟି ଆକାଉଣ୍ଟ ରୁ ଟଙ୍କା ବାହାର କରି ପାରିବେ ।

ଗୋଟେ ରୁ ଅଧିକ ବାଙ୍କ ଆକାଉନ୍ଟ ରଖିବାର ଅସୁବିଧା

ଯଦି ଆପଣଙ୍କ ପାଖରେ ଗୋଟିଏ ରୁ ବେଶି ବ୍ୟାଙ୍କ ଆକାଉଣ୍ଟ ଅଛି ତେବେ ଆପଣଙ୍କୁ ଅନଲାଇନ ବ୍ୟାକିଙ୍ଗ କରିବାରେ ଅସୁବିଧା ହେଉଥିବ । କେତେକ ଲୋକଙ୍କ ପାଇଁ ବ୍ୟାଙ୍କ ର ଆଇଡ, ପାସୱର୍ଡ ମାନେ ରଖିବା କଷ୍ଟ ହୋଇଥାଏ । ଆଉ ଯେଉଁମାନଙ୍କ ପାଖରେ 2 ରୁ ଅଧିକ ଏକାଉନ୍ଟ ଥିବ ସେମାନଙ୍କୁ ଏହାର ବେଶି ଅସୁବିଧା ସମୁଖୀନ ହେବାକୁ ପଡିଥାଏ ।

ଆପଣ ବ୍ୟାଙ୍କ ରେ ଟ୍ରାଂଜେକ୍ଶନ କରନ୍ତୁ କି ନାହିଁ କିନ୍ତୁ ଆପଣଙ୍କୁ ସବୁ ବର୍ଷ ସମସ୍ତ ବ୍ୟାଙ୍କର ବାର୍ଷିକ ମେଂଟନେଂସ ଫୀସ ଏବଂ ସର୍ୱିସ ଚାର୍ଜ ଦେବାକୁ ପଡିଥାଏ । ଯଦି ଆପଣଙ୍କର ଜରୁରୀ ଆବଶ୍ୟକତା ନଥାଏ ତେବେ ଏକରୁ ଉର୍ଦ୍ଧ ବ୍ୟାଙ୍କ ଆକାଉଣ୍ଟ ରଖିବା ଠିକ ନୁହେଁ । ଏହାକୁ ଛାଡିଲେ ବ୍ଯାଙ୍କ ସେଭିଂସ ରେ ପ୍ରତିବର୍ଷ ଅତି ବେଶୀରେ 5-6% ଇନ୍ଟରେସ୍ଟ ରିଟର୍ନ ମିଳିଥାଏ ।

କିନ୍ତୁ ଯଦି ଆପଣଙ୍କର ସେବିଙ୍ଗ ଆକାଉଣ୍ଟ ରେ ଟଙ୍କା ରଖିବା ବଦଳରେ ତାକୁ ଅନ୍ୟ ଯୋଜନା ରେ ଯେମିତି ପୋଷ୍ଟ ଅଫିସ, ସେୟାର ବାଜାର, ମ୍ଯୁଚୁଅଲ ଫଂଡ,  ସରକାରୀ ବନ୍ଡ ଲିକିୱଡିଟୀ ଫଂଡ ଏବଂ ଏଫଡି ରେ ଲଗାଇଦେଉଛନ୍ତି ତେବେ ଆପଣଙ୍କର ବର୍ଷକରେ ଟଙ୍କା କେତେ ଗୁଣା ବଢି ଯିବ । ଯଦି ଆପଣ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ରଖିବା ପାଇଁ ଚାହୁଞ୍ଚନ୍ତି ଆପଣ ଗୋଟିଏ ପ୍ରତିଷ୍ଠିତ ସାର୍ବଜନିକ କ୍ଷେତ୍ର ଏବଂ ଅନ୍ୟ ଏକ ପ୍ରତିଷ୍ଠିତ ନିଜୀ କ୍ଷେତ୍ର ର ବ୍ୟାଙ୍କ ରେ ଖାତା ଖୋଲନ୍ତୁ । ଏହାଦ୍ବାରା ଆପଣ ସେଭିଂସ ସୁରକ୍ଷିତ ରହିବ ଓ ଆପଣ ଭଲ ସାର୍ଭିସ ପାଇ ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button