ଦେଶ- ବିଦେଶ

ଭାରତୀୟ ଖାଦ୍ୟ ନୁହେଁ ଇଟିଲି, ଜାଣନ୍ତୁ କିପରି ଇଡ୍‌ଲି ହେଲା ଇଟିଲି

ଭାରତରେ ଇଟିଲି ବେଶ୍ ଲୋକପ୍ରିୟ ଖାଦ୍ୟ। ଅନେକ ସ୍ଥାନରେ ଏହାକୁ ଜଳଖିଆରେ ଖାଇବାକୁ ଲୋକ ପସନ୍ଦ କରନ୍ତି। ବିଶେଷ କରି ଦକ୍ଷିଣ ଭାରତରେ ଇଟିଲି ଅଧିକ ଲୋକପ୍ରିୟ ଖାଦ୍ୟ। ଏଠିକାର ଲୋକମାନଙ୍କର ପ୍ରିୟ ଖାଦ୍ୟ ହେଉଛି ‘ଇଡ୍‌ଲି-ସାମ୍ବର’। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଏତେ ପରିମାଣରେ ଖିଆଯାଉଥିବା ‘ଇଟିଲି’ ପ୍ରକୃତରେ ଭାରତୀୟ ଖାଦ୍ୟ ନୁହେଁ।

ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଇଟିଲି ସମ୍ପୂର୍ଣ୍ଣ ଭାବେ ଭାରତୀୟ ଖାଦ୍ୟ ନୁହେଁ। ଖାଦ୍ୟ ବିଶେଷଜ୍ଞ ତଥା ଇତିହାସକାର୍‌ କେ.ଟି. ଆଚାର୍ଯ୍ୟ ଏହି ଅନୁଧ୍ୟାନ କରିବା ପରେ ଇଟିଲିର ଉତ୍ପତ୍ତି କିଛି ବର୍ଷ ପୂର୍ବେ ଇଣ୍ଡୋନେସିଆରେ ହୋଇଥିବ ବୋଲି ଅନୁମାନ କରିଛନ୍ତି।

କେଟି ଆଚାର୍ଯ୍ୟଙ୍କ ଅନୁସାରେ, ଶିବକୋଟି ଆଚାର୍ଯ୍ୟଙ୍କ ଦ୍ୱାରା ପରିଚାଳିତ ୯୨୦ ଖ୍ରୀଷ୍ଟାବ୍ଦର କନ୍ନଡ଼ ଭାଷାରେ ଇଟିଲିର ଅନ୍ୟ ନାମ ‘ଇଡାଲେଜ୍ (iddalage)’ ଉଲ୍ଲେଖ କରାଯାଇଛି। ଏହା ବ୍ୟତିତ ଏହିଭଳି ଖାଦ୍ୟ ସାମଗ୍ରୀ ଆହୁରି ଅନେକ ସ୍ଥାନରେ ଲେଖା ଅଛି। ଯେପରିକି ୧୧୩୦ ଖ୍ରାଷ୍ଟାବ୍ଦର ସଂସ୍କୃତ ମାନସୋଲ୍ଲାସରେ ମଧ୍ୟ ଇଟିଲି ‘ଇଡାରିକା(Iddarika)’ ଭାବେ ଉଲ୍ଲେଖ କରାଯାଇଛି। ତମିଲ୍‌ମାନେ କହୁଥିବା ‘ଇଡ୍‌ଲି’କୁ ୧୭ଶ ଶତାବ୍ଦୀରେ ‘ଇଟାଲି’ କୁହାଯାଉଥିଲା। କିନ୍ତୁ ଏସବୁ ଖାଦ୍ୟ ଆମେ ଏବେ ଖାଉଥିବା ‘ଇଟିଲି’ର ସ୍ୱାଦରୁ ସାମାନ୍ୟ ଭିନ୍ନ।

ଆଚାର୍ଯ୍ୟଙ୍କ ଅନୁଧ୍ୟାନ ଅନୁଯାୟୀ ଇଟିଲି ରେସିପିକୁ ଇଣ୍ଡୋନେସିଆର ରାଜାମାନଙ୍କ ରୋଷେଇଆଙ୍କ ଦ୍ୱାରା ଭାରତକୁ ଆଣାଯାଇଥିଲା। ଏହି ରାଜାମାନେ ଅଷ୍ଟମରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ବିବାହ ପାଇଁ କନ୍ୟା ଖୋଜିବାକୁ ଆସୁଥିଲେ। ସେହି ସମୟରେ ସେମାନଙ୍କ ସହ ଆସୁଥିବା ରୋଷେଇଆମାନେ ଭାରତରେ ଇଡଲି ପ୍ରସ୍ତୁତ କରିଥିଲେ। ସେବେଠୁ ଭାରତରେ ସମସ୍ତେ ଏହି ନୂଆ ଖାଦ୍ୟ ‘ଇଡଲି’ ବିଷୟରେ ଜାଣିବାକୁ ପାଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button