ଜ୍ୟୋତିଷ

ଘରକୁ ପ୍ରଜାପତି ଆସିବାର ଅର୍ଥ କଣ ହୋଇଥାଏ ? ଶୁଭ ନା ଅଶୁଭ ଜାଣନ୍ତୁ- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଏକ ନୂତନ ବିଷୟ ସମ୍ବନ୍ଧରେ। ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ସମସ୍ତ ଜିନିଷ ତଥା କାର୍ଯ୍ୟ ରେ ଶୁଭ ଏବଂ ଅଶୁଭ ଲକ୍ଷଣ ଦେଖିବାକୁ ମିଳେ।ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଘରକୁ ପ୍ରଜାପତି ଏବଂ ଅନ୍ୟ ଜୀବ ଆସିବାର ଅର୍ଥ କଣ ଏବଂ ଏହା କେଉଁ ସବୁ ସଂକେତ ର ସୂଚନା ଅଟେ।
ବନ୍ଧୁଗଣ କେତେବେଳେ କୌଣସି ବ୍ୟକ୍ତି ସହ କଣ ବା ଘଟିଯିବ ତାହା କେହି ଜାଣି ନଥାନ୍ତି।ତାହା କେବଳ ଭବିଷ୍ୟତ ହିଁ ଜଣାଇ ପାରିବ।କିନ୍ତୁ ବେଳେବେଳେ ଜୀବଜନ୍ତୁ ମାନେ ବିଭିନ୍ନ ପ୍ରକାର ର ସଂକେତ ଦେଇ ଘଟିବାକୁ ଯାଉଥିବା ଘଟଣା ସମ୍ବନ୍ଧରେ ସୂଚନା ଦେଇଥାଆନ୍ତି ।

ବନ୍ଧୁଗଣ ସେହିପରି ଘରକୁ ପ୍ରଜାପତି ଆସିବା ଦ୍ୱାରା ଏବଂ ଅନ୍ୟ ଜୀବ ଜନ୍ତୁ ଙ୍କ ଦ୍ଵାରା ଭବିଷ୍ୟତ ରେ ଘଟିବାକୁ ଯାଉଥିବା ଘଟଣା ସମ୍ପର୍କରେ ସଂକେତ ମିଳିଥାଏ।ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଘରକୁ ଆସୁଥିବା ସମସ୍ତ ଜୀବଜନ୍ତୁ କଣ ସବୁ ଲକ୍ଷଣ ନେଇ ଆସିଥାନ୍ତି ଏବଂ ତାଙ୍କୁ ଦେଖିବା ଦ୍ଵାରା କଣ ହୋଇଥାଏ।ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ଆପଣ ଯଦି କୌଣସି ଜରୁରୀ କାର୍ଯ୍ୟ ନିମନ୍ତେ ରାସ୍ତା ରେ ଯାଉଥିବା ସମୟରେ ଗାଈକୁ ଦେଖିଥାନ୍ତି ତେବେ ଏହାର ଅର୍ଥ ହେଉଛି ଭବିଷ୍ୟତ ରେ ଆପଣଙ୍କ ସହ ବହୁତ ଭଲ ଜିନିଷ ଘଟିବାକୁ ଯାଉଛି ଏବଂ ଆପଣ ନିଶ୍ଚିତ କୌଣସି ଶୁଭ ଖବର ମଧ୍ୟ ପାଇବେ। ରାସ୍ତା ରେ ଗାଈ ଦେଖିବାର ଅର୍ଥ ଏହା ସୂଚନା ମିଳିଥାଏ ଯେ, ମାତା ଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ଆପଣଙ୍କୁ ଖୁବ ଶୀଘ୍ର ଲାଭ ହେବାକୁ ଯାଉଛି।

୨. ଯଦି ଆପଣଙ୍କ ଘରେ ବାଦୁଡ଼ି ର ବସା ଅଛି ତେବେ ଆପଣ କଦାପି ବ୍ୟସ୍ତ ହୁଅନ୍ତୁ ନାହିଁ। ଏହା ଦର୍ଶାଇ ଥାଏ ଆପଣଙ୍କ ଭବିଷ୍ୟତ ବହୁତ ଶୀଘ୍ର ସୁଧୁରିବାକୁ ଯାଉଛି ଏବଂ ଏକ ସୁନେଲି ଭବିଷ୍ୟତ ର ଆଗମନ
ହେବାକୁ ଯାଉଛି।

୩. ଯଦି ଚଢ଼େଇ ମାନେ ଆପଣଙ୍କ ବଗିଚା କୁ ସବୁବେଳେ ଆସୁଛନ୍ତି ଏବଂ ଦାନା ଖାଉଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ଭବିଷ୍ୟତ ରେ ଶୁଭ ସମାଚାର ପ୍ରାପ୍ତ ହେବ।

୪. ରାସ୍ତାରେ ଯାଉଥିବା ସମୟରେ ଯଦି ଆପଣ ସାପକୁ ଦେଖୁଛନ୍ତି ତେବେ ଆପଣ ଆଦୋୖ ଡରନ୍ତୁ ନାହିଁ।ରାସ୍ତା ରେ ସାପ ଦେଖିବାର ଅର୍ଥ ଏହା ଯେ, ଭବିଷ୍ୟତ ରେ ଆପଣଙ୍କ ଜୀବନରେ ପରିବର୍ତ୍ତନ ହେବାକୁ ଯାଉଛି।

୫. ଘରକୁ ପ୍ରଜାପତି ଆସିବା ଶୁଭ ସଂକେତ ର ସୂଚନା ନେଇ ଆସିଥାଏ। ପ୍ରଜାପତି ଶୁଭ ର ପ୍ରତୀକ ଅଟେ। ଯଦି କେବେ ଘରକୁ ପ୍ରଜାପତି ଆସିଥାଏ ତେବେ ଏହାର ଅର୍ଥ ଆପଣଙ୍କ ଜୀବନ ଭବିଷ୍ୟତ ଶୁଭମୟ ଏବଂ ହସଖୁସିରେ ପୂର୍ଣ ହେବାକୁ ଯାଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button