ସ୍ୱାସ୍ଥ୍ୟ

ଡାଇବେଟିସ ରୋଗକୁ ନେଇ ଚିନ୍ତିତ କି, ତେବେ ଆପଣାନ୍ତୁ ଏହି ସରଳ ଘରୋଇ ଉପାୟ

ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ଶରୀର ପ୍ରତି କେହି ସେତେଟା ଧ୍ୟାନ ଦେଉନାହାନ୍ତି ।ଏହି କାରଣରୁ ହିଁ ଅଧିକାଂଶ ଲୋକଙ୍କୁ ଭୟଙ୍କର ରୋଗ ହେଉଥିବାର ଦେଖାଦେଉଛି । ଆଜିକା ସମୟରେ ଅଧାରୁ ଅଧିକ ଲୋକ ବା କହିବାକୁ ଗଲେ ପ୍ରାୟ ୬୦ ରୁ ୭୦ ପ୍ରତିଶତ ଲୋକ ଡାଇବେଟିସ ଜନିତ ରୋଗରେ ଅଧିକ ଆକ୍ରାନ୍ତ ହେବାର ଦେଖାଦେଉଛି । ବେଳହୁଁ ସାବଧାନ ନହେଲେ ଏହା ମଣିଷର ଜୀବନ ମଧ୍ୟ ନେଇଯାଇପାରେ । ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହାର ବ୍ୟବହାର କରି ଆପଣ ନିଜ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିପାରିବେ ।

– ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଆପଣ ନିଜ ହାତରେ ଅରଖ ଗଛର ପତ୍ରକୁ ରାତିସାରା ନିଜ ଆଙ୍ଗୁଠିରେ ବାନ୍ଧି ରଖନ୍ତୁ । ରାତିସାରା ସେହି ଆଙ୍ଗୁଠିକୁ ନିଜ ଶରୀର ସହ ଜାବୁଡି ଧରନ୍ତୁ ।

sugar

– ଏହି ପ୍ରକ୍ରିୟା ଟିକୁ ଲଗାତାର ୨୦ ଦିନ ପାଇଁ କରନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ରକ୍ତ ଶର୍କରା ନିୟନ୍ତ୍ରଣରେ ରହିବ ।

– ଖାଲି ସେତିକି ନୁହେଁ ଅରଖ ଗଛର ପତ୍ର ଶ୍ଵାସ ରୋଗୀଙ୍କ ପାଇଁ ବି ଉପାଦେୟ ହୋଇଥାଏ । ଏହି ପତ୍ରରେ ଦେଶୀ ଗୁଆ ଘିଅ ଲଗେଇ ଛାତି ଉପରେ ରଖିଲେ ଶ୍ଵାସ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।

– ଏହାବାଦ ଯେଉଁ ମାନେ ପୂର୍ବରୁ ହିଁ ରକ୍ତ ଶର୍କରା ରୋଗରେ ପୀଡିତ ସେହିମାନେ କମ ଫ୍ୟାଟ ଥିବା ଓ ଫାଇବର ଅଧିକ ଥିବା ଖାଦ୍ୟ ଗ୍ରହଣ କରିବା ଲାଭଦାୟୀ ହୋଇଥାଏ ।

– ଏହି ଧରଣର ରୋଗୀଙ୍କ ପାଇଁ ଶସ୍ୟ ଜାତୀୟ ଖାଦ୍ୟ ଅଧିକ ଖାଇବା ଉପଯୁକ୍ତ ହୋଇନଥାଏ । କୌଣସି ଶସ୍ୟ ଜାତୀୟ ଖାଦ୍ୟ ଖାଇବା ପାଇଁ ଯୋଜନା କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ । ମାଣ୍ଡିଆ, ବାଜରା, ଯଅ ଜାତୀୟ ଖାଦ୍ୟ ଖାଇବା ଆଗରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button