ଜ୍ୟୋତିଷ

ଫୁଲର ଏହି ସହଜ ଉପାୟ ଆପଣଙ୍କ ଘରେ କରିବ ଟଙ୍କା ବର୍ଷା

ଆଜି ଆମେ ଆପଣଙ୍କୁ ଏକ ଫୁଲ ଗଛ ବିଷୟରେ କହିବୁ । ଯେଉଁଥିରେ ସାକ୍ଷାତ ଭଗବାନ ଗଣେଶ ବାସ କରିଥାନ୍ତି । ସେହି ଫୁଲ ଗଛକୁ ଆମେ ଶ୍ଵେତ ଅରଖ କିମ୍ବା ଧଳା ଅରଖ ଗଛରେ ନାମରେ ଜାଣିଛୁ । ଏହି ଅରଖ ଗଛ ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ଗଛରେ ବାଇଗିଣି ରଙ୍ଗର ଫୁଲ ଫୁଟିଥାଏ ତ ଅନ୍ୟ ଏକ ଗଛରେ ଧଳା ରଙ୍ଗର ଫୁଲ ଫୁଟିଥାଏ । କହିବାକୁ ଗଲେ ଏହି ଧଳା ରଙ୍ଗର ଅରଖ ଗଛରେ ଗଣେଶ ବାସ କରିଥାନ୍ତି । ସେଥିପାଇଁ ଅରଖ ଗଛକୁ ପୂଜା କରିବା ଅର୍ଥାତ ସ୍ଵୟଂ ଗଣେଶଙ୍କୁ ପୂଜା କରିବା ସଙ୍ଗେ ସମାନ ହୋଇଥାଏ ।

ଏହି ଅରଖ ଫୁଲ ଶିବଙ୍କର ବି ଅତି ପ୍ରିୟ ଫୁଲ ଅଟେ । ଶାସ୍ତ୍ରରେ ଲେଖା ହୋଇଛି କି ଯଦି ଆପଣ ଏକ ଶ୍ଵେତ ଅରଖ ଗଛକୁ ମାଟିରେ ପୋତି ତାହାର ମୂଳରେ ପାଣି ଓ କ୍ଷୀର ଢାଳି ୧୧ ବର୍ଷ ପର୍ଯ୍ୟନ୍ତ ପୂଜା କରିବେ ତେବେ ଏହି ଅରଖ ଗଛର ଚେର ଠିକ ଗଣେଶଙ୍କ ଆକୃତି ନେଇଥାଏ ।

ଏହା ପରେ ଆପଣ ଏହାକୁ ଘରକୁ ନେଇ ବି ପୂଜା କରି ପାରିବେ । କହିବାକୁ ଗଲେ ଗଣେଶଙ୍କର ଅଶ୍ଵତିତ୍ଵ ଏହି ଶ୍ଵେତ ଅରଖ ଗଛର ଥାଏ ସେଥିପାଇଁ ଯଦି ଆପଣ ଏହି ଗଛକୁ ଘର, ଅଫିସ, ଦୋକାନ, କାରଖାନା ଇତ୍ୟାଦି ସ୍ଥାନରେ ଲଗାଇ ପୂଜା କରିବେ ତେବେ ଆପଣଙ୍କର ସମସ୍ତ ପ୍ରକାରର ଦୁଃଖ କଷ୍ଟ ଦୂର ହୋଇଯିବ । ଏହା ସହିତ ଆପଣଙ୍କୁ ଧନ ସମ୍ପତ୍ତି ବି ପ୍ରାପ୍ତ ହେବ । ଏହା ସହିତ ଘରର ନକରାତ୍ମକ ଶକ୍ତି ବି ଦୂର କରିଦିଏ ଓ ଘରେ ସକାରାତ୍ମକ ଊର୍ଜା ବି ସଂଚାର କରିଥାଏ ।

ଏହା ସହିତ ଯଦି ଆପଣଙ୍କ ଗୃହରେ ବାସ୍ତୁ ଦୋଷ ଅଛି ତେବେ ଘରେ ଶ୍ଵେତ ଅରଖ ଗଛ ଲଗାଇବା ଦ୍ଵାରା ଏହା ବି ଦୂର ହୋଇଯିବ । ଯେଉଁ ପରିବାରର ଲୋକମାନେ ଯାନବାହନ ଚଳାଉଛନ୍ତି ଓ ବାହାରେ ରହୁଛନ୍ତି ତେବେ ସେହି ପରିବାରର କୌଣସି ବି ସଦସ୍ୟ ଶ୍ଵେତ ଅରଖ ଗଛକୁ ପୂଜା କରନ୍ତୁ । କାରଣ ଏହା ଦ୍ଵାରା ସମସ୍ତ ଦୁର୍ଘଟଣାରୁ ମୁକ୍ତି ମିଳିଥାଏ । ଏହା ସହିତ ଜଳ ଭୟ, ଅଗ୍ନି ଭୟ, ଶତ୍ରୁ ଭୟ, ବିବାଦ ଭୟ, ଦୁଖ ଭୟ ଇତ୍ୟାଦି ବି ଦୂର ହୋଇଯାଏ ।

ଏହା ସହିତ ଯେଉଁ ଘରେ ଅରଖ ଗଛ ପୂଜା ପାଇଥାଏ ସେହି ଘରେ କୌଣସି ବି ପ୍ରକାରର ଗୁନି ଗାରିଡି କାମ କରେ ନାହିଁ । ଘରେ ବିବାଦ ବି ହୋଇ ନ ଥାଏ । ଏହି ଶ୍ଵେତ ଅରଖ ଗଛକୁ ଘରର ମୁଖ୍ୟ ଦ୍ଵାର କିମ୍ବା ତୁଲସୀ ଗଛ ପାଖରେ ରଖିବା ବହୁତ ଶୁଭ ହୋଇଥାଏ । ଯଦି ଘରର ମୁଖ୍ୟ ଦ୍ଵାରରେ ଆପଣ ରଖି ପାରୁ ନାହାନ୍ତି ତେବେ ଘରର ପୂର୍ବ ଦିଗ କିମ୍ବା ଉତ୍ତର ଦିଗ କିମ୍ବା ଉତ୍ତର ପୂର୍ବ ଦିଗରେ ରଖି ପାରିବେ । ଆପଣ ଘରର ଛାତ ଉପରେ ରଖି ବି ପୂଜା କରି ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button