ଦେଶ- ବିଦେଶ

ଏଇ ଜନ୍ମରେ ଅନ୍ୟ ସ୍ତ୍ରୀ ଉପରେ ନଜର ରଖିଲେ, ପର ଜନ୍ମରେ ଏହି ଜନ୍ମ ନେବେ

ଆପଣମାନେ ଯଦି ଭଲ କର୍ମ କରିବେ ତେବେ ଆପଣଙ୍କୁ ଭଲ ଫଳ ମିଳିବ । ଆପଣ ଯଦି କାହାର କ୍ଷତି ଚାହୁଁଛନ୍ତି ତାହାଲେ ପ୍ରଥମେ ଆପଣଙ୍କର କ୍ଷତି ହେବ କାରଣ ଆପଣ ପରକୁ ଆଙ୍ଗୁଠି ଦେଖେଇବା ପୂର୍ବରୁ ନିଜ ଆଡକୁ ୪ଟି ଆଙ୍ଗୁଠି ଉଠିଥାଏ । ଆପଣ ଯାହା ବି କର୍ମ କରିବେ ଆପଣଙ୍କୁ ଏହି ଜନ୍ମରେ ହିଁ ଫଳ ମିଳିବ । ଆପଣ ଯଦି ଭାବୁଛନ୍ତି ଏହି ଜନ୍ମର କର୍ମର ଫଳ ଆର ଜନ୍ମରେ ଭୋଗିବେ ତେବେ ଏହା ଆପଣନାକ ଭୁଲ ଧାରଣା ଅଟେ । ଏହି ଜନ୍ମର କର୍ମର ଫଳ ଆପଣ ଏହି ଜନ୍ମରେ ହିଁ ପାଇବେ ।

ସେଥିପାଇଁ ନିଜର କର୍ମକୁ ସବୁବେଳେ ଠିକ ରଖନ୍ତୁ । ଏମିତିରେ ଆଜି ଆମେ ଆପଣଙ୍କୁ ଗରୁଡ ପୁରାଣ ଅନୁସାରେ କେଉଁ କର୍ମ କଲେ କେଉଁ ଫଳ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଯଦି ଜଣେ ମଣିଷ ସନ୍ୟାସୀ ହୋଇଯାଉଛନ୍ତି, କିନ୍ତୁ ସନ୍ୟାସୀ ହେବା ପରେ ସେହି ସନ୍ୟାସୀ ପୁଣି ଥରେ ସ୍ତ୍ରୀ ସହିତ ସମ୍ପର୍କ ସ୍ଥାପନ କରୁଛି କିମ୍ବା ଅନ୍ୟ କୌଣସି ଝିଅ ସହ ସଂଭୋଗ କରୁଛି ତେବେ ସେ ପର ଜନ୍ମରେ ବିଷ୍ଟାରେ କୃମି ରୂପରେ ଜନ୍ମ ନେଇଥାଏ । ଯଦି ଆପଣ ସନ୍ୟାସୀ ହୋଇଛନ୍ତି ତେବେ କେବେ ବି ସ୍ତ୍ରୀ ସହ ସମ୍ବନ୍ଧ ରଖନ୍ତୁ ନାହିଁ । ସନ୍ୟାସୀ ହେବା ପରେ କେବଳ ପ୍ରଭୁଙ୍କ ଆରାଧନା କରନ୍ତୁ ଦେଖିବେ ଆପଣଙ୍କ ଜୀବନ ସାର୍ଥକ ହୋଇଯିବ ।

ଯେଉଁ ଲୋକ ସବୁବେଳେ କଳି କରିବାକୁ ଭଲ ପାଏ ତେବେ ସେ ପର ଜନ୍ମରେ ବିଲେଇ ଜନ୍ମ ହୋଇଥାଏ ।

ଯେଉଁ ଲୋକ ସବୁବେଳେ ବିନା କାରଣରେ ପାଟିତୁଣ୍ଡ କରିଥାଏ କିମ୍ବା ଅଧିକ କଥାବାର୍ତ୍ତା କରିଥାଏ ସେ ପର ଜନ୍ମରେ କାଉ ଜନ୍ମ ନେଇଥାଏ ।

ଯେଉଁ ଲୋକମାନେ ଅତ୍ୟନ୍ତ ଲୋଭୀ ହୋଇଥାନ୍ତି ସେମାନେ ଆର ଜନ୍ମରେ ଛେଳି ହୋଇ ଜନ୍ମ ହୋଇଥାଏ ।

ଯେଉଁମାନେ ଅନ୍ୟର ଜିନିଷ ଓ ଅନ୍ୟର ନାରୀ ଉପରେ ଆଖି ରଖିଥାନ୍ତି ସେମାନେ ପର ଜନ୍ମରେ ଙ୍କଙ୍କଡା ଜନ୍ମ ନେଇଥାନ୍ତି ।

ଯେଉଁ ଲୋକମାନେ ଅଖାଦ୍ୟ ଖାଇଥାନ୍ତି ସେମାନେ ଆର ଜନ୍ମରେ ଘୁଷୁରି ରୂପରେ ଜନ୍ମ ହୋଇଥାନ୍ତି ।

ଯେଉଁମାନେ ସବୁବେଳେ ଅନ୍ୟ ଉପରେ ହିଂସା କରନ୍ତି ଓ କାହାକୁ ଭଲ ପାଆନ୍ତି ନାହିଁ । ସେମାନେ ଆର ଜନ୍ମରେ କୁକୁର ହୋଇ ଜନ୍ମ ନିଅନ୍ତି ।

ଯେଉଁମାନେ ସବୁବେଳେ ଝଗଡା କରି କୋର୍ଟରେ କେସ କରିବାକୁ ଭଲ ପାଆନ୍ତି ସେମାନେ ଆର ଜନ୍ମରେ ମେଣ୍ଢା ହୋଇଥାନ୍ତି ।

ଯେଉଁ ଲୋକ ସବୁବେଳେ ରାଗରେ ଥାଏ ଓ ବିନା କାରଣରେ ସବୁବେଳେ ଅନ୍ୟକୁ ଦୋଷ ଦିଏ ତେବେ ସେ ଆର ଜନ୍ମରେ ସାପ ହୋଇ ଜନ୍ମ ନେଇଥାଏ ।

ଯିଏ ପିତା ମାତାଙ୍କୁ ଖରାପ ଭାଷା କହିଥାଏ ଓ ତାଙ୍କୁ ସଂମ୍ମାନ କରନ୍ତି ନାହିଁ ସେମାନେ ଆର ଜନ୍ମରେ ମୁକ ହୋଇ ଜନ୍ମ ନେଇଥାନ୍ତି ।

ଯେଉଁ ଲୋକ ପର ଝିଅ, ନାରୀ ଓ ବୋହୁକୁ ସହ ବାରମ୍ବାର ସମ୍ବନ୍ଧ କରିଥାଏ, ସେମାନେ ସାତ ଜନ୍ମ ଯାଏ ନର୍କ ଭୋଗ କରିଥାନ୍ତି ।

ଗରୁଡ ପୁରାଣ ଅନୁସାରେ ଯଦି ଏହା ମଧ୍ୟରୁ କୌଣସି ଗୋଟିଏ ବି ଭୁଲ ଆପଣମାନେ କରୁଛନ୍ତି ତେବେ ଆପଣ କେବେ ବି ଆର ଜନ୍ମରେ ମନୁଷ୍ୟ ଜନ୍ମ ପାଇବେ ନାହିଁ । ଆପଣଙ୍କ ଘରେ ଯଦି ସବୁବେଳେ ପାଟିତୁଣ୍ଡ, ଝଗଡା, ଅର୍ଥ ଅଭାବ ଲାଗି ରହୁଛି ତେବେ ଆପଣ କଳା କର୍ମର ଫଳ ଭୋଗ କରୁଛନ୍ତି ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button