ଜ୍ୟୋତିଷ

ଏହି ଦିନ ଘର ପୋଛିବା ଦ୍ୱାରା ଅସନ୍ତୁଷ୍ଟ ହୁଅନ୍ତି ମା’ଧନଦାତ୍ରୀ, ଭୁଲ୍‌ରେ ବି ଏହି ବାରରେ ଧୁଅନ୍ତୁନି ଘରଦ୍ୱାର

ସଫାସୁତୁରା ସ୍ଥାନରେ ଲକ୍ଷ୍ମୀ ବାସ କରନ୍ତି ବୋଲି ବିଶ୍ୱାସ ରହିଛି। ଏଣୁ ସମସ୍ତେ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିଥାନ୍ତି। ଖାସ୍‌ କରି ମହାଲକ୍ଷ୍ମୀଙ୍କ ବାର ବା ଗୁରୁବାର ପୂର୍ବରୁ ସମସ୍ତେ ଘର ସଫା କରନ୍ତି। ପୁରାଣରେ ବର୍ଣ୍ଣିତ ଅଛି ଯେ ଶ୍ରୀୟା ନାମ୍ନୀ ଜଣେ ଚଣ୍ଡାଳୁଣୀର ପରିଷ୍କାର ପରିଚ୍ଛନ୍ନତା ଓ ଭକ୍ତିରେ ପ୍ରସନ୍ନ ହୋଇ ମା’ ଲକ୍ଷ୍ମୀ ତାଙ୍କ ଘରେ ପ୍ରବେଶ କରିଥିଲେ। ଏଥିସହ ଶ୍ରୀୟାଙ୍କ ମନ ଜାଣି ତାଙ୍କୁ ବରଦାନ ମଧ୍ୟ କରିଥିଲେ। ଏଣୁ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ସମସ୍ତେ ଘରକୁ ପରିଷ୍କାର ରଖିଥାନ୍ତି। ମାତ୍ର ଘରକୁ ପୋଛା ପୋଛି କରିବାର ମଧ୍ୟ କେତେକ ନିୟମ ରହିଛି। କିଛି ଏମିତି ବାର ମଧ୍ୟ ରହିଛି ଯେଉଁଦିନ ଘର ପୋଛିବାକୁ ବାରଣ କରାଯାଇଛି। ଆଜି ଆସନ୍ତୁ ଜାଣିବା କେଉଁଦିନ ଘର ପୋଛିବା ମନା:

  • ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ ଗୁରୁବାର ଦିନ କେବେ ବି ଘର ପୋଛିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି।
  • ସବୁବେଳେ ସକାଳୁ ସକାଳୁ ହିଁ ଘର ପୋଛିବା ଉଚିତ୍‌। କାରଣ ପ୍ରାତଃକାଳକୁ ଦିନର ସବୁଠାରୁ ଶୁଭ ଓ ଶାନ୍ତ ସମୟ କୁହାଯାଏ। ଏହି ସମୟରେ ଯେଉଁକାମ କରାଯାଏ ଭଗବାନ ପ୍ରସନ୍ନ ହୋଇଥାନ୍ତି। ଅନ୍ୟପଟେ ମଧ୍ୟାହ୍ନ ପରେ ଘର ପୋଛିବାକୁ ଶାସ୍ତ୍ରବିତ୍‌ମାନେ ବାରଣ କରିଛନ୍ତି।

Image result for laxmi

  • ଘର ପୋଛିବା ବେଳେ ପାଣିରେ କିଛି ଲୁଣ ପକାଇ ପୋଛନ୍ତୁ। ଏହା ଦ୍ୱାରା ଚଟାଣରୁ ଜୀବାଣୁ ସଫା ହୋଇଯିବେ ଫଳରେ ଘରେ ପିମ୍ପୁଡ଼ି ହେବେ ନାହିଁ।
  • ଆପଣ ଚାହିଁଲେ ପାଣିରେ କିଛି ନିମ ପତ୍ର ପକାଇ ତାକୁ ଭଲ ଭାବେ ଫୁଟାଇ ସେହି ପାଣିରେ ମଧ୍ୟ ଘର ପୋଛି ପାରିବେ। ଏହାଦ୍ୱାରା ମଧ୍ୟ ଘର ପରିଷ୍କାର ରହିବା ସହ ଦୁର୍ଗନ୍ଧ ଦୂର ହୁଏ।

Related image

  • ପାଣି କିଛି ବୁନ୍ଦା କିରୋସିନ ପକାଇ ଘର ପୋଛିବା ଦ୍ୱାରା ମଧ୍ୟ ଘରେ ଉଇ ହୁଅନ୍ତି ନାହିଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button