ଦେଶ- ବିଦେଶ

ବିଦାଇର ଠିକ ପୂର୍ବରୁ କନ୍ୟା ହେଲା ଫେରାର, ଆଉ ତା ପରେ ବର ଜୀବନରେ ହେଲା ଏହି ଚମତ୍କାର

ବିବାହ ସମୟରେ ସାତ ଜନ୍ମ ପର୍ଯ୍ୟନ୍ତ ଏକା ସହିତ ରହିବା ପାଇଁ ପ୍ରତିଜ୍ଞା ନେବାକୁ ଥିବା କନ୍ୟା ଯଦି ଦୁଇ ଘଣ୍ଟା ପରେ ହେବାକୁ ଥିବା ବିଦାଇ ସମୟରେ ଫେରାର ହୋଇଯିବ ତେବେ କଣ ହେବ । କହିବାକୁ ଗଲେ ଏହିଭଳି ଏକ ଘଟଣା ବିହାରରୁ ସାମ୍ନାକୁ ଆସୁଛି । ଯେଉଁଠି ବିହାରର ଗୋପାଳଗଞ୍ଜ ମାଂଝାଗଢ଼ ଥାନା କ୍ଷେତ୍ରରେ ଅଗ୍ନିର ସାତ ଥର ଫେରା ନେଇ ସାତ ଜନ୍ମ ପର୍ଯ୍ୟନ୍ତ ସାଥି ହେବା ପାଇଁ ସଂକଳ୍ପ ନେଇଥିବା କନ୍ୟା ବିଦାଇ ର ଠିକ ପୂର୍ବରୁ ଫେରାର ହୋଇଗଲା । ପରେ ବରର ବିବାହ ଦ୍ଵିତୀୟ ଝିଅ ସହିତ କରିବାକୁ ପଡିଲା ।

ପୋଲିସର ଜଣେ ଅଧିକାରୀ କହିଲେ କି ଶେଖପରସା ଗ୍ରାମର ଗୋଟିଏ ଝିଅର ବିବାହ ଉତ୍ତର ପ୍ରଦେଶର କୁଶୀନଗର ଜିଲ୍ଲାର ତରେୟା ସୁଜାନ ଥାନାର ଭଗବାନପୁର ଗ୍ରାମର ଘନଶ୍ୟାମ କୁମାରଙ୍କ ପୁଅ ସୁଧୀର କୁମାର ସହ ଠିକ ହୋଇଥିଲା । ୨୬ ଫେବୃୟାରୀ ରାତିରେ ଦୁଇ ଜଣଙ୍କ ବିବାହ ହସ ଖୁସିରେ ପାରମ୍ପରିକ ରୀତିରେ ସମ୍ପନ୍ନ ହୋଇଗଲା । କିଛି ସମୟ ପରେ ଯେତେବେଳେ ବର ଓ କନ୍ୟାର ବିଦାଇ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା ତ ସେହି ସମୟରେ ଗ୍ରାମୀଣ ଲୋକମାନେ କହିଲେ କି କନ୍ୟା ନିଜର ପ୍ରେମୀ ସହ ଫେରାର ହୋଇ ଯାଇଛି ।

ଏହା ପରେ ବରର ପିତା ଏହାର ସୂଚନା ପୋଲିସକୁ ଦେଲେ, କିନ୍ତୁ ସେତେବେଳ ପର୍ଯ୍ୟନ୍ତ କନ୍ୟାର ପରିବାର ଲୋକମାନେ ବି ଫେରାର ହୋଇ ଯାଇଥିଲେ । ଏହା ପରେ ବର ଦୁଃଖିତ ହୋଇ ବିନା କନ୍ୟାରେ ଘରକୁ ଫେରି ଯାଉଥିଲା । କିନ୍ତୁ ସେହି ସମୟରେ ଜଣେ ବ୍ୟକ୍ତି ବରର ପରିବାରକୁ ଅଟକାଇଲେ ଓ ଏହା ପରେ ସେହି ବ୍ୟକ୍ତି ଜଣକ ଗ୍ରାମର ସବୁ ଲୋକମାନଙ୍କୁ ଏକଜୁଟ କରିଲା ଓ ସେହି ଗ୍ରାମର ଅନ୍ୟ ଏକ ଝିଅ ସହ ବରର ବିବାହ କରିବା ପାଇଁ ସମସ୍ତେ ନିର୍ଣ୍ଣୟ ନେଲେ । ଏହା ପରେ ବର ଓ ତାଙ୍କର ପରିଜନମାନେ ବି ସହମତି ଦେଲେ ।

ଏହା ପରେ ସୁଧୀର ର ବିବାହ ଦ୍ଵିତୀୟ ଝିଅ ସୁନିତା ସହିତ ଗ୍ରାମର କାଳୀ ମନ୍ଦିରରେ ପୁରା ପରମ୍ପରା ସହିତ କରାଗଲା । ଥାନା ପ୍ରଭାରି ଛୋଟନ କୁମାର କହିଲେ କି ପଞ୍ଚାୟତ ଜରିଆରେ ବିବାଦକୁ ସମାଧାନ କରାଗଲା ଓ ବିବାହ ପରେ ବର ଓ ଦ୍ଵିତୀୟ କନ୍ୟାର ବିଦାଇ କରାଯାଇଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button