ସ୍ୱାସ୍ଥ୍ୟ

ଗର୍ଭାବସ୍ଥାରେ ଆଦୌ ଖାଆନ୍ତୁନି ଆଳୁ ଚିପ୍ସ, ଗର୍ଭସ୍ଥ ଶିଶୁ ଉପରେ ପଡ଼ିପାରେ କୁପ୍ରଭାବ

ଗର୍ଭାବସ୍ଥାରେ ପ୍ରାୟତଃ ମହିଳାମାନେ ଅନେକ କିଛି ଖାଇବାକୁ ଇଚ୍ଛା କରିଥା’ନ୍ତି। ବେଳେବେଳେ ଏହି ସମୟରେ ମହିଳାମାନେ ଗୁଡ଼େ ଏଣୁ ତେଣୁ ତୈଳାକ୍ତ ତଥା ଜଙ୍କ୍‌ ଫୁଡ୍‌ ମଧ୍ୟ ଖାଇଦିଅନ୍ତି ଯାହା ପରେ ସମସ୍ୟା ସୃଷ୍ଟି କରେ। ଏସବୁ ଖାଦ୍ୟର ସିଧାସଳଖ ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ।

potato chips in pregnancy

  • ଏକ ରିସର୍ଚ୍ଚ ମୁତାବକ ଗର୍ଭବତୀ ମହିଳା ଅଧିକ ବନସ୍ପତି ତେଲ ଓ ଆଳୁ ଚିପ୍ସ ଖାଇବା ଅନୁଚିତ। ଏହାର ପ୍ରଭାବ ଶିଶୁର ବିକାଶ ଉପରେ ପଡ଼ିପାରେ। ଏଥିସହ ଗର୍ଭାବସ୍ଥାରେ ମଧ୍ୟ ବିଭିନ୍ନ ସମସ୍ୟା ଦେଖାଦେଇପାରେ।
  • ଯେତେବେଳେ ଆମେ ଲିନୋଲିକ୍‌ ଏସିଡ୍‌ ଯୁକ୍ତ ଖାଦ୍ୟ ଖାଇଥାଉ ସେଥିରେ ଥିବା ମାତ୍ରାଧିକ ଫ୍ୟାଟ୍‌, ଚିନି ଓ ଲୁଣ ଶରୀରକୁ ଯାଇଥାଏ। ଏହି କାରଣରୁ ଗର୍ଭବତୀ ମହିଳାଙ୍କୁ ଆଳୁ ଚିପ୍ସ ସେବନ କରିବାକୁ ମନା କରାଯାଏ।

potato chips in pregnancy2

  • ଗର୍ଭାବସ୍ଥାରେ ଓଜନକୁ ନିୟନ୍ତ୍ରଣରେ ରଖିବା ଉଚିତ। ଆଳୁରେ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ୍‌ ଥାଏ, ଯାହା ଓଜନ ବଢ଼ାଇବାରେ ସାହାଯ୍ୟ କରେ। ଏଣୁ ଏହି ସମୟରେ ଆଳୁ ଚିପ୍ସ ଖାଇବା ମନା।
  • ଗର୍ଭାବସ୍ଥାରେ ମହିଳା ଗୋଟିଏ ଦିନରେ ଅଧା କିମ୍ବା ମଧ୍ୟମ ଆକାରର ଆଳୁ ସେବନ କରିପାରିବେ। ଏତିକି ମାତ୍ରା ଉଭୟ ମା’ ଓ ଗର୍ଭସ୍ଥ ଶିଶୁ ପାଇଁ ଉତ୍ତମ ହୋଇଥାଏ।

potato chips in pregnancy4

  • ଏକ ରିସର୍ଚ୍ଚ ମୁତାବକ ଆଳୁ ଚିପ୍ସକୁ ଭେଜିଟେବଲ ଅଏଲରେ ଛଣାଯାଏ। ଭେଜିଟେବଲ ଅଏଲରେ ପ୍ରଚୁର ପରିମାଣରେ ଓମେଗା ୬ ଫ୍ୟାଟ୍ସ ଓ ଲିନୋଲେଇକ ଏସିଡ୍‌ ରହିଥାଏ। ଯାହା ଦ୍ୱାରା ଦେହ ହାତ କୁଣ୍ଡେଇ ହେବା ସହ ହାର୍ଟ ରୋଗର ଆଶଙ୍କା ମଧ୍ୟ ବଢ଼ିଯାଏ। ଏଣୁ ଗର୍ଭାବସ୍ଥାରେ ମହିଳା ଆଳୁ ଚିପ୍ସ ଖାଇବା ଅନୁଚିତ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button