ମନୋରଞ୍ଜନ

ଚେହେରାର ଭାବକୁ ଦେଖି ସହଜରେ ଜାଣି ପାରିବେ କାହାର ବି ମନର କଥା, ଜାଣନ୍ତୁ କେମିତି ?

ସମସ୍ତ ମନୁଷ୍ୟର ବ୍ୟକ୍ତିତ୍ଵ ଅଲଗା ଅଲଗା ହୋଇଥାଏ । ସମସ୍ତଙ୍କ ମନରେ ବହୁତ କିଛି କଥା ଲୁଚି ରହିଥାଏ ଓ ଯାହାକୁ ସେ କାହାକୁ ବି କହିବାକୁ ଚାହାନ୍ତି ନାହିଁ । କହିବାକୁ ଗଲେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜ ମନ କଥା ସମସ୍ତଙ୍କୁ କହି ଦିଅନ୍ତି । କିନ୍ତୁ କିଛି ଲୋକମାନେ ଏମିତି ଅଛନ୍ତି ଯେଉଁମାନେ ନିଜ ମନ କଥା ଜଲ୍ଦି କାହାକୁ କୁହନ୍ତି ନାହିଁ । ଯେତେବେଳେ କି ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ଭିତରେ ହଜାର ହଜାର କଥା ଲୁଚାଇ ରଖିଥାନ୍ତି ।

ନ କହି ଜାଣନ୍ତୁ କାହାର ବି ମନ କଥା

ପ୍ରାୟତଃ ଆପଣମାନେ ଦେଖିଥିବେ କି ଯେତେବେଳେ ଆପଣ କାହା ସହିତ କଥାବାର୍ତ୍ତ କରୁଛନ୍ତି ତେବେ ତାହାର ଚେହେରାରେ ବିଭିନ୍ନ ପ୍ରକାରର ଭାବ ଦେଖିବାକୁ ମିଳିଥାଏ । ଚେହେରାର ଭାବ ସହିତ ବ୍ୟକ୍ତିର ହାତ ଓ ଗୋଡ ଗୁଡିକରେ ବି କିଛି କ୍ରିୟା ଦେଖିବାକୁ ମିଳିଥାଏ । କିନ୍ତୁ ଏହି ସବୁ ଦେଖି ଆପଣ ସହଜରେ ସେମାନଙ୍କର ମନ କଥା ଜାଣି ପାରିବେ ।

ବ୍ୟକ୍ତିର କାମ ଗୁଡିକ ଦେଖି ଜାଣି ପାରିବେ ମନର କଥା :

କିଛି ଲୋକମାନେ କଥାବାର୍ତ୍ତ କରୁଥିବା ସମୟରେ ବାରମ୍ବାର ହାତ ଦ୍ଵାରା ନିଜର ଚେହେରାକୁ ସ୍ପର୍ଶ କରନ୍ତି ଓ ବେଳେ ବେଳେ ନିଜ ହାତ ଦ୍ଵାରା ଚେହେରାକୁ ଲୁଚାନ୍ତି । ଏଥିରୁ ଜଣା ପଡିଯାଏ କି ସେମାନେ କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି ।

ଚେହେରାର ଭାବରୁ ଜାଣନ୍ତୁ ମନର କଥା

କଥା କହିବା ସମୟରେ ଯଦି ବନ୍ଦ ଥିବ ଆଖି

ଯଦି କୌଣସି ବ୍ୟକ୍ତି ଆପଣଙ୍କ ସହିତ କଥାବାର୍ତ୍ତ କରୁଥିବା ସମୟରେ ନିଜର ଆଖି ବନ୍ଦ କରି ନିଏ ତେବେ ବୁଝି ଯାଆନ୍ତୁ କି ସେମାନେ ଆପଣଙ୍କ ଠାରୁ କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି ।

ହାତରେ ମୁହଁ ଘୋଡାଇବା

ଯଦି କେହି ବ୍ୟକ୍ତି କଥାବାର୍ତ୍ତା କରୁଥିବା ସମୟରେ ନିଜ ମୁହଁ ଉପରେ ହାତ ରଖି ମୁହଁକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ତେବେ ଏହାର ଅର୍ଥ ସେ ନିଜ ମଧ୍ୟରେ କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି ।

ପେନ କିମ୍ବା ଚଷମାକୁ ଚୋବାଇବା

କେତେ ଥର କିଛି ଲୋକମାନେ କଥାବାର୍ତ୍ତା କରୁଥିବା ସମୟରେ ପେନ କିମ୍ବା ଚଷମାକୁ ନିଜ ମୁହଁରେ ଭର୍ତ୍ତି କରି ଚୋବାଇବାକୁ ଲାଗିଥାନ୍ତି । ଏହାର ଅର୍ଥ ସେମାନେ କୌଣସି କଥାକୁ ନେଇ ଚିନ୍ତିତ ଅଛନ୍ତି ।

ବାରମ୍ବାର ଦାଢିକୁ ଘଷିବା

ଏହିଭଳି କରୁଥିବା ଲୋକମାନେ କୌଣସି ବି ନିର୍ଣ୍ଣୟରେ ସହଜରେ ପହଞ୍ଚି ପାରନ୍ତି ନାହିଁ ।

ହାତ ବାନ୍ଧି ଶୁଣିବା

ଯେତେବେଳେ କୌଣସି ବି ବ୍ୟକ୍ତି ସାମ୍ନାରେ ଥିବା ବ୍ୟକ୍ତିର କଥାରେ ବୋର ହେବାକୁ ଲାଗିଥାଏ ତେବେ ସେ ଏହିଭଳି କରିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button