ଦେଶ- ବିଦେଶ

ବେଲ ଗଛ, ଗୃହର କେଉଁ ସ୍ଥାନରେ ଲଗାଇଲେ ହୋଇଥାଏ ଧନର ବର୍ଷା

ବେଲ ଗଛ ଗୋଟେ ଏମିତି ଗଛ ଯାହାକି ସଂସାରରେ ଦୁର୍ଲଭ ଅଟେ । ବେଲ ପତ୍ର ତା’ର ଦିବ୍ୟତା, ଦୁର୍ଲଭତା, ତାର ଔଷଧୀୟ ଗୁଣ ଓ ତାର କ୍ଷମତା ପାଇଁ ସବୁ ଦେବା ଦେବୀ ଓ ସବୁ ମଣିଷ ଜାତିର ଆଦରଣୀୟ ହୋଇଥାଏ । ପୁରାଣ ଶାସ୍ତ୍ର ଅନୁସାରେ ବେଲ ଗଛର ସୃଷ୍ଟି ମା’ ଲକ୍ଷ୍ମୀଙ୍କର ଅଂଶରୁ ହୋଇଛି, ଯାହାକି ଆପଣମାନେ ଅଳ୍ପ ବହୁତ ଜାଣିଥିବେ । ତେବେ ଚାଲନ୍ତୁ ଜାଣିବା ବେଲ ଗଛ ବିଷୟରେ କିଛି ମହତ୍ଵ ପୂର୍ଣ୍ଣ କଥା ବିଷୟରେ ।

୧. ବେଲ ଗଛରେ ସାକ୍ଷାତ ଶିବ ଓ ଶକ୍ତିଙ୍କର ବାସ ହୋଇଥାଏ । ବେଲ ପତ୍ରର ତ୍ରିଶାଖାରେ ତ୍ରିଦେବ ବାସ କରିଥାନ୍ତି । ଅର୍ଥାତ ବେଲ ପତ୍ରର ଶାଖାରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର ବାସ କରିଥାନ୍ତି । ଏଣୁ ବେଲ ଗଛରେ ସବୁଦିନ ଗାଧୋଇ ସାରି ପାଣି ଦେଇଥିଲେ କୋଟିପୂଣ୍ୟ ମିଳିଥାଏ ଏବଂ ଶିବ ଶଙ୍କର ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ଯାହାଫଳରେ ସେହି ମଣିଷ ସବୁ ପ୍ରାଣିକୁ ବସ କରିବା ଶକ୍ତି ଲାଭ କରିଥାଏ ଏବଂ ଚାକିରି ତଥା ବ୍ୟବସାୟିକ କ୍ଷେତ୍ରରେ ସଫଳତା ଲାଭ କରିଥାଏ ।

୨. ବେଲ ପତ୍ର ହେଉଛି ଶିବ ଓ ସବୁ ଦେବୀଙ୍କର ପ୍ରିୟ ପତ୍ର । ଯାହା ଶୁଖିଲେ ମଧ୍ୟ କେବେ ବାସି ହୁଏ ନାହିଁ । ଏହି ବେଲ ପତ୍ରରେ ଚନ୍ଦନର ଲେପ ଲଗାଇ ଶିବ ତଥା ଦେବୀଙ୍କୁ ଅର୍ପଣ କରିବା ଦ୍ଵାରା ସବୁ ମନୋକମନା ପୂରଣ ହୋଇଥାଏ ।

୩. ବେଲ ଗଛର କାଠିକୁ ଚନ୍ଦନ ପରି ଘୋରି ଶିବ ତଥା ଦେବୀଙ୍କୁ ଟୀକା ଲଗାଇଲେ କୋଟିପୁଣ୍ୟ ପ୍ରାପ୍ତି ହୋଇଥାଏ । ମଣିଷ ନିଜ ମଥାରେ ଏହି ବେଲ କାଠିର ରସକୁ ଚନ୍ଦନ ପରି ଲଗାଇଲେ ସବୁ ପ୍ରାଣୀଙ୍କୁ ବସ କରିଥାଏ ।

୪. ସୋମବାର ଦିନ କିମ୍ବା ଚତୁର୍ଦ୍ଦଶୀ ଦିନ ବେଲ ଗଛ ମୂଳରେ ଧୂପ, ଦୀପ, ଭୋଗ ଏବଂ ପଣା ଏହି ସବୁ ସମର୍ପଣ କରି ସେହି ବେଲ ଗଛର ଚେରକୁ ଆଣି ଏକ ଲାଲ ସୂତାରେ ଗୁନ୍ଥି ଶରୀରରେ ଧାରଣ କଲେ ବାହାରର ନକରାତ୍ମକ ଶକ୍ତି ଶରୀରକୁ ପ୍ରବେଶ କରିପାରେ ନାହିଁ ଏବଂ ଶରୀରରେ ଥିବା ନକରାତ୍ମକ ଶକ୍ତିକୁ ବାହାର କରିଦେଇଥାଏ ।

୫. ଯେଉଁ ଲୋକ ଶିବ ତଥା ଦେବୀଙ୍କର ଆରଧନା କରୁଛନ୍ତି ଯଦି ସେମାନେ ବେଲ ଗଛର ମୂଳରେ ବସି ଦେବୀଙ୍କର ମନ୍ତ୍ର ଜପ କରନ୍ତି ତେବେ ଖୁବ ଶୀଘ୍ର ସେମାନଙ୍କର ସାଧନା ପୂର୍ଣ୍ଣ ହୋଇଥାଏ ।

୬. ସାଧାରଣତଃ ଘରର ଚାରି ପାଖରେ ବଡ ବଡ ଗଛ ରହିବା ଅଶୁଭ ହୋଇଥାଏ ଏବଂ ସେହି ସବୁ ଗଛର ଛାଇ ଘର ଉପରେ ପଡିବା ଦ୍ଵାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ହେଲେ ବେଲ ଗଛ ଏମିତି ଏକ ଦିବ୍ୟ ଗଛ ଯାହା ଘରର ଚତୁପାର୍ଶ୍ଵରେ ଯେକୌଣସି ସ୍ଥାନରେ ଏହା ରହିଲେ ଶୁଭ ହୋଇଥାଏ ଏବଂ ଏହାର ଛାଇ ଘର ଉପରେ ପଡିଲେ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ।

୭. ବେଲ ପତ୍ର ଉତ୍ତର କିମ୍ବା ଉତ୍ତର ପୂର୍ବ କୋଣରେ ରହିଲେ ଧନ ବା ଅର୍ଥର ଅଭାବ ରହେ ନାହିଁ । ଘରର ପୂର୍ବ ଦିଗରେ ବେଲ ଗଛ ରହିଲେ ଘରେ ଶାନ୍ତି ବଜାୟ ରହିଥାଏ । ଘରର ପଶ୍ଚିମ ଦିଗରେ ବେଲ ଗଛ ରହିଲେ ସୁସନ୍ତାନ ପ୍ରାପ୍ତି ହୋଇଥାଏ । ତେବେ ଯଦି ଆପଣଙ୍କ ଘରେ ବେଲ ଗଛ ନାହିଁ ଆପଣ ଯେକୌଣସି ଦିନ ବା ତିଥିରେ ବେଲ ଗଛ ଲଗାଇ ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button