ଦେଶ- ବିଦେଶ

୩୫ କିଲୋମିଟରର ଦୁର୍ଗମ ରାସ୍ତାକୁ କମ କରିବା ପାଇଁ ଆଦିବାସୀମାନେ ପାହାଡ କାଟି ତିଆରି କଲେ ରାସ୍ତା, ଯାହା ଦ୍ଵାରା ସବୁଦିନ ପିଲାମାନେ ସ୍କୁଲ ଯାଇ ପାରିବେ

ମଧ୍ୟପ୍ରଦେଶର ଆଲୀରାଜପୁର ଜିଲ୍ଲାର ଅଂଜନଵାଡ଼ାରେ ପିଲାମାନଙ୍କ ପାଖରେ ସ୍କୁଲ ପହଞ୍ଚିବା ପାଇଁ ଦୁଇଟି ହିଁ ବିକଳ୍ପ ଅଛି । ପ୍ରଥମ – ନର୍ମଦା ନଦୀରେ ଡଙ୍ଗା ସାହାର୍ଯ୍ୟରେ ୧୫ କିମି ଯିବା ପରେ, ପୁଣି ସେଠୁ ୨୫ କିମି ପାହାଡୀ ରାସ୍ତାରେ ଚାଲି ଚାଲି ମଥଵାଡ଼ ପହଞ୍ଚିବାକୁ ପଡିଥାଏ କିମ୍ବା ପୁଣି ଅଂଜନଵାଡ଼ାରୁ ପାହାଡୀ ରାସ୍ତା ଦେଇ ଚାଲି ଚାଲି ୩୫ କିମି ଦୂର ପର୍ଯ୍ୟନ୍ତ ଯିବାକୁ ପଡେ । ଦୁଇଟି ହିଁ ସ୍ଥିତି କଷ୍ଟଦାୟକ ଅଟେ । ଏଥିପାଇଁ ୬ ଘଣ୍ଟା ସମୟ ବି ଲାଗୁଥିଲା । କିନ୍ତୁ ଏଠି ଏକ ଆଦିବାସୀ ସମୁଦାୟ ଏହି ସମସ୍ୟାକୁ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ସେଠିକାର ଲୋକମାନେ ମିଶି ପାହାଡକୁ କାଟି ରାସ୍ତା ତିଆରି କରିଛନ୍ତି, ଯାହା ଦ୍ଵାରା ଅଂଜନଵାଡ଼ାକୁ ସିଧା ସକରଜା ସହ ଯୋଡା ଯାଇ ପାରିବ । ପୁଣି ନିଜେ ଗାଡି କିଣି ନେବେ ଓ ତାହା ସାହାର୍ଯ୍ୟରେ ପିଲାମାନେ ସହଜରେ ସ୍କୁଲ ଯାଇ ପାରିବେ । ଗ୍ରାମୀଣ ଲୋକମାନେ ବାରି ବାରି କରି ପାହାଡ କାଟୁଛନ୍ତି । ଏଠିକାର ପିଲାମାନେ ବି ଏହି କାର୍ଯ୍ୟରେ ତାଙ୍କୁ ସାହାର୍ଯ୍ୟ କରୁଛନ୍ତି ।

ଅଂଜନଵାଡ଼ାର ନିବାସୀ ଓ ବର୍ତ୍ତମାନ ଇନ୍ଦୋର ରେ ରହୁଥିବା କିଶୋର ପଡ଼ିୟାର କୁହନ୍ତି କି ଏଠିକାର ମୋର ସାଥିମାନେ ଓ ପରିବାର ଲୋକମାନେ ସବୁଦିନ ସକାଳ ହେବା ମାତ୍ରେ ହିଁ ପାହାଡକୁ କାଟି ରାସ୍ତା କରିବା ପାଇଁ ବାହାରି ପଡନ୍ତି । ସମସ୍ତେ ଏକ ସମିତି କରିଛନ୍ତି । ସମସ୍ତଙ୍କ ପାଇଁ କାମର ଦିନ ଠିକ ହୋଇଥାଏ ।

ଆପଣଙ୍କୁ କହିଦେଉଛୁ କି ଏଠାକୁ କୌଣସି ସରକାରୀ ସାହାର୍ଯ୍ୟ ମିଳି ନାହିଁ । ସେଥିପାଇଁ ଏଠିକାର ଲୋକମାନେ ନିଜେ ହିଁ ପାହାଡକୁ କାଟୁଛନ୍ତି । ଏହି ରାସ୍ତାକୁ ସେମାନେ ସକରଜା ରାସ୍ତା ସହ ଯୋଡିବେ ।

ଏଠି କେବଳ ପ୍ରାଇମେରୀ ସ୍କୁଲ ଅଛି

ଇନ୍ଦୋରରେ ବିଏସସି କରୁଥିବା ଶଙ୍କର କହିଲେ କି ପାହାଡ ତଳେ ଆମର ଚାଷ ଜମି ଥିଲା । କିନ୍ତୁ ଗୁଜୁରାଟରେ ବନ୍ଧ ହେଲା, ତେବେ ନର୍ମଦାର ପାଣି ଦ୍ଵାରା ସବୁ ବୁଡି ଗଲା । ବହୁତ ଅସୁବିଧା ସେତେବେଳେ ହୋଇଥାଏ, ଯେତେବେଳେ କେହି ରୋଗରେ ପଡିଥାଏ । ରୋଗୀକୁ ଉଠାଇ ବହୁତ କିମି ପର୍ଯ୍ୟନ୍ତ ଚାଲିବାକୁ ପଡିଥାଏ । ନୂଆ ରାସ୍ତା ଦ୍ଵାରା ଏହି ସମସ୍ୟା ଦୂର ହୋଇଯିବ ।

ଏଠିକାର ଯୁବକମାନେ ଆଲୀରାଜପୁର, ଭୋପାଲ, ବଡ଼ଵାନୀରେ ବି ପଢୁଛନ୍ତି । ରୋହିତ କହିଲେ କି ଏଠି କେବଳ ପ୍ରାଇମେରୀ ସ୍କୁଲ ହିଁ ଅଛି । ଏହା ପରେ ଆଗକୁ ପଢିବା ପାଇଁ ବାହାରକୁ ହିଁ ଯିବାକୁ ପଡିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button