ଜ୍ୟୋତିଷ

ମକର ସଙ୍କ୍ରାନ୍ତି ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 10 କାମ, ରାଗି ଯାଆନ୍ତି ମା’ ଲକ୍ଷ୍ମୀ, ପୁରା ଘର ହେଇଯାଏ ବର୍ବାଦ- Ajira Anuchinta

ମକର ସଂକ୍ରାନ୍ତି ଯାହା ପୁଷ ମାସରେ ପାଳନ କରାଯାଉଥିବା ଏକ ପ୍ରମୁଖ ଭାରତୀୟ ପର୍ବ ଅଟେ। ଏହା ଏକ ମାତ୍ର ଏମିତି ପର୍ବ ଯାହା ଜାନୁଆରୀ ମାସ ୧୪ ତାରିଖରେ ପାଳନ କରନ୍ତି। ବହୁତ କମ୍ ଥର ଏହା ୧୩ ବା ୧୪ ଜାନୁଆରୀରେ ପାଳନ କରନ୍ତି। ଏହା ଏକ ମହତ୍ତ୍ଵପୂର୍ଣ୍ଣ ପର୍ବ ଅଟେ ଏବଂ ସେହି ଦିନଠାରୁ ସୂର୍ଯ୍ୟ ଭଗବାନ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରନ୍ତି। ପ୍ରାଚୀନ ମାନ୍ୟତା ଅନୁସାରେ ସଂକ୍ରାନ୍ତିକୁ ଏକ ଦେବୀର ରୂପ ମାନାଯାଏ ଯାହାକି ପ୍ରତିବର୍ଷ ଅଲଗା ଅଲଗା ବାହାନରେ ସବାରି ହୋଇକି ଆସନ୍ତି। ସମ୍ପୂର୍ଣ ଭାରତରେ ସଂକ୍ରାନ୍ତିର ଉତ୍ସବ ପାଳନ କରନ୍ତି ଏବଂ ଏହାକୁ ବିଭିନ୍ନ ନାମରେ ଡକାଯାଏ।

ସଂକ୍ରାନ୍ତି ସହ ଜଡ଼ିତ ଏକ ପ୍ରାଚୀନ କଥା ଅନୁସାରେ ଶଙ୍କରାସୁର ନାମକ ଏକ ରାକ୍ଷସ ଥିଲା, ସେହି ରାକ୍ଷସର ବଦ୍ଧ ପାଇଁ ପରମେଶ୍ବର ଦେବୀ ସଂକ୍ରାନ୍ତିଙ୍କ ଅବତାର ନେଇଥିଲେ। ଏହି ପର୍ବରେ ଗୁଡ଼ି ମଧ୍ୟ ଉଡାଯାଏ। ପ୍ରତ୍ୟେକ ଭାରତୀୟ ପର୍ବ ସହ ଯୋଡ଼ା ବହୁତ ମାନ୍ୟତା ଏବଂ କଥା ଅଛି ଯାହାକୁ ଆମେ ପ୍ରାଚୀନ ମାନ୍ୟତାରୁ ଶୁଣି ଆସୁଛୁ‌। ସମସ୍ତ ପର୍ବପର୍ବାଣୀରେ କିଛି ଏମିତି କଥା ଥାଏ ଯାହା ଆମକୁ କରିବା ଦରକାର ଏବଂ କିଛି କଥା ଯାହା ଆମେ କେବେ ଭୁଲରେ ବି କରିବା କଥା ନୁହେଁ। ତେବେ ଆସନ୍ତୁ ଜାଣିବା ମକର ସଂକ୍ରାନ୍ତି ଦିନ ତାହା କେଉଁ କାମ ଯାହା କରିବା କଥା ନୁହେଁ।

୧- ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦେବ ତାଙ୍କ ପୁତ୍ର ଶନି ଦେବଙ୍କୁ ସାକ୍ଷାତ କରିବାକୁ ଆସନ୍ତି ଅର୍ଥାତ୍ ଏହି ପର୍ବର ସମ୍ବନ୍ଧ ସୂର୍ଯ୍ୟ ଏବଂ ଶନି ସହିତ ମନାଯାଏ। ଜଦି ଆପଣଙ୍କର ସୂର୍ଯ୍ୟ କି ଶନି ଦଶା ଚାଲିଥାଏ ତେବେ ସକାଳୁ ଗାଧୋଇ ସାରିବା ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରି ସନ୍ଧ୍ୟା ସମୟରେ ଶନି ମନ୍ଦିର ଯାଇ ଦର୍ଶନ କରି ତେଲ ଚଢାନ୍ତୁ।

୨-ଏହି ଦିନରେ ସ୍ବ ଇଚ୍ଛାରେ ଦାନ କରନ୍ତୁ କାହାକୁ ଖାଲି ହାତରେ ଫେରାନ୍ତୁ ନାହିଁ।

୩- ଏହି ଦିନରେ ଗାଧୋଇବାର ବିଶେଷ ମହତ୍ତ୍ଵ ଅଛି ସେଥିପାଇଁ ଘର ପାଖରେ ଥିବା ପବିତ୍ର ନଦୀରେ ଗାଧାନ୍ତୁ ନହେଲେ ପାଣିରେ ଗଙ୍ଗା ଜଳ ମିଶାଇ ଗାଧାନ୍ତୁ। ଏହା ଦ୍ବାରା ସମସ୍ତ ମନସ୍କାମନା ଦୂର ହୁଏ।

୪- ମକର ସଂକ୍ରାନ୍ତି ଦିନ ସ୍ତ୍ରୀ ଲୋକମାନେ ନିଜ ବାଳ ଧୋଇବା କଥା ନୁହେଁ‌।

୫- ଏହି ଦିନରେ ବାଳ ଏବଂ ନଖ କାଟନ୍ତୁ ନାହିଁ।

୬- ସଂକ୍ରାନ୍ତି ଦିନ କୈାଣସି ଆମିଷ ଭୋଜନ କରନ୍ତୁ ନାହିଁ।

୭- ଅନ୍ନ ନଷ୍ଟ କରିବା ଭୁଲ ଅଟେ ସେଥିପାଇଁ ଏହି ଦିନରେ ଯେତିକି ଆବଶ୍ୟକ ସେତିକି ନିଅନ୍ତୁ ନହେଲେ ଏହାର ପ୍ରଭାବ ଆପଣଙ୍କ ଘରେ ପଡ଼ିପାରେ।

୮- ସଂକ୍ରାନ୍ତି ଦିନ ନିଜର ଆଚରଣ ଏବଂ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ।

୯- ମକର ସଂକ୍ରାନ୍ତିର ସମ୍ବନ୍ଧ ସୂର୍ଯ୍ୟ ଦେବଙ୍କ ସହ ଅଛି ସେଥିପାଇଁ ସୂର୍ଯ୍ୟାସ୍ତ ପରେ ଖାଦ୍ୟ ଖାଆନ୍ତୁ ନାହିଁ।

୧୦- ମକର ସଂକ୍ରାନ୍ତି ଦିନ କୈାଣସି ଗଛଲତା,ଘାସ କାଟନ୍ତୁ ନାହିଁ କି କ୍ଷେତ୍ରରେ ଫସଲ କାଟନ୍ତୁ ନାହିଁ। ଏହି ଦିନରେ ଗଛ ଲଗାନ୍ତୁ ଏବଂ ଏହି ଦିନରେ ଡେରି ପର୍ଯ୍ୟନ୍ତ ଶୋଇବା କଥା ନୁହେଁ ‌।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button