ମନୋରଞ୍ଜନ

ଆଜି ନିଜ ସାଥୀଙ୍କୁ ବନାଇ ଖୁଆନ୍ତୁ ଟେଡି ବିୟର କୁକିଜ୍, ପ୍ରେମରେ ବଢିବ ମଧୁରତା

ଆଜି ଭାଲେଣ୍ଟାଇନ ଓ୍ଵିକର ଚତୁର୍ଥ ଦିନ। ଆଉ ଏହି ଚତୁର୍ଥ ଦିନରେ ପଡୁଛି ଟେଡି ବିୟର ଡେ। ଆଜି ସମସ୍ତେ ଏହି ଟେଡି ବିୟର ଡେ ପାଳନ କରନ୍ତି। ପ୍ରେମୀ ଯୁଗଳ ଏହି ପ୍ରେମର ସପ୍ତାହକୁ ପାଳନ କରି ଆଜିର ଦିନରେ ଟେଡି ବିୟର ଜଣେ ଜଣଙ୍କୁ ଗିଫ୍ଟ କରନ୍ତି। ନିଜ ପାର୍ଟନରଙ୍କୁ ଇମ୍ପ୍ରେସ କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ‘ଟେଡି ବିୟର କୁକିଜ’ ବନାଇବାର ପ୍ରସ୍ତୁତି ନେଇ ଆସିଛୁ। ଏହା ନିଶ୍ଚୟ ଆପଣଙ୍କ ସାଥିକୁ ଖୁସି କରାଇବ।

ଆବଶ୍ୟକ ସାମଗ୍ରୀ

ଅଟା – ୧ କପ୍‌

ବଟର -୬୦ ଗ୍ରାମ

ବେକିଂ ପାଉଡର – ୧/୪ କପ୍‌

ଲୁଣ – ସ୍ୱାଦାନୁସାରେ

ମିଲକ୍ ପାଉଡର – ୧/୪ କପ୍‌

ଚିନି – ୧/୨ କପ୍‌+୨ ଟେବୁଲ ଚାମଚ (ପେଶା ହୋଇଥିବା)

କ୍ଷୀର -୧/୪ କପ୍‌

ଭାନିଲା ଏସେନ୍ସ – ୧ ଟେବୁଲ ଚାମଚ

ଡ୍ରାଇ ଫ୍ରୁଟସ – ୫୦ ଗ୍ରାମ (ଛୋଟ କଟା ହୋଇଥିବା)

teddyyପ୍ରସ୍ତୁତି ପ୍ରଣାଳୀ

-ଏକ ପାତ୍ରରେ ଅଟା, ମିଲ୍କ ପାଉଡର ଏବଂ ବେକିଂ ପାଉଡର ପକାଇ ଭଲଭାବରେ ମିକ୍ସ କରନ୍ତୁ।

-ଏବେ ଏଥିରେ ବଟର ପକାଇ ମିଶାନ୍ତୁ ଏବଂ ୩୦ ମିନିଟ ପାଇଁ ଅଲଗା ରଖି ଦିଅନ୍ତୁ।

-୩୦ ମିନିଟ ପରେ ଏଥିରେ ଚିନି ଏବଂ ଭାନିଲା ଆସେନ୍ସ ମିଶାନ୍ତୁ।

-ମିଶ୍ରଣରେ କ୍ଷୀର ମିଶାଇ ଅଟା ଭଳି ଚକଟନ୍ତୁ। ଏହାକୁ ୧ ଘଣ୍ଟା ପାଇଁ ଅଲଗା ରଖିଦିଅନ୍ତୁ।

-ଏବେ ଏହାର ଛୋଟ ଛୋଟ ଗୋଲା କରି ବେଲି ଦିଅନ୍ତୁ। ଏହାପରେ ଏହାକୁ ଟେଡି ବିୟର ସେପର କୁକିଜ୍ କଟରରେ କାଟି ଦିଅନ୍ତୁ।

-ଏହା ଉପରେ ଡ୍ରାଇ ଫ୍ରୁଟସ୍ ଲଗାନ୍ତୁ।

-ଏବେ ଟେଡି ବିୟର କୁକିଜକୁ ୧୦ ମିନିଟ୍ ପଯ୍ୟର୍ନ୍ତ ବେକ୍ କରିଦିଅନ୍ତୁ।

-ଠିକ୍ ୧୦ ମିନିଟ ପରେ ଟେଡି ବିୟର କୁକିଜକୁ ମାଇକ୍ରୋେଓତବରୁ ବାହାର କରି ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ।

-ଏବେ ଆପଣଙ୍କର ଟେଡି ବିୟର କୁକିଜ୍ ପ୍ରସ୍ତୁତ ହୋଇଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button