ସ୍ୱାସ୍ଥ୍ୟ

ଅନେକ ରୋଗର ପ୍ରତିରୋଧକ କଖାରୁ, ଆପଣ ଜାଣିଛନ୍ତି ଏହାର ଉପକାରିତା

ଅନେକ ପୋଷକ ତତ୍ତ୍ବରେ ଭରପୁର କଖାରୁ କେବଳ ଖାଇବାକୁ ସୁଆଦିଆ ତାହା ନୁହଁ ବରଂ ଏହା ଅନେକ ରୋଗକୁ ମଧ୍ୟ ଦୂର କରିଥାଏ। କିନ୍ତୁ ସାଧାରଣତଃ କିଛି ବ୍ୟକ୍ତି କଖାରୁ ନା ଶୁଣିବା ମାତ୍ରେ ନାକ ଟେକିବା ଆରମ୍ଭ କରିଦିଅନ୍ତି। ଆପଣ ଜାଣିଛନ୍ତି କି, କଖାରୁରେ ଭିଟାମିନ୍, ଫାଇବର, ପୋଟାମିୟମ, ମ୍ୟାଗ୍ନେସିୟମ ଏବଂ ଫୋଲେଟ ରହିଥାଏ। ଯାହା ଶରୀରରକୁ ବିଭିନ୍ନ ପୋଷକର ଅଭାବ ତଥା ରୋଗରୁ ଦୂର କରିଥାଏ। ଆସନ୍ତୁ ନଜର ପକାଇବା କଖାରୁ ଖାଇବାର ବିଭନ୍ନ ଫାଇଦା ବିଷୟରେ।

pumpkindiet

-କଖାରୁରେ ଭିଟାମନ୍-ଏ ଭରପୁର ମାତ୍ରାରେ ଥିବାରୁ ଏହାର ସେବନ ଆଖି ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏଥିପାଇଁ ଦୈନିକ ଏକ କପ୍ ମହୁକୁ ବାଟି ତାହାର ରସ ପିଅନ୍ତୁ।

-ଏଥିରେ କ୍ୟାଲୋରୀ କମ ହେବା ସହ ଫାଇବର ଅଧିକ ମାତ୍ରାରେ ରହିଥାଏ। ଏଣୁ ଏହାକୁ ଖାଇବା ମାତ୍ରେ ଅଧିକ ସମୟ ପର‌୍ୟ୍ୟନ୍ତ ଭୋକ ଲାଗିନଥାଏ। ଫଳରେ ଏହା ମୋଟାପଣ କମ କରିବାରେ ମଧ୍ୟ ସାହାୟକ ହୋଇଥାଏ।

-କଖାରୁରେ ପ୍ରଚୁର ପରିମାଣର ଆଣ୍ଟି-ଅକ୍ସିଡ଼େଣ୍ଟ ମାତ୍ରା ରହିଥାଏ। ଯାହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଏହାକୁ ସୁସ୍ଥ ରଖିଥାଏ।

pumpkin 2

-ଶୀତ ଦିନରେ ଗରମଗରମ କଖାରୁ ତରକାରୀ ଖାଇବା ବହୁତ ଲାଭକାରୀ ହୋଇଥାଏ। ଏହାର ସେବନ ଦ୍ବାରା ଥଣ୍ଡା, କାଶ ଏବଂ ଗଳା ଖରାପ ଆଦି ସମସ୍ୟା ଦୂର ହୋଇଥାଏ। ଏହାକୁ ଆପଣ ସୁପ ଭାବେ ମଧ୍ୟ ଖାଇପାରିବେ।

-ଖାଲି ସେତିକି ନୁହଁ କଖାରୁକୁ ଆପଣ ଫେସ୍ ପ୍ୟାକ୍ ମଧ୍ୟ ବ୍ୟବହାର କରିପାରିବେ। ଏହା ଦ୍ବାରା ତୋଫାପଣ ମିଳିବା ସହ ତ୍ବଚା ଚିକ୍କଣ ହୋଇଥାଏ।

-କଖାରୁ ସେବନ ଅନେକ ମାରାତ୍ମକ ରୋଗ ଯେପରିକି ଡିପ୍ରେସନ୍, କ୍ୟାନ୍ସର ଏବଂ ମଧୁମେହ ଆଦିକୁ ଦୂର କରିଥାଏ। ଏଣୁ ନିଶ୍ଚିତ ଭାବେ ପ୍ରତିଦିନ ଖାଦ୍ୟାରେ ସାମିଲ କରନ୍ତୁ କଖାରୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button