ଦେଶ- ବିଦେଶ

ସାବଧାନ! କେତେବେଳେ ବି ଫାଟିପାରେ ଆପଣଙ୍କ ଗ୍ଯାସ ସିଲିଣ୍ଡର, ଏକ୍ସପାରି ଡେଟ୍ ଯାଞ୍ଚ ନକଲେ ଘଟିପାରେ ବଡ ଅଘଟଣ, ଜାଣିନିଅନ୍ତୁ ଏହିସବୁ ନିୟମ

ଘରେ ଯଦି ଗ୍ଯାସ ସିଲିଣ୍ଡରରେ ରୋଷେଇ କରୁଛନ୍ତି ତେବେ ସୁରକ୍ଷା ଦୃଷ୍ଟିରୁ କିଛି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ ଅଟେ । ନଚେତ ରୋଷେଇ ବେଳେ ସିଲିଣ୍ଡର ଫାଟି ଅଘଟଣ ଘଟିବାର ସମ୍ଭାବନା ରହିଛି । କାରଣ ସିଲିଣ୍ଡର ଗ୍ଯାସ ର ମଧ୍ୟ ଏକ୍ସପାରି ଡେଟ୍ ରହିଛି । ତେଣୁ ଟିକିଏ ଅସାବଧନତା ଯୋଗୁଁ ଜୀବନ ଚାଲିଯାଇ ପାରେ । ହରିୟାନାର ପାନିପତରେ ଘଟିସାରିଛି ଏଭଳି ଏକ ଘଟଣା । ସ୍ଵାମୀ, ସ୍ତ୍ରୀ ଚାରୋଟି ପିଲାଙ୍କୁ ନେଇ ପରିବାର ।

ଏକ ସିଲିଣ୍ଡର ଗ୍ଯାସ ଘରକୁ ଆସିଥିବା ବେଳେ ଏହାକୁ ରୋଷେଇ ଘରେ ଲଗାଇବା ସମୟରେ ହିଁ ଏହା ଫାଟି ଯାଇଥିଲା । ନିଆଁ ଏତେ ପ୍ରଖର ଥିଲା ଯେ ନିମିଷକେ ପୁରା ଘରେ ବ୍ୟାପୀ ଯାଇଥିଲା । ବିସ୍ଫୋରଣ ଏତେ ବ୍ୟାପକ ଥିଲା ଯେ କାହାରି ଚିତ୍କାର ଶୁଭିବା ପୂର୍ବରୁ ପରିବାରର ସମସ୍ତେ ନିଆଁରେ ଜଳିପୋଡି ପାଉଁଶ ହୋଇ ଯାଇଥିଲେ । ରାଜସ୍ଥାନର ଜୟପୁରରେ ମଧ୍ୟ ଠିକ ସମାନ ଘଟଣା ଘଟିଥିଲା । ଭୋଜି ଚାଲିଥିବା ବେଳେ ସିଲିଣ୍ଡର ଫାଟି ଯିବାରୁ ଟେଣ୍ଟରେ ନିଆଁ ଲାଗିବା ସହ କିଛି ଅତିଥି ମଧ୍ୟ ପୋଡି ଯାଇଥିଲେ ।

ତେଣୁ ଘରେ ଗ୍ଯାସ ଲଗାଇବା ପୂର୍ବରୁ ହିଁ ଗ୍ଯାସ ବିସ୍ଫୋରଣରୁ କେମିତି ବର୍ତ୍ତିବେ ତାହା ଜାଣିରଖିବା ଉଚିତ । ଗ୍ଯାସ ସିଲିଣ୍ଡରର ଏକ୍ସପାରି ଅଛି କି ନାହିଁ ଏବଂ ରୋଷେଇ ବେଳେ କେଉଁ ସବୁ ଉପାୟ ଅବଲମ୍ବନ କରିବା ଉଚିତ ତାହା ଜାଣିବା ନିହାତି ଆବଶ୍ୟକ । ସିଲିଣ୍ଡର ସରିବା ମାତ୍ରେ ଅନେକ ଲୋକ ଗ୍ଯାସକୁ ଅଣେଇ ରଖନ୍ତି ଏବଂ ଗ୍ଯାସ ସିଲିଣ୍ଡର ପାଖେ ଅନେକ ଲୋକ କିରୋସିନ ଓ ରୋଷେଇ ତେଲ ରଖିଥାନ୍ତି ।

କିଛି ଲୋକ ଗ୍ଯାସ ସିଲିଣ୍ଡରକୁ ମାଟିରେ ରଖି ବ୍ଯବହାର କରନ୍ତି ଓ ସିଲିଣ୍ଡର ଠାରୁ ଚୁଳାକୁ ମାତ୍ର 6 ଇଞ୍ଚ ଦୂରରେ ରଖିଥାନ୍ତି । ଅନେକ ଲୋକ ଗ୍ଯାସ ଲାଇଟର ବଦଳରେ ଦିଆସିଲି ବ୍ୟବହାର କରିଥାନ୍ତି । ଅନେକଙ୍କ ଗ୍ଯାସ ଏମିତି ସ୍ଥାନରେ ଥାଏ ଯେଉଁଠି ଭେଣ୍ଟିଲେସନ କମ୍ ଥାଏ । ସେହିପରି ରୋଷେଇ କରିବା ବେଳେ ସିଲ୍କ କିମ୍ବା ସିନ୍ଥେଟିକ କପଡା ଅନୁଚିତ ଏବଂ ପ୍ରତିଦିନ ଗ୍ଯାସ ସିଲିଣ୍ଡର, ଚୁଲା ଓ ପାଇପକୁ ଯାଞ୍ଚ କରିବା ଉଚିତ । ଆପଣ ଜାଣିରଖନ୍ତୁ ଯେ ପ୍ରତ୍ଯେକ ସିଲିଣ୍ଡର ଉପରେ ଏକ୍ସପାରି ଡେଟ୍ ଲେଖାଥାଏ ।

ତେଣୁ ଏକ୍ସପାରି ଶେଷ ହେବା ପରେ ଯଦି ସିଲିଣ୍ଡର ବ୍ୟବହାର କରୁଛନ୍ତି ତେବେ ଏହା ଫାଟିବାର ଆଶଙ୍କା ଅଧିକ ଥାଏ । ସିଲିଣ୍ଡରରୁ ଗ୍ଯାସ ସରି ଆସି ତାହା ଲିକ୍ କରିବା ବେଳେ ଚୁଲାର ନିଆଁ ପାଇପ ଜରିଆରେ ସିଲିଣ୍ଡରରେ ପ୍ରବେଶ କରିଥାଏ । ଠିକ ଏତିକି ବେଳେ ହିଁ ବ୍ଳାଷ୍ଟ ହୋଇଯାଏ ସିଲିଣ୍ଡର । ଯଦି ଆପଣ ଗ୍ଯାସ ଲିକ୍ ହେଉଥିବା ଜାଣୁଛନ୍ତି ତେବେ ପ୍ରଥମେ ରେଗୁଲେଟର ଏବଂ ବର୍ଣ୍ଣରର ସ୍ଵିଚ ବନ୍ଦ କରିଦିଅନ୍ତୁ ଓ ଭେଣ୍ଟିଲେସନ ପାଇଁ କବାଟ କ୍ଷରକା ସବୁ ଖୋଲି ଦିଅନ୍ତୁ ।

ଘରେ ଥିବା ଅଗରବତୀ, ଲ୍ଯାମ୍ପ କିମ୍ବା ଦିଆସିଲି କିଛି ବି ଏହି ସମୟରେ ଲଗାଇବେ ନାହିଁ । ସିଲିଣ୍ଡରରେ ସେଫଟି କ୍ୟାପ ଲଗାଇବା ସହ ଜରୁରୀକାଳୀନ ନମ୍ବରରେ ଫୋନ କରି ତୁରନ୍ତ ଡାକିବେ । ଯେଉଁ ଘରେ ଗ୍ଯାସ ଲିକ୍ କରୁଥିବା ସେଠାରେ କୌଣସି ଇଲେକ୍ଟ୍ରିକ ସ୍ଵିଚ ମଧ୍ୟ ଅନ୍ କରିବେନି ଏବଂ ଘରର ମୁଖ୍ୟ ବିଦ୍ୟୁତ ସ୍ଵିଚକୁ ତୁରନ୍ତ ବନ୍ଦ କରିଦିଅନ୍ତୁ । ଏହିସବୁ ନିୟମ ମାନିଲେ ଆପଣ ନିଶ୍ଚିତ ସୁରକ୍ଷିତ ରହିବେ । ଜାଣି ରଖନ୍ତୁ ଯେ ସିଲିଣ୍ଡରର ବୈଧତା 10 ବର୍ଷ ହୋଇଥାଏ ।

ସିଲିଣ୍ଡର ହ୍ୟାଣ୍ଡେଲ ତଳେ ଗୋଟିଏ ପଟିରେ ଏକ କୋଡ୍ ଲେଖା ହୋଇଥାଏ ଯେମିତିକି A24 କିମ୍ବା B25 । A ଅର୍ଥ ଜାନୁୟାରୀରୁ ମାର୍ଚ୍ଚ, B ର ଅର୍ଥ ଏପ୍ରିଲରୁ ଜୁନ, C ର ଅର୍ଥ ଜୁଲାଇରୁ ସେପ୍ଟେମ୍ବର ଏବଂ D ର ଅର୍ଥ ଅକ୍ଟୋବରରୁ ଡିସେମ୍ବର । ଏହାପରେ ଲେଖା ଯାଇଥିବା ନମ୍ବର ସୂଚାଏ ଗ୍ଯାସ ସିଲିଣ୍ଡରର ଏକ୍ସପାରି ବର୍ଷ ସମ୍ବନ୍ଧରେ । ଏହିପରି ଭାବେ ଆପଣ ନିଜ ସିଲିଣ୍ଡରର ବୈଧତା ଯାଞ୍ଚ କରିପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button