ଜ୍ୟୋତିଷ

କିପରି ହେବ କଳିଯୁଗର ଅନ୍ତ ? ଜାଣନ୍ତୁ କଣ କହିଥିଲେ ଶ୍ରୀ କୃଷ୍ଣ

ମହାଭାରତର ଏହି ପ୍ରସଙ୍ଗରୁ ବର୍ତ୍ତମାନର ମଣିଷ ପାଇଁ ଏକ ଶିକ୍ଷା ରହିଛି। ପଞ୍ଚୁ ପାଣ୍ଡବ ବନବାସ ଯିବା ପୂର୍ବରୁ ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ କରିଥିଲେ କି, ପ୍ରଭୁ ଇଏ ତ ଦ୍ଵାପର ଯୁଗର ଶେଷ ସମୟ ଚାଲିଛି, ଆସୁଥିବା କଳିଯୁଗ କିପରି ହେବ? ତାଙ୍କୁ ଶ୍ରୀକୃଷ୍ଣ ଉତ୍ତର ଦେଇଥିଲେ ତୁମେ ବନକୁ ଯାଅ ଯାହା କିଛି ବି ଦେଖ ମୋତେ ଆସି କୁହ ମୁଁ ତାର ପ୍ରଭାବ ବିଷୟରେ ଜଣାଇବି। ପାଞ୍ଚ ଭାଇ ବନକୁ ଯାଇ ଯାହା ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ। ତେବେ ଆସନ୍ତୁ ଜାଣିବା ସେମାନେ ବନରେ କଣ ଦେଖିଲେ ଓ ଶ୍ରୀକୃଷ୍ଣ ସେମାନଙ୍କୁ କଣ ଉତ୍ତର ଦେଲେ।

ବନବାସ ସମୟରେ ଥରେ ପାଞ୍ଚ ଭାଇ ଅଲଗା ଅଲଗା ଭ୍ରମଣରେ ବାହାରିଲେ। ସେହି ସମୟରେ ଯୁଧିଷ୍ଟିର ଦେଖିଲେ କି ଗୋଟେ ହାତୀର ଦୁଇଟି ଶୁଣ୍ଢ ଅଛି। ଏହା ଦେଖି ଯୁଧିଷ୍ଠିରଙ୍କ ଆଶ୍ଚର୍ଯ୍ୟର ସୀମା ରହି ନ ଥିଲା। ଅର୍ଜୁନ ଜଙ୍ଗଲରେ ଅନ୍ୟ ଏକ ଦିଗରେ ଭ୍ରମଣ କରୁଥିଲେ।

କିଛି ଦୂର ଯିବା ପରେ ସେ ମଧ୍ୟ କିଛି ଏପରି ଦେଖିଲେ ଯାହା ତାଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଥିଲା। ସେ ଏକ ପକ୍ଷୀ ଦେଖିଲେ ଯାହାର ପକ୍ଷରେ ବେଦର ରଚନା ଗୁଡ଼ିକ ଲେଖା ହୋଇଥିଲା ଓ ପକ୍ଷୀଟି ମୂ-ର୍ଦ୍ଦା ମାଂ-ସ ଖାଉଥିଲା।

ଭୀମ ମଧ୍ୟ ଭ୍ରମଣରେ ଥିଲେ। ସେ ମଧ୍ୟ ଯାହା ଦେଖିଲେ ଖୁବ୍ ଆଶ୍ଚର୍ଯ୍ୟଜନକ ଥିଲା। ସେ ଦେଖିଲେ ଗାଈ ଟିଏ ଗୋଟେ ବାଛୁରୀକୁ ଜନ୍ମ ଦେଇଛି। କିନ୍ତୁ ସେ ତାକୁ ଏତେ ଚାଟୁଛି ଯେ ବାଛୁରୀଟି ଲହୁ ଲୁହାଣ ହୋଇଗଲା। ସେହିପରି ସହଦେବ ମଧ୍ୟ ଦେଖିଲେ କି ୬-୭ଟି କୂଅ ଅଛି। ଆଖ ପାଖ ସବୁ କୂଅରେ ପାଣି ଅଛି କିନ୍ତୁ ମଝିରେ ଥିବା କୂଅଟି ଖୁବ୍ ଗଭୀର ଅଛି ତଥାପି ସେଥିରେ ପାଣି ନାହିଁ। ଏହା ଦେଖି ସେ ମଧ୍ୟ ଖୁବ୍ ଆଶ୍ଚର୍ଯ୍ୟ ହେଲେ। ସେପରି ନକୁଳ ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିଲେ।

ସେ ଦେଖିଲେ କି ଉଚ୍ଚ ପାହାଡ଼ରୁ ଏକ ବୃହତ୍ ଶିଳା ଉଡ଼ିକି ଆସୁଛି ଓ ଅନେକ ବୃକ୍ଷକୁ ଭାଙ୍ଗି ଭାଙ୍ଗି ଆଗକୁ ବଢୁଛି। କେତେ ବିଶାଳ ବୃକ୍ଷ ମଧ୍ୟ ତାକୁ ରୋକି ପାରୁନାହିଁ ଓ ଶିଳାଟି ଅନ୍ୟ ଶିଳା ସହ ଧକ୍କା ହୋଇ ମଧ୍ୟ ଭାଙ୍ଗୁ ନାହିଁ ଓ ଶେଷରେ ଏକ ଛୋଟ ଗଛର ସ୍ପର୍ଶରେ ସ୍ଥିର ହୋଇଗଲା। ପାଞ୍ଚ ଭାଇ ଏହା ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେଲେ ଓ ଶ୍ରୀକୃଷ୍ଣଙ୍କ ପାଖକୁ ଆସି ଦେଖିଥିବା ଘଟଣା ବିଷୟରେ କହିଲେ। ପ୍ରଥମେ ଯୁଧିଷ୍ଟିରଙ୍କୁ ଶ୍ରୀକୃଷ୍ଣ ଉତ୍ତର ଦେଲେ କି କଳିଯୁଗରେ ଏପରି ଲୋକଙ୍କ ରାଜତ୍ଵ ହେବ ଯେଉଁମାନେ ଦୁଇ ଆଡୁ ଶୋଷଣ କରିବେ।

କହିବେ କିଛି ଓ କରିବେ ଅନ୍ୟ କିଛି, ମନରେ କିଛି ଓ କର୍ମରେ ଅନ୍ୟ କିଛି କରିବେ। ତା ପରେ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ଉତ୍ତର ଦେଲେ କଳିଯୁଗରେ ଏପରି ଲୋକ ରହିବେ ଯେଉଁମାନେ ବଡ଼ ଜ୍ଞାନୀ ଓ ମାନି ବୋଲି ଖ୍ୟାତ ହେବେ, ବିଜ୍ଞାନର ଚର୍ଚ୍ଚା କରିବେ କିନ୍ତୁ ଆଚରଣରେ ରାକ୍ଷସ ପ୍ରବୃତିର ହୋଇବେ। ତା ପରେ ଭୀମଙ୍କୁ ଶ୍ରୀକୃଷ୍ଣ କହିଲେ କି କଳିଯୁଗରେ ମନୁଷ୍ୟ ଶିଶୁପାଳ ପରି ହୋଇଯିବ।

ସନ୍ତାନ ପାଇଁ ମାତାର ମମତା ଏତେ ଗଭୀର ହୋଇଯିବ ଯେ ତାଙ୍କୁ ନିଜର ବିକାଶର ଅବସର ହିଁ ମିଳିବ ନାହିଁ ଓ ମୋହ ମାୟାରେ ଘର ବରବାଦ ହୋଇଯିବ।  ତା ପରେ ନକୁଳଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀକୃଷ୍ଣ କହିଲେ କି କଳିଯୁଗରେ ଲୋକ ପୁଅ ଝିଅ ବିବାହରେ, ଘର ତିଆରି କରିବାରେ, ଛୋଟବଡ ଉତ୍ସବରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। କିନ୍ତୁ ପଡୋଶୀରେ ରହୁଥିବା ଭୋକିଲା ଲୋକର ପେଟ ଭରିଛି ନା ନାହିଁ କେବେ ମଧ୍ୟ ଦେଖିବେ ନାହିଁ।

ମଉଜ ଓ ମଜଲିସ ରେ ଅନେକ ଅର୍ଥ ଖର୍ଚ୍ଚ କରିବେ କିନ୍ତୁ କାହାର ଦୁଃଖ ବୁଝି ପାରିବେ ନାହିଁ। ତା ପରେ ସହଦେବ ଦେଖିଥିବା ଘଟଣା ଶ୍ରୀକୃଷ୍ଣଙ୍କୁ ଜଣାଇଲେ। ତାଙ୍କୁ ଶ୍ରୀକୃଷ୍ଣ କହିଲେ କଳିଯୁଗରେ ମାନବର ମନ ଓ ଜୀବନ ତଳକୁ ଖସିଯିବ। ସେହି ପତିତ ଜୀବନ ଧନ ପରି ଶିଳା ରେ ଅଟକିବ ନାହିଁ କିମ୍ବା ସତ୍ତା ପରି ବୃକ୍ଷରେ ସ୍ଥିର ରହିବ ନାହିଁ। ମାତ୍ର ହରି ନାମର ପରି ଏକ ଛୋଟ ଗଛରେ ମନୁଷ୍ୟର ପତନ ଅଟକି ଯାଇ ପାରିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button