ମନୋରଞ୍ଜନ

ଡିଭୋର୍ସ ପରେ ବି ପୂର୍ବ ସ୍ତ୍ରୀ ମଲାଈକାଙ୍କ ସହ ସମ୍ବନ୍ଧ ରଖିଛନ୍ତି ଅରବାଜ ଖାନ, କହିଲେ ‘ଆମ ଭିତରେ ଏବେ ବି…’

ସେହି ଦିନ ଗଲା ଯେତେବେଳେ ସ୍ଵାମୀ ସ୍ତ୍ରୀଙ୍କର ଡିଭୋର୍ସ ହେବା ପରେ ସେମାନେ ପରସ୍ପରଙ୍କର ଚେହରାକୁ ବି ଦେଖିବାକୁ ପସନ୍ଦ କରନ୍ତି ନାହିଁ । ବର୍ତ୍ତମାନ ସମୟରେ ଡିଭୋର୍ସ ହେବା ପରେ ବି ପରସ୍ପର ମଧ୍ୟରେ କିଛି ବି ମାନମାଳୀନ ରଖନ୍ତି ନାହିଁ । ଏହିଭଳି ହିଁ କିଛି ସମ୍ପର୍କ ଅଛି ମଲାଈକା ଅରୋଡ଼ା ଓ ଅରବାଜ ଖାନଙ୍କ ମଧ୍ୟରେ । ୧୮ ବର୍ଷର ବିବାହ ପରେ ଯେତେବେଳେ ଦୁଇ ଜଣ ଅଲଗା ହୋଇଗଲେ ତେବେ ମିଡିଆରେ ସେମାନଙ୍କର ବହୁତ ଚର୍ଚ୍ଚା ହୋଇଥିଲା ।

କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଦୁଇ ଜଣଙ୍କର ଡିଭୋର୍ସ ହେବା ପରେ ଦୁହେଁ ନିଜ ପାଇଁ ଏକ ଭଲ ସାଥି ବାଛି ନେଇଛନ୍ତି । ଯେଉଁଠି ମଲାଈକା ଅର୍ଜୁନ କପୂରଙ୍କ ସହିତ ରିଲେଶନରେ ଅଛନ୍ତି ତ ଅରବାଜ Giorgia Andrianଙ୍କୁ ନିଜର ଗର୍ଲଫ୍ରେଂଡ କରିଛନ୍ତି । କିନ୍ତୁ ଏତେ ସବୁ ହେବା ପରେ ବି ଦୁଇ ଜଣ ପରସ୍ପର ସହିତ ସମ୍ପର୍କ ରଖିଛନ୍ତି ।

ଏହି କଥା ବିଷୟରେ ଅରବାଜ ବର୍ତ୍ତମାନ ହିଁ କିଛି ଦିନ ତଳେ ହୋଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି । ସେ କହିଲେ କି “ଆମେ ଦୁଇ ଜଣ ବହୁତ ବର୍ଷ ଏକା ସହିତ ରହିଛୁ । ସବୁଠୁ ବଡ କଥା ଆମକୁ ମାତା ପିତା ହେବାର ସୋଭାଗ୍ୟ ବି ମିଳିଲା । କେବଳ ପିଲାମାନଙ୍କର ଖୁସି ପାଇଁ ହିଁ ଆଜି ଆମ ଦୁଇ ଜଣଙ୍କ ମଧ୍ୟରେ ସେହି ସମ୍ମାନ ବଞ୍ଚିଛି । କିଛି ତ ଅସୁବିଧା ହେଲା ଯାହା ଦ୍ଵାରା ଆମେ ଅଲଗା ହୋଇଗଲୁ । କିନ୍ତୁ ଏହାର ଅର୍ଥ ଏହା ନୁହେଁ କି ଆମେ ପରସ୍ପରକୁ ଘୃଣା କରୁଛୁ ।“

ଅରବାଜ କହିଲେ କି,”ମୋର ମଲାଈକା ସହିତ ତାହାର ଘର ଲୋକମାନଙ୍କ ସହିତ ବି ଭଲ ସମ୍ବନ୍ଧ ଅଛି । ଆମ ମଧ୍ୟରେ ଭଲ ସମ୍ବନ୍ଧ ଅଛି ଯାହାର କାରଣ ଆମର ପୁଅ ଅଟେ ।“ ଅରବାଜ ନିଜର ପୁଅ ଅରହାନଙ୍କ ବିଷୟରେ କହିଲେ କି ‘ସେ ବହୁତ ଭଲ ପୁଅ ଅଟେ ।

ସେ ଯେଉଁଭଳି ଭାବରେ ଏହି ଡିଭୋର୍ସର ସିଚୁଏଶନକୁ ହ୍ୟାଣ୍ଡେଲ କରିଲା ସତରେ ତାହା ବହୁତ ପ୍ରଶଂସନୀୟ ଥିଲା । କହିବାକୁ ଗଲେ ଅରହାନ ଏକ ପଜିଟିବ ମାଇଣ୍ଡ ର ପିଲା ଅଟେ । ସେ ପଢାରେ ବି ଭଲ ଅଟେ, ଖେଳରେ ବି ଭଲ ଓ ମ୍ୟୁଜିକରେ ବି ତାହାର ରୁଚି ଅଛି ।

କିଛି ସପ୍ତାହ ପୂର୍ବରୁ ମଲାଈକା ବି ଏକ ଇଣ୍ଟରଭ୍ୟୁରେ ଅରବାଜ ଓ ନିଜ ପୁଅ ବିଷୟରେ କଥା ହୋଇ କହିଥିଲେ କି “ଅରବାଜ ଓ ମୁଁ ବହୁତ ଭଲ ଭାବରେ ଅଲଗା ହୋଇଗଲୁ । କିନ୍ତୁ ଏହା ସହିତ ବି ଆମକୁ ଆମର ପୁଅର ଭାବନା ଓ ଜରୁରୀ ଜିନିଷ ପ୍ରତି ବି ଧ୍ୟାନ ରଖିବାର ଥିଲା । ମୁଁ କେବଳ ଏତିକି ଚାହେଁ କି ମୋର ପୁଅ ଏକ ଭଲ ଓ ସ୍ଥିର ବାତାବରଣରେ ବଡ ହେଉ ।

ଆଜି ବି ସେ ମୋର ଜୀବନର ପ୍ରଥମ ପ୍ରାଥମିକତା ହୋଇଥାଏ । କିନ୍ତୁ ବର୍ତ୍ତମାନ ସମୟ ସହିତ ସବୁକିଛି ଭଲ ହୋଇଯାଇଛି । ଏହାର ସମସ୍ତ ଶ୍ରେୟ ମୋର ପୁଅର ବୁଦ୍ଧିମତାକୁ ଯାଇଥାଏ ।“

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button