ସ୍ୱାସ୍ଥ୍ୟ

କେବଳ ଚିକେନ, ଅଣ୍ଡା କିମ୍ବା କ୍ଷୀର ନୁହେଁ, ଏହିସବୁ ଫଳରେ ରହିଛି ପ୍ରଚୁର ପ୍ରୋଟିନ

ଚିକେନ, ମାଛ, ଟୋଫୁ, ୟୋଗର୍ଟ, ବିନ୍ସ, ଅଣ୍ଡା, କ୍ଷୀର, ନଟସ୍, ଲହୁଣୀ ଭଳି ଜିନିଷ କେବଳ ପ୍ରୋଟିନ ରହିଥାଏ ବୋଲି ଆମ ମନକୁ ଆସିଥାଏ। କିନ୍ତୁ ପ୍ରୋଟିନର ଏହି ତାଲିକାରେ ଲୋକେ ଫଳକୁ ଗଣିନଥାନ୍ତି କାରଣ ଫଳ ପ୍ରୋଟିନର ମୁଖ୍ୟ ସ୍ରୋତ ହୋଇନଥାଏ। ବହୁତ କମ୍ ଲୋକ ଜାଣନ୍ତି ଯେ କିଛି ଖାସ୍ ଫଳରେ ମଧ୍ୟ ଅଳ୍ପ ମାତ୍ରାରେ ପ୍ରୋଟିନ୍ ମିଳିଥାଏ। ଆସନ୍ତୁ କ’ଣଏହିସବୁ ଫଳ..

ପିଜୁଳି : ଅଧ କପ୍ ପିଜୁଳିରେ ୨.୧୧ଗ୍ରାମ୍ ପ୍ରୋଟିନ୍ ଥାଏ। ପିଜୁଳିରେ ଅନେକ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଅଧିକ ପ୍ରୋଟିନ୍ ପାଇଁ ଆପଣ ପ୍ରୋଟିନ୍ ପାଉଡର, ଦହି କିମ୍ବା ଚିଜ ସହ ପିଜୁଳିର ସ୍ମୁଦି କରି ମଧ୍ୟ ନେଇ ପାରିବେ।

ଆଭାକାଡୋ : ଆଭାକାଡୋକୁ ସୁପର ଫୁଡ ମଧ୍ୟ କୁହାଯାଇଥାଏ। ଏକ କପ୍ କଟା ଆଭାକାଡୋ ରେ ୩ଗ୍ରାମ୍ ପ୍ରୋଟିନ୍ ଥାଏ। ଆଭାକାଡୋର ଏତିକି ହିଁ ମାତ୍ରାରେ ୧୦ଗ୍ରାମ୍ ଫାଇବର ମଧ୍ୟ ଥାଏ।

avacado

ଆପ୍ରିକଟ୍ : ଆପ୍ରିକଟରେ ପ୍ରଚୁର ପରିମାଣରେ ପୋଟାସିୟମ୍ ଏବଂ ଭିଟାମିନ୍ A ଥାଏ। ଆପ୍ରିକଟ୍ ଭିଟାମିନ୍ Cର ଏକ ଭଲ ସ୍ରୋତ। ଆପ୍ରିକଟକୁ ଚିକେନ ରେସିପି ସହ ଖାଇବା ଦ୍ବାରା ବହୁଳ ମାତ୍ରାରେ ପ୍ରୋଟିନ୍ ମିଳିଥାଏ।

ପଣସ : ଅଧା କପ୍ ପଣସରେ ୧.୪୨ଗ୍ରାମ୍ ପ୍ରୋଟିନ୍ ଥାଏ। ପଣସରେ ଭିଟାମିନ୍ B6 ପ୍ରଚୁର ମାତ୍ରାରେ ଥାଏ। ଯାହା ଉତ୍ତମ ମେଟାବଲିଜମ ପାଇଁ ଜରୁରୀ ହୋଇଥାଏ। ପଣସ ଦେଖିବାକୁ ମାଂସ ଭଳି ହୋଇଥାଏ। କିନ୍ତୁ ଏଥିରେ ମାଂସ ଭଳି ପ୍ରୋଟିନ୍ ନଥାଏ।

panas

କିଓ୍ବି : ଏକ କପ୍ କଟା ହୋଇଥିବା କିଓ୍ବିରେ ୨.୦୫ଗ୍ରାମ୍ ପ୍ରୋଟିନ୍ ଥାଏ। ଫ୍ରୃଟ୍ ସାଲାଡରେ କିଓ୍ବି ଖାଇବା ଦ୍ବାରା ପ୍ରୋଟିନ୍ ମିଳିଥାଏ।

ଶୁଖିଲା କୋଳି : ଏକ ଚତୁର୍ଥାଂଶ କପ୍ ଶୁଖିଲା କୋଳିରେ ୦.୯୫ ଗ୍ରାମ୍ ପ୍ରୋଟିନ୍ ମିଳିଥାଏ। ଏଥିରେ ଫାଇବରର ପ୍ରଚୁର ସ୍ରୋତ ଥାଏ। ଏହା ଅଧିକ ପରିମାଣରେ ଖାଇଲେ ଆପଣଙ୍କ ପେଟ ଖରାପ ହୋଇପାରେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button