ଦେଶ- ବିଦେଶ

ଏଠି ସ୍ଵାମୀ ମଲାପରେ ବି ସ୍ତ୍ରୀ ମାନେ ହେଇ ନଥାନ୍ତି ବିଧବା, କାରଣ ଜାଣିଲେ ଆପଣ ସ୍ତବ୍ଦ ହେଇଯିବେ

ଆମର ଭାରତ ଦେଶରେ ଏମିତି ପ୍ରଥା ଅଛି ଯାହା ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ, ଭାରତ ଦେଶରେ ଏମିତି କେତେ ପ୍ରଥା ଅଛି କେବେ କେବେ ତାହା ବହୁତ ଅଜୀବ ଲାଗେ ଏବଂ ଆମ ଦେଶର କିଛି ଏମିତି ପରମ୍ପରା ଅଛି ଯାହା କି ବହୁତ ଅଦ୍ଭୁତ ହୋଇ ଥାଏ । ଆଜି ଆମେ ଏମିତି ଏକ ଗାଁ ବିଷୟରେ କହିବାକୁ ଯାଉଛୁ ଯାହାର ପରମ୍ପରା ଭାରତ ର ସବୁ ଠାରୁ ଅଲଗା ଅଟେ । ଏହି ଠାରେ କୌଣସି ମହିଳା ବିଧବା ହୁଅନ୍ତି ନାହିଁ ।

ମଧ୍ୟପ୍ରଦେଶ ର ମଂଡଲା ଜିଲ୍ଲା ର ବିହଂଗା ଗାଁ ବିଷୟରେ କହୁଛୁ ଯେଉଁଠି କେବେବି କୌଣସି ମହିଳା ବିଧବା ହୁଏ ନାହିଁ । ଆପଣଙ୍କୁ କହି ଦେଉଛୁ କି ଏହି ଗାଁ ରେ ଗୋଂଡ ଜାତି ର ଲୋକ ମାନେ ରହୁ ଛନ୍ତି । ଏହି ଗାଁ ରେ କୌଣସି ମହିଳାର ଯଦି ସ୍ଵାମୀ ମରିଯାଏ ତେବେ ତାକୁ ବିଧବା ଭଳି ଜୀବନ ଜାପାନ କରି ବାକୁ ପଡିବ ନାହିଁ।

ତାଙ୍କର ବାହାଘର ସେହି ଘରେ ଥିବା ଅନ୍ୟ କୌଣସି ବ୍ୟକ୍ତି ସହ ହୋଇ ଯିବ ଯିଏ ଘରେ କୁଆଁରା ଥିବ । ଏହି ବାହାଘର ପାଇଁ ଆବଶ୍ୟକ ନୁହେଁ କି ଘର ରେ ଦେଢଶୁର କିମ୍ବା ବଡ ଦେଢଶୁର ଥିବେ । କାହା ସହିତ ବି ତାଙ୍କର ବାହାଘର ହେଇ ପାରିବ ।

ଘରେ ଯଦି ବିବାହ ଯୋଗ୍ୟ ଯଦି ନାତିମାନେ ଥିବେ ତେବେ ତାଙ୍କ ସହ ମଧ୍ୟ ସେହି ମହିଳା ର ବାହାଘର କାରାଇ ଦିଆ ଯିବ । ଯଦି କୌଣସି ପୁରୁଷ ବାହା ହାବା ପାଇଁ ମନା କରିଦିଏ ତେବେ ତାହା ପାଇଁ ଅନ୍ୟ ବିଧି କରା ଯାଇଥାଏ ।

 

ଯଦି ବାହା ନ ହୁଏ ତେବେ ବିଧବା ମହିଳା ର ସ୍ଵାମୀ ର ଦଶମ ତିଥି ରେ ଅନ୍ୟ ଘରର ମହିଳା ଚାନ୍ଦି ର ଚୁଡି ଗିଫ୍ଟ ଦିଅନ୍ତି । ତାକୁ ପାଟୋ କୁହାଯାଏ । ଏହି ପ୍ରକ୍ରିୟା ପରେ ସେହି ମହିଳା କୁ ବିଭାହୀତ ବୋଲି କୁହାଯାଏ । ଯଉ ମହିଳା ପାଟୋ ଦିଏ ସେହି ମହିଳା ଘରେ ସେ ରହିବାକୁ ଚାଲିଯାଏ । ଏଥିରେ ସମ୍ବନ୍ଧ କରିବା କଠିନ ଅଟେ କିନ୍ତୁ ଯଦି କେହି ଏହି ସମ୍ବନ୍ଧ କରୁଛି ଏହି ସମାଜରେ କୌଣସି ପ୍ରକାରର ବି ସମସ୍ଯା ହୁଏ ନାହିଁ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button