ଦେଶ- ବିଦେଶ

500 ରୁ 499 ନମ୍ବର ଆଣିଥିବା ସିବିଏସଇ ଟପର ଜଣାଇଲେ ନିଜର ସିକ୍ରେଟ

ଯେବେ ବି ପରୀକ୍ଷା ପରେ ରେଜଲ୍ଟ ଟାଇମ ଆସେ ତେବେ ସମସ୍ତେ ଟିକେ ନର୍ଭସ ରୁହନ୍ତି, ସେହି ଷ୍ଟୁଡେଣ୍ଟ ପଢାରେ ଭଲ ହେଉ ବା ଖରାପ ହେଉ । ସବୁ ଷ୍ଟୁଡେଣ୍ଟଙ୍କ ମନରେ ଏହି ଇଚ୍ଛା ଥାଏ କି ସେ ଜୀବନରେ ଅତି କମରେ ଗୋଟିଏ ଥର ପରୀକ୍ଷାରେ ଟପ କରିବା ପାଇଁ ।

କିନ୍ତୁ ଏହି ସ୍ଵପ୍ନ ପୁରା ହେବା ସମସ୍ତଙ୍କ ଭାଗ୍ୟରେ ନଥାଏ । ସମସ୍ତେ ପରିଶ୍ରମ କରିଥାନ୍ତି କିନ୍ତୁ ନମ୍ବର 1 କେବଳ ଜଣେ ହୋଇଥାଏ । ଏମିତିରେ କିଛି ଲୋକଙ୍କ ମନରେ ଏହା ଥାଏ କି ସେ କେଉଁ ରଣନୀତି ଆପଣାଇଲେ ଟପ କରି ପାରିବେ । ଆଜି ଆମେ ଆପଣଙ୍କୁ 2019 ରେ ଟପ କରିଥିବା ଝିଅର ସିକ୍ରେଟ କହିବୁ ।

ଦୁଇଟି ଝିଅ ଏକା ସହିତ କରିଛନ୍ତି ଟପ

ସୂଚନା ଅନୁସାରେ ଗୁରୁବାର ଦିନ ସିବିଏସଇ ଦ୍ଵାରା ଦ୍ଵାଦଶ ଶ୍ରେଣୀର ରେଜଲ୍ଟ ଘୋଷଣା କରାଯାଇଛି । ଏଥର ଟପ ଲିଷ୍ଟ ରେ ଝିଅମାନେ ବାଜି ମାରିଛନ୍ତି । ଏଥି ମଧ୍ୟରୁ ଦୁଇ ଜଣ ଝିଅ 500 ନମ୍ବର ରୁ 499 ନମ୍ବର ଆଣି ଟପ କରିଛନ୍ତି । ସେମାନେ ହେଲେ ହଂସିକା ଶୁକ୍ଲା (ଡ଼ିପିଏସ ଗାଜିଆବାଦ) ଓ କରିସ୍ମା ଅରୋଡା(ଏସ.ଡ଼ି. ପବ୍ଲିକ ସ୍କୁଲ, ମୁଜଫ୍ଫରନଗର)।

ଯେତେବେଳେ ହଂସିକାଙ୍କୁ ତାଙ୍କର ଫ୍ୟୁଚର ପ୍ଳାନ ବିଷୟରେ ପଚରାଗଲା ସେ କହିଲେ କି ବଡ ହୋଇ ସେ IAS ହେବା ପାଇଁ ଚାହୁଁଛନ୍ତି ଓ ତା ସହିତ କିଛି ଏମିତି ପିଲାଙ୍କୁ ପଢାଇ ବଡ ମଣିଷ କରିବାକୁ ଚାହୁଁଛନ୍ତି ଯେଉଁମାନେ ଅର୍ଥ ଅଭାବରୁ ପଢା ପୁରା କରିପାରନ୍ତି ନାହିଁ ।

ଏହା ହେଲା ହଂସିକାଙ୍କର ଟପ କରିବାର ସିକ୍ରେଟ

ଯେତେବେଳେ ଏକ ଇଣ୍ଟରଭ୍ୟୁ ସମୟରେ ହଂସିକାଙ୍କୁ ଟପ କରିବାର ସିକ୍ରେଟ ପଚରାଗଲା ସେ କହିଲେ କି, “ମୁଁ ଟପ କରିବା ବିଷୟରେ କେବେ ବି ଭାବି ନଥିଲି । ହଁ ମୋର ଭଲ ନମ୍ବର ଆସିବାର ଆତ୍ମବିଶ୍ଵାସ ଥିଲା । ମୋ ସିକ୍ରେଟ ବାସ ଏହା ଥିଲା କି ଆପଣ ପରିଶ୍ରମ କରନ୍ତୁ ଓ ଟପ କରିବାର ଚିନ୍ତା ନ କରି ଭଲ ନମ୍ବର ଆଣିବା ପାଇଁ ଭାବନ୍ତୁ । ମୁଁ ପରୀକ୍ଷା ପାଇଁ ଲଗାତାର ପଢି ନାହିଁ, ପରନ୍ତୁ ମୁଁ ଗୋଟିଏ ଘଣ୍ଟା ପଢୁଥିଲି ଓ ଗୋଟିଏ ଘଣ୍ଟା ରେଷ୍ଟ କରୁଥିଲି ।“

ହଂସିକାଙ୍କର ଏହି ସଫଳତା, ତାଙ୍କର ଟିଚର ଓ ମାତା ପିତାଙ୍କ ପାଇଁ ସମ୍ଭବ ବୋଲି ସେ କହିଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ କି ଦ୍ଵିତୀୟ ନମ୍ବର ରେ 3 ଟି ଝିଅ ଅଛନ୍ତି ଓ ତୃତୀୟ ନ୍ମମ୍ବର ରେ 18 ଜଣ ଷ୍ଟୁଡେଣ୍ଟ ଅଛନ୍ତି ଯାହା ମଧ୍ୟରୁ 11 ଜଣ ଝିଅ ଅଟନ୍ତି । ଆପଣ ଟପର ମାନଙ୍କର ଲିଷ୍ଟ ତଳେ ଦେଖି ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button